ETV Bharat / business

ତୀବ୍ର ହ୍ରାସ ପାଇଛି ସୁନା ଦର, ଏବେ କିଣିବା ଆରମ୍ଭ କରିବେ କି ଗହଣା ?

author img

By

Published : Jun 19, 2021, 8:33 PM IST

ତୀବ୍ର ହ୍ରାସ ପାଇଛି ସୁନା ଦର,  ଏବେ କିଣିବା ଆରମ୍ଭ କରିବେ କି ଗହଣା  ?
ତୀବ୍ର ହ୍ରାସ ପାଇଛି ସୁନା ଦର, ଏବେ କିଣିବା ଆରମ୍ଭ କରିବେ କି ଗହଣା ?

ସୁନା ପ୍ରେମୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସପ୍ତାହରେ ଏତେ କମିଛି ସୁନା ଦାମ । କେବଳ ସୁନା ନୁହେଁ , ରୂପା ଦାମ ମଧ୍ୟ କମିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପାର୍ବଣ ମଧ୍ୟରେ ବିବାହ ସିଜିନ ଜାରି ରହିଛି । ଆଉ ଏଥିମଧ୍ୟରେ ହ୍ରାସ ହୋଇଛି ବହୁମୂଲ୍ୟ ଧାତୁ ଦାମ । ଚଳିତ ସପ୍ତାହରେ ସୁନା ଓ ରୂପା ଦାମରେ ହ୍ରାସ ବୃଦ୍ଧି ଦେଖାଦେଇଛି । ଆମେରିକା ଫେଡରାଲ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ପ୍ରକାଶ ପରେ ପ୍ରଭାବିତ ହୋଇଛି ଘରୋଇ ବଜାରରେ ସୁନା ଦାମ ।

ସପ୍ତାହର ପ୍ରଥମ ଦିନ ସୋମବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପିଛା 464 ଟଙ୍କା କମିଛି । ଏହା ପରେ ମଙ୍ଗଳବାର 303 ଟଙ୍କା ବଢିଲା । ପୁଣି ବୁଧବାର 48 ଟଙ୍କା ଓ ଗୁରୁବାର 861 ଟଙ୍କା ହ୍ରାସ ହୋଇଛି ସୁନା ଦାମ । ସପ୍ତାହର ଶେଷ କାରବାର ଦିବସ ଅର୍ଥାତ ଶୁକ୍ରିବାର ଏଥିରେ 188 ଟଙ୍କା ବୃଦ୍ଧି ରେକର୍ଡ ହୋଇଛି । ହ୍ରାସ-ବୃଦ୍ଧି ଶେଷରେ 10 ଗ୍ରାମ ପିଛା ସୁନା ଦାମ 46,460 ଟଙ୍କାରେ ପହଞ୍ଚିଛି । ଏଭଳି ଉଠାଣୀ-ଗଡାଣୀ ପରେ ଶେଷରେ ସପ୍ତାହ ଶେଷ ସୁଦ୍ଧା ସୁନା ଦାମରେ ମୋଟ 882 ଟଙ୍କା ହ୍ରାସ ରେକର୍ଡ ହୋଇଛି । ସେହିଭଳି ରୂପା ଦାମ ପୂରା ସପ୍ତାହରେ କିଲୋ ପ୍ରତି ପୂରା 1,785 ଟଙ୍କା କମିଛି ।

ସେପଟେ ଗଲା ଗୋଟିଏ କାରବାର ସପ୍ତାହରେ ସୁନା ଦାମ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ 10 ଗ୍ରାମ ପ୍ରତି ପ୍ରାୟ 2000 ଟଙ୍କାରୁ ଉର୍ଦ୍ଧ୍ବ ହ୍ରାସ ହୋଇଛି । କମୋଡିଟି ଏକ୍ସପର୍ଟଙ୍କ ଅନୁସାରେ, 2023 ଆମେରିକାର ଫେଡରାଲ 2 ଥର ସୁଧ ହାର ବୃଦ୍ଧି କରିବା ନେଇ ଘୋଷଣା ଏବଂ ଅନ୍ୟ ବୈଶ୍ବିକ ମୁଦ୍ରା ତୁଳନାରେ ଡଲାର ମଜବୁତ ପରେ ହଳଦିଆ ଧାତୁ ମୂଲ୍ୟରେ ହ୍ରାସ ପରିଲିଖିତ ହୋଇଛି । ତଥାପି, ସେମାନେ ମତ ରଖିଛନ୍ତି କି, ଯେ ମୂଲ୍ୟବାନ ଧାତୁ ମୂଲ୍ୟ କ୍ରାସ୍ ଅସ୍ଥାୟୀ । ଏଣୁ ସୁନା ନିବେଶକମାନେ ଏହି ହ୍ରାସର ସୁଯୋଗ ନେଇ ଅଧିକ କ୍ରୟ କରିବା ଆବଶ୍ୟକ ।

ବୁଲିୟନ ବିଶେଷଜ୍ଞମାନେ କହିଛନ୍ତି ଯେ, ସୁନା ମୂଲ୍ୟ ପୁଣି ଶୀଘ୍ର ବୃଦ୍ଧି ପାଇବ । ଟ୍ରେଣ୍ଡ ଓଲଟପାଲଟ ହେବାର ଏକ ମାସ ମଧ୍ୟରେ 10 ଗ୍ରାମ ପ୍ରତି ସୁନା ଦାମ 500 48,500 ଟଙ୍କାରେ ପହଞ୍ଚିବ ।

2020 ମସିହାରେ ସୁନା ଦାମରେ ପ୍ରବଳ ବୃଦ୍ଧିର କାରଣ ରହିଛି କୋରୋନା ଭାଇରସ । ଯେଉଁଥିପାଇଁ ଲୋକ ନିବେଶର ସୁରକ୍ଷିତ ଠିକଣା ଖୋଜୁଥିଲେ । ସୁନାରେ ନିବେଶ ସଦାବେଳେ ସୁରକ୍ଷିତ ରହିଛି । କୋରୋନା ଯୋଗୁଁ ସେୟାର ବଜାରରେ ଲୋକ ନିବେଶ କମ କରିଦେଇଛନ୍ତି । କାରଣ ସେୟାର ବଜାରରେ ନିବେଶ ବିପଦପୂର୍ଣ୍ଣ ରହିଥିଲା ବେଳେ ସୁନା ସୁରକ୍ଷିତ ନିବେଶର ପନ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.