ETV Bharat / business

ଆଜି ପୁଣି ଖସିଛି ସୁନା ଦାମ

author img

By

Published : Jan 25, 2021, 7:53 PM IST

ଆଜି ପୁଣି ଖସିଛି ସୁନା ଦାମ
ଆଜି ପୁଣି ଖସିଛି ସୁନା ଦାମ

ଲଗାତାର ବୃଦ୍ଧି ପରେ ସୋମବାର ଲଗାତାର ଦ୍ବିତୀୟ ଦିନ ଧରି ହ୍ରାସ ହୋଇଛି ସୁନା ଦାମ । ତେବେ ରୂପା ଦାମ କିଲୋ ପ୍ରତି ସାମାନ୍ୟ ବଢିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ହୁହୁ ହୋଇ ବଢୁଥୁବା ସୁନା ଦାମରେ ବ୍ରେକ ଲାଗିଛି । ସୋମବାର ଲଗାତାର ଦ୍ବିତୀୟ ଦିନ ଧରି କମିଛି ସୁନା ଦାମ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 141 ପଇସା ହ୍ରାସ ହୋଇ 48,509 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛନ୍ତି ।

ଶୁକ୍ରବାରକୁ ସୁନା ଦାମ 10 ଗ୍ରାମ ପ୍ରତି 48,650 ଟଙ୍କାରେ ବନ୍ଦ ହୋଇଥିଲା । ଯଦିଓ ରୂପା ଦାମ ଏହି ଅବଧିରେ 43 ଟଙ୍କା ସହ ସାମାନ୍ୟ ବଢିଛି । ଫଳରେ କିଲୋ ପିଛା ରୂପା ଦାମ ଆଜି 66,019 ଟଙ୍କାରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ସହ ଆଉନ୍ସ ପ୍ରତି 1,853.26 ଡଲାର ସ୍ତରରେ କାରବାର କରୁଛି । ସେପଟେ ରୂପା ଦାମ ଆଉନ୍ସ ପିଛା 25.55 ଡଲାରରେ ସ୍ଥିର ଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି ସରଫକା ବଜାରରେ ସ୍ଥିରତା ଅନିଶ୍ଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.