ETV Bharat / business

କମିଲା ସୁନା ଓ ରୂପା ଦାମ

author img

By

Published : Jan 27, 2021, 9:01 PM IST

କମିଲା ସୁନା ଓ ରୂପା ଦାମ
କମିଲା ସୁନା ଓ ରୂପା ଦାମ

ବୁଧବାର ଦିଲ୍ଲୀ ସରଫରା ବଜାରରେ ବହୁମୂଲ୍ୟ ଧାତୁ ଦାମ କମିବା ନେଇ ଏଚଡିଏଫସି ସିକ୍ୟୁରିଟିଜ ସୂଚନା ଦେଇଛି । ଅଧିକ ପଢନ୍ତୁ..

ମୁମ୍ବାଇ:ପୁଣି ଖସିଲା ସୁନା ଦାମ । ରୂପା ଦାମ ମଧ୍ୟ ହ୍ରାସ ହୋଇଛି । ବୁଧବାର ଦିଲ୍ଲୀ ସରଫରା ବଜାରରେ ବହୁମୂଲ୍ୟ ଧାତୁ ଦାମ କମିବା ନେଇ ଏଚଡିଏଫସି ସିକ୍ୟୁରିଟିଜ ସୂଚନା ଦେଇଛି ।

ଗତ କାରବାରରେ ଅଧିବେଶନରେ ସୁନା ଦାମ 10 ଗ୍ରାମ ପ୍ରତି 48,421 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ରୂପା ଦାମ 256 ଟଙ୍କା ଖସି କିଲୋ ପ୍ରତି 65,614 ଟଙ୍କା ରହିଛି ।

ଗତ କାରବାରରେ ରୂପା କିଲୋ ପ୍ରତି 65,870 ଟଙ୍କାରେ ବନ୍ଦ ହୋଇଥିଲା । ବୁଧବାର କାରବାର ଆରମ୍ଭ ସମୟରେ ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା 8 ପଇସା ବୃଦ୍ଧି ହୋଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଉଭୟ ବହୁମୂଲ୍ୟ ଧାତୁର ଦାମ ଆଉନ୍ସ ପ୍ରତି କ୍ରମଶଃ 1,850 ଡଲାର ଓ 25.41 ଡଲାରରେ ଅପରିବର୍ତ୍ତିତ ଥିଲା ।

ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେଜର କମୋଡିଟି ରିସର୍ଚ୍ଚର ଭାଇରସ ପ୍ରେସିଡେଣ୍ଟ ନବନୀତ ଦମାନୀ ଅନୁସାରେ ‘‘ ଆଜି ଆମେରୀୟ କେନ୍ଦ୍ର ବ୍ୟାଙ୍କ ଫେଡରାଲ ରିଜର୍ଭର ମୁଦ୍ରାନୀତି ସମ୍ବନ୍ଧରେ ନିଷ୍ପତ୍ତି ଆସିବା ପୂର୍ବରୁ ସୁନା ଦାମରେ ସ୍ଥିରତା ରହିଛି । ଯେଉଁଠି ନିବେଶକଙ୍କୁ ଦୁନିଆର ବୃହତ୍ତ ଅର୍ଥବ୍ୟବସ୍ଥା ପାଇଁ ପ୍ରୋତ୍ସାହନ ପ୍ୟାକେଜ ମିଳିବା ଅପେକ୍ଷା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.