ETV Bharat / business

123 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବି ବୃଦ୍ଧି

author img

By

Published : Aug 4, 2021, 7:11 PM IST

123 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବି ବୃଦ୍ଧି
123 ଟଙ୍କା ବଢିଲା ସୁନା, ରୂପା ମୂଲ୍ୟରେ ବି ବୃଦ୍ଧି

ପ୍ରତି 10 ଗ୍ରାମ ପିଛା 123 ଟଙ୍କା ବଢିଲା ସୁନା । ସେପଟେ ରୂପା ଦାମରେ ମଧ୍ୟ 766 ଟଙ୍କା ବୃଦ୍ଧି । ଏଚଡିଏଫସି ସିକ୍ୟୁରିଟି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବଢିଲା ସୁନା ଦର । ଅନ୍ତରାଷ୍ଟ୍ରୀୟ ସ୍ତରରେ ମୂଲ୍ୟବାନ ଧାତୁ ମୂଲ୍ୟ ବୃଦ୍ଧି ସହ ବୁଧବାର ସୁନା 10 ଗ୍ରାମ ପିଛା 123 ଟଙ୍କା ବଢି 46 ହଜାର 992 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପୂର୍ବ କାରବାର ଦିବସରେ ସୁନା 10 ଗ୍ରାମ ପିଛା ପାଖାପାଖି 46 ହଜାର 869 ଟଙ୍କା ଥିଲା । ସେପଟେ ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ରୂପା କେଜି ପିଛା 766 ଟଙ୍କା ବଢି 66,926ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବ କାରବାର ସମୟରେ 66,160 ଟଙ୍କା ରହିଥିଲା ।

ଏଚଡିଏଫସି ସିକ୍ୟୁରିଟିର ବରିଷ୍ଠ ଆନାଲିଷ୍ଟ ତପନ ପଟେଲଙ୍କ ସୂଚନା ମୁତାବକ, COMEX ସୁନା ମୂଲ୍ୟରେ ସୁଧାର ସହ ଦିଲ୍ଲୀରେ 24 କ୍ୟାରେଟ ସୁନା ପାଇଁ ଏହାର ପ୍ରଚଳିତ ମୂଲ୍ୟରେ 123 ଟଙ୍କା ଯୋଡି ହୋଇଛି । ବୈଶ୍ବିକ ବଜାରରେ ସୁନା ଅନ୍ସ ପିଛା 1,815 ଡଲାରରେ କାରବାର କରିଥିଲା । ହେଲେ ରୂପା ଅନ୍ସ ପିଛା 25.71 ଡଲାରରେ ଫ୍ଲାଟ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.