ETV Bharat / business

ସୁନା ଦାମ 480 ଟଙ୍କା ଖସିଲା, ରୂପା 3 ହଜାରରୁ ଅଧିକ ହ୍ରାସ

author img

By

Published : Feb 2, 2021, 7:39 PM IST

ସୁନା ଦାମ 480 ଟଙ୍କା ଖସିଲା , ରୂପା 3 ହଜାରରୁ ଅଧିକ ହ୍ରାସ
ସୁନା ଦାମ 480 ଟଙ୍କା ଖସିଲା , ରୂପା 3 ହଜାରରୁ ଅଧିକ ହ୍ରାସ

ବଜେଟରେ ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହେବା ପରେ କମିଛି ଦାମ । ଲଗାତାର ଦ୍ବିତୀୟ ଦିନ ଧରି ସୁନା ଦାମ ଖସିଛି ।

ନୂଆଦିଲ୍ଲୀ: ସୋମବାର ବଜେଟରେ ସୁନା-ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ ହୋଇଛି । ଆଉ ଏଥିପାଇଁ ବଜେଟ ଘୋଷଣା ପରେ ସୁନା-ରୂପା ଦାମ ବଡ ପରିମାଣରେ ଖସିଥିଲା । ତେବେ ମଙ୍ଗଳବାର ବୈଶ୍ବିକ ବଜାରରେ ସୁନା ଦାମ ହ୍ରାସ ପରେ କମିଛି ଦାମ ।

ଆଜି 10 ଗ୍ରାମ ପ୍ରତି ସୁନା ଦାମ 480 ଟଙ୍କା କମି 47,702 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି । ଏହା ପୂର୍ବରୁ ସୁନା ଦାମ 10 ଗ୍ରାମ ପିଛା 48,182 ଟଙ୍କା ରହିଥିଲା । ସେହିଭଳି ରୂପା ଦାମ ମଧ୍ୟ ଆଜି କିଲୋ ପ୍ରତି 3,097 ଟଙ୍କା ହ୍ରାସ ହୋଇ 70,122 ଟଙ୍କା ରହିଛି । ସୋମବାର ରୂପା କିଲୋ 73,219 ଟଙ୍କା ରହିଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ସହ ଆଉନ୍ସ ପ୍ରତି 1,847 ଡଲାରରେ ପହଞ୍ଚିଥିଲା । ରୂପା ଦାମ ମଧ୍ୟ ହ୍ରାସ ହୋଇ ଆଉନ୍ସ ପିଛା 27.50 ଡଲାରରେ କାରବାର କରୁଛି ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ଆମେରିକାରେ ରିଲିଫ ଉପାୟରେ ପ୍ରଗତି ହେଉନଥିବାରୁ ସୁନାରେ ହ୍ରାସ ଦେଖାଦେଇଛି । କାରବାରୀ ଓ ନିବେଶକଙ୍କ ଉପରେ ଚାପ ରହିଥିବା ଯୋଗୁଁ ଏଭଳି ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.