ETV Bharat / business

ଆକାଶଛୁଆଁ ଦାମ ପରେ ଖସିଲା ସୁନା, ରୂପା 3,112 ଟଙ୍କା ହ୍ରାସ

author img

By

Published : Aug 19, 2020, 6:58 PM IST

ଆକାଶଛୁଆଁ ଦାମ ପରେ ଖସିଲା ସୁନା , ରୂପା 3,112 ଟଙ୍କା ହ୍ରାସ
ଆକାଶଛୁଆଁ ଦାମ ପରେ ଖସିଲା ସୁନା , ରୂପା 3,112 ଟଙ୍କା ହ୍ରାସ

ଲଗାତାର ବୃଦ୍ଧି ପରେ ହ୍ରାସ ପାଇଛି ସୁନା ଦାମ । ସେହିପରି ରୂପା ଦାମରେ ମଧ୍ୟ ଭାରୀ ହ୍ରାସ ଦେଖିବାକୁ ମିଳିଛି । ଜାଣନ୍ତୁ ଆଜିର ରେଟ ...

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ ମଧ୍ୟରେ ବୁଧବାର ସ୍ଥାନୀୟ ସରଫରା ବଜାରରେ ସୁନା ଦାମ ହ୍ରାସ ପାଇଛି । ଆଜି 10 ଗ୍ରାମ ସୁନା ଦାମ 640 ଟଙ୍କା କମି 54,269 ଟଙ୍କା ରହିଛି । ଏଚଡିଏଫସି ସିକ୍ଯୁରିଟିଜ ଏ ନେଇ ସୂଚନା ଦେଇଛି ।

ପୂର୍ବ କାରବାରରେ ସୁନା ଦାମ 10 ଗ୍ରାମ ପ୍ରତି 54,909 ଟଙ୍କାରେ ବନ୍ଦ ହୋଇଥିଲା । ସ୍ଥାନୀୟ ବଜାରରେ ରୂପାକୁ ଲାଭଖୋରଙ୍କ ଚାପର ସାମ୍ନା କରିବାକୁ ପଡିଛି । ଫଳରେ ଏହାର ଦାମ ମଧ୍ୟ 3,112 ଟଙ୍କା ଖସି କିଲୋ ପ୍ରତି 69,450 ଟଙ୍କାରେ ବନ୍ଦ ହୋଇଛି ।

ପୂର୍ବ କାରବାରରେ ରୂପା କିଲୋ ପିଛା 72,562 ଟଙ୍କାରେ ବନ୍ଦ ହୋଇଥିଲା ।

ବୈଶ୍ବିକ ବଜାରରେ ସୁନା ଦାମ ଦୁର୍ବଳ ଯୋଗୁଁ ଆଉନ୍ସ ପିଛା 1,988 ଡଲାର ରହିଛି । ଯେତେବେଳେ କି ରୂପା ଦାମ ଆଉନ୍ସ ପ୍ରତି 27.43 ଡଲାରରେ ଅପରିବର୍ତ୍ତିତ ରହିଛି ।

ଏଚଡିଏଫସି ସିକ୍ୟୁରିଟଜର ବରିଷ୍ଠ ବିଶ୍ଲେଷକ ତମନ ପଟେଲ କହିଛନ୍ତି କି, ‘‘ ଆମେରିକୀୟ ଫେଡରାଲ ନିଜ ମାର୍କେଟ କମେଟି ବୈଠକ ବିବରଣୀକୁ ଜାରି କରିବା ପୂର୍ବରୁ ବୁଧବାର ଡଲାର ସୂଚକାଙ୍କରେ ସୁଧାର ଦେଖିବାକୁ ମିଳିଛି । ଫଳରେ ସୁନାର ଲାଭ ସାମାନ୍ୟ କମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.