ETV Bharat / business

ଗହଣାପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦାମ

author img

By

Published : Apr 13, 2021, 11:03 PM IST

ଗହଣାପ୍ରେମୀଙ୍କ ପାଇଁ ଖୁସି ଖବର,   କମିଲା ସୁନା ଦାମ
ଗହଣାପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦାମ

ବିବାହ ସିଜନ ମଧ୍ୟରେ ହ୍ରାସ ହୋଇଛି ସୁନା ଓ ରୂପା ଦାମ । ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ ଯୋଗୁଁ ଘରୋଇ ବଜାରରେ ଖସିଲା ଗହଣା ଦାମ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ବହୁମୂଲ୍ୟ ଧାତୁ ଦାମରେ ହ୍ରାସ ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ମଙ୍ଗଳବାର ଦିଲ୍ଲୀ ସରଫରା ବଜାରରେ ସୁନା ଓ ରୂପା ଦାମ ଖସିଛି ।

ଆଜି 10 ଗ୍ରାମ ସୁନା ଦାମ 130 ଟଙ୍କା ହ୍ରାସ ହୋଇ 46,093 ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଦିନରେ ସୁନା ଦାମ 10 ଗ୍ରାମ ପ୍ରତି 46,223 ଟଙ୍କାରେ ବନ୍ଦ ହୋଇଥିଲା । ଏ ନେଇ ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ରୂପା ଦାମ କିଲୋ ପ୍ରତି 305 ଟଙ୍କା କମି 66,040 ଟଙ୍କା ରହିଛି । ଗତ କାରବାର ଦିବସରେ ରୂପା ଦାମ 66,345 ଟଙ୍କାରେ ବନ୍ଦ ହୋଇଥିଲା ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,726 ଡଲାର ରହିଥିଲା । ସେହିଭଳି ରୂପା ଆଉନ୍ସ ପିଛା 24.89 ଡଲାର ରହିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.