ETV Bharat / business

ଖସିଲା ସୁନା ଓ ରୂପା ଦାମ

author img

By

Published : Dec 10, 2020, 7:12 PM IST

ପାର୍ବଣ ସହ ବିବାହ ସିଜନ ଲାଗି ରହିଥିଲାବେଳେ ସୁନା ଓ ରୂପା ଗହଣା ଚାହିଦା ବଢିଛି । ଏଥିଯୋଗୁଁ ଦାମ ବି ହୁ ହୁ ହୋଇ ବଢିଚାଲିଥିଲା । କିନ୍ତୁ ଆଜି ଏହି ବୃଦ୍ଧିରେ ଲାଗିଛି ବ୍ରେକ । ଅଧିକ ପଢନ୍ତୁ..

ଖସିଲା ସୁନା ଓ ରୂପା ଦାମ
ଖସିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ଦୁର୍ବଳ ପ୍ରଭାବରେ ଘରୋଇ ବଜାରରେ ଖସିଲା ଦାମ । ଗୁରୁବାର ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 534 ଟଙ୍କା ଖସିଥିଲାବେଳେ ରୂପା ବି ଦୁର୍ବଳ ହୋଇଛି ।

ପାର୍ବଣ ସହ ବିବାହ ସିଜନ ଲାଗି ରହିଥିଲାବେଳେ ସୁନା ଓ ରୂପା ଗହଣା ଚାହିଦା ବଢିଛି । ଏଥିଯୋଗୁଁ ଦାମ ବି ହୁ ହୁ ହୋଇ ବଢିଚାଲିଥିଲା । କିନ୍ତୁ ଆଜି ଏହି ବୃଦ୍ଧିରେ ଲାଗିଛି ବ୍ରେକ । ଆଜି ସୁନା ଦାମ 10 ଗ୍ରାମ ପ୍ରତି 534 ଟଙ୍କା କମି 48,652 ଟଙ୍କା ରହିଛି । ଏସଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଏହା ପୂର୍ବ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 49,186 ଟଙ୍କାରେ ବନ୍ଦ ହୋଇଥିଲା ।

ସେହିଭଳି ରୂପା ଦାମ ଆଜି 628 ଟଙ୍କା କମିବା ସହ କିଲୋ ପିଛା 62,711 ଟଙ୍କାରେ ବନ୍ଦ ହୋଇଛି । ଯାହାକି ପୂର୍ବ କାରବାର ଦିବସରେ ଏହା 63,339 ଟଙ୍କା ରହିଥିଲା । ସେପେଟ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ହ୍ରାସ ସହ ଆଉନ୍ସ ପିଛା 1,835 ଡଲାର ରହିଛି । ସେହିଭଳି ରୂପା ଦାମ ଆଉନ୍ସ ପ୍ରତି 23.84 ଡଲାରରେ ଅପରିବର୍ତ୍ତିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.