ETV Bharat / business

ସୁନା ଦାମ ହ୍ରାସ, କମିଲା ରୂପା ଚମକ

author img

By

Published : Jun 14, 2021, 10:02 PM IST

ସୁନା ଦାମ ହ୍ରାସ , କମିଲା ରୂପା ଚମକ
ସୁନା ଦାମ ହ୍ରାସ , କମିଲା ରୂପା ଚମକ

ଦିଲ୍ଲୀ ସରଫରା ବଜାରରେ ସୋମବାର ସୁନା ଦାମ କମିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବହୁମୂଲ୍ୟ ଧାତୁର ବୈଶ୍ବିକ ମୂଲ୍ୟ ଖସିଲା । ଫଳରେ ଦିଲ୍ଲୀ ସରଫରା ବଜାରରେ ସୋମବାର ସୁନା ଦାମ କମିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି ।

ସୁନା ଦାମ 10 ଗ୍ରାମ ପ୍ରତି ଆଜି 464 ଟଙ୍କା ହ୍ରାସ ହୋଇ 47,705 ଟଙ୍କା ରହିଛି । ଗତ କାରବାର ଦିବସରେ ସୁନା ଦାମ 10 ଗ୍ରାମ ପ୍ରତି 48,169ରେ ବନ୍ଦ ହୋଇଛି । ଏଭଳି ଭାବେ ରୂପା ବି କିଲୋ ପ୍ରତି 723 ଟଙ୍କା କମି 70,420 ଟଙ୍କା ରହିଛି । ଗତ କାରବାର ଦିବସରେ ରୂପାର ବନ୍ଦ ଦାମ 71,143 ଦାମ ଅଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ସାମାନ୍ୟ ହ୍ରାସ ହୋଇ ଆଉନ୍ସ ପିଛା 1,858 ଡଲାର ରହିଛି । ଯେତେବେଳେ କି ରୂପା ଦାମ ଆଉନ୍ସ ପ୍ରତି 27.70 ଡଲାରରେ ସ୍ଥିର ଅଛି ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ( କମୋଡିଟି) ତପନ ପଟେଲ କହିଛନ୍ତ‘‘ ଡଲାର ମଜବୁତ ହେବା ଯୋଗୁଁ ସୁନା ଦାମ କମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.