ETV Bharat / business

୪୨୨ ଟଙ୍କା ବଢିଲା ସୁନା, ରୂପା ଦାମରେ ୧୧୩ ଟଙ୍କା ବୃଦ୍ଧି

author img

By

Published : Aug 12, 2021, 7:02 PM IST

୪୨୨ ଟଙ୍କା ବଢିଲା ସୁନା, ରୂପା ଦାମରେ ୧୧୩ ଟଙ୍କା ବୃଦ୍ଧି
୪୨୨ ଟଙ୍କା ବଢିଲା ସୁନା, ରୂପା ଦାମରେ ୧୧୩ ଟଙ୍କା ବୃଦ୍ଧି

ଜାତୀୟ ରାଜଧାନୀ ଦିଲ୍ଲୀରେ ୪୨୨ ଟଙ୍କା ବଢିଲା ସୁନା ଦର । ରୂପା ଦରରେ ବି ୧୧୩ ଟଙ୍କା ବୃଦ୍ଧି । HDFC ସିକ୍ୟୁରିଟି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପୁଣି ବଢିଲା ସୁନା ରୂପା ଦର । ଗୁରୁବାର ଦିଲ୍ଲୀରେ ସୁନା ୪୨୨ ଟଙ୍କା ବଢିଛି । ଫଳରେ ଏବେ ସୁନା 10 ଗ୍ରାମ ପିଛା 45,560 ଟଙ୍କା ହୋଇଯାଇଛି । ପୂର୍ବ କାରବାର ସମୟରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ 45,138 ଟଙ୍କା ଥିଲା । ସେପଟେ ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ଆଗରୁ ରୂପା କେଜି 61,201 ଟଙ୍କା ଥିବାବେଳେ ଗୁରୁବାର ଏହାର ଦାମ ୧୧୩ ଟଙ୍କା ବଢି 61,314 ଟଙ୍କାରେ ପହଞ୍ଚିଛି । HDFC ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା 1,756 ଡଲାରରେ କାରବାର ହୋଇଥିଲା ଏବଂ ରୂପା ୨୩.୪୪ ଡଲାରରେ ଫ୍ଲାଟ ହୋଇଥିଲା । HDFC ସିକ୍ୟୁରିଟିର ବରିଷ୍ଠ ଆନାଲିଷ୍ଟ ତପନ ପଟେଲଙ୍କ କହିବା ମୁତାବକ, ସଫ୍ଟ ଡାଲରରେ ପୁନଃରୁଦ୍ଧାର ଫଳରେ ସୁନା ଦର ବଢିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.