ETV Bharat / business

ଖସିଲା ସୁନା ଓ ରୂପା ଦାମ

author img

By

Published : Sep 2, 2020, 6:33 PM IST

ଅନ୍ତର୍ଜାତୀୟ ବଜାରରେ ଦାମ ଖସିଥିବାରୁ ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପ୍ରତି 614 ଟଙ୍କା କମିଛି ବୋଲି ଏଚଡିଏଫସି ସିକ୍ୟୁରିଟିଜର ଆନାଲିଷ୍ଟ ତପନ ପଟେଲ କହିଛନ୍ତି ।

ଖସିଲା ସୁନା ଓ ରୂପା ଦାମ
ଖସିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ: ହ୍ରାସ ହେଲା ସୁନା ଦାମ । କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ କମିଛି । ଦେଶର ରାଜଧାନୀରେ ସୁନା ଦାମ 10 ଗ୍ରାମ ପିଛା 614 ଟଙ୍କା କମି 52,314 ଟଙ୍କାରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟବାନ ଧାତୁ ଦାମ ହ୍ରାସ ହୋଇଥିବାରୁ ଏହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ଦାମ କମିଛି । ବୁଧବାର ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଏହା ପୂର୍ବ କାରୂାରରେ ସୁନା ଦାମ 10 ଗ୍ରାମ ପ୍ରତି 52,928 ଟଙ୍କାରେ କାରବାର ବନ୍ଦ କରିଥିଲା । ସେହିପରି ବୁଧବାର ରୂପା ଦାମ କିଲୋ ପିଛା 1,799 ଟଙ୍କା କମି 73,001 ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବ କାରବାରରେ କିଲୋ ପ୍ରତି 73,001 ଟଙ୍କାରେ କାରବାର ବନ୍ଦ କରିଥିଲା ।

ଅନ୍ତର୍ଜାତୀୟ ବଜାରରେ ଦାମ ଖସିଥିବାକୁ ଦିଲ୍ଲୀରେ 24 କ୍ୟାରେଟ ସୁନା ଦାମ 10 ଗ୍ରାମ ପ୍ରତି 614 ଟଙ୍କା କମିଛି ବୋଲି ଏଚଡିଏଫସି ସିକ୍ୟୁରିଟିଜର ଆନାଲିଷ୍ଟ ତପନ ପଟେଲ କହିଛନ୍ତି ।

ଆନ୍ତର୍ଜାତୀୟ ବଜାରରେ ସୁନା ଅଉନ୍ସ ପିଛା ହ୍ରାସ ପାଇ 1,963 ଡଲାର ଏବଂ ରୂପା 27.87 ଡଲାରରେ ପହଞ୍ଚିଛି।

@ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.