ETV Bharat / business

କମିଲା ସୁନା ଦାମ, ଜାଣନ୍ତୁ କେତେ ରହିଛି ଦାମ...

author img

By

Published : Mar 14, 2020, 12:50 PM IST

Gold price slips to Rs 42,017 per 10 gram, silver down Rs 2,255 per kg
କମିଲା ସୁନା ଦାମ , ଜାଣନ୍ତୁ କେତେ ରହିଛି ଦାମ

ଅସ୍ଥିର ବିଶ୍ବ ବଜାର ପ୍ରଭାବରେ ଭାରତରେ କମିଛି ସୁନା । ସେହିପରି ରୂପା କିଲୋ ପିଛା 2255 ଟଙ୍କା ହ୍ରାସ ହୋଇଛି ।

ନୂଆଦିଲ୍ଲୀ: ସେୟାର ବଜାରରେ କୋରୋନା କମ୍ପନ ବଢିବା ସହ ଖସିଲା ସୁନା ଦାମ । ଅସ୍ଥିର ବିଶ୍ବ ବଜାର ପ୍ରଭାବରେ ଭାରତରେ କମିଛି ସୁନା । ସେହିପରି ରୂପା କିଲୋ ପିଛା 2255 ଟଙ୍କା ହ୍ରାସ ହୋଇଛି ।

ଶୁକ୍ରବାର ଉଭୟ ସେନସେକ୍ସ ଓ ନିଫ୍ଟି 10 ପ୍ରତିଶତରୁ ଅଧିକ ହ୍ରାସ ଯୋଗୁଁ ବଜାର ଲୋୟର ସର୍କିଟ ହିଟ କରିଥିଲା । ପରେ ପୁଣି ସେନସେକ୍ସ ଉଠିବା ସହ ଦିନ ତମାମ ହ୍ରାସ-ବୃଦ୍ଧି ସହ ବନ୍ଦ ହୋଇଥିଲା । ଏପଟେ ସୁନା ଦାମ ବି କମ ହୋଇଛି ।

ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀରେ 10 ଗ୍ରାମ ସୁନା ଦାମ 1097 ଟଙ୍କା କମି 42,600 ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦାମ କିଲୋ ପିଛା 1574 ଟଙ୍କା ହ୍ରାସ ସହ 44130 ଟଙ୍କା ଅଛି ।

ଏହା ପୂର୍ବ କାରବାର ଦିନରେ (ଗୁରୁବାର) ସୁନା 10 ଗ୍ରାମ ପିଛା 43697 ଟଙ୍କା ଓ ରୂପା କିଲୋ 45704 ଟଙ୍କାରେ ବନ୍ଦ ହୋଇଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶେଷଜ୍ଞ ତପନ ପଟେଲ କହିଛନ୍ତି ଯେ, ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 1000 ଟଙ୍କା କ୍ଷତି ସହ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.