ETV Bharat / business

ସର୍ବୋଚ୍ଚ ରେକର୍ଡରୁ ଖସିଲା ସୁନା ଦାମ, 6 ହଜାର କମିଲା ରୂପା

author img

By

Published : Aug 11, 2020, 4:43 PM IST

ସର୍ବୋଚ୍ଚ ରେକର୍ଡରୁ ଖସିଲା  ସୁନା ଦାମ , 6 ହଜାର କମିଲା ରୂପା
ସର୍ବୋଚ୍ଚ ରେକର୍ଡରୁ ଖସିଲା ସୁନା ଦାମ , 6 ହଜାର କମିଲା ରୂପା

ସର୍ବୋଚ୍ଚ ରେକର୍ଡ ସ୍ତରରୁ ଖସିଲା ସୁନା ଦାମ । ସେହିପରି ରୂପା ମଧ୍ୟ କିଲୋ ପ୍ରତି 6 ହଜାର ଟଙ୍କା କମିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ସୁନା ଓ ରୂପା ଦାମର ଲଗାତାର ବୃଦ୍ଧିରେ ଲାଗିଛି ବ୍ରେକ । ଅନ୍ତରାଷ୍ଟ୍ରୀୟ ବଜାରରେ ମହଙ୍ଗା ଧାତୁ ଦାମ ଦୁର୍ବଳ ପ୍ରଭାବରେ ଭାରତରେ ସୁନା ଓ ରୂପା ଦାମ ହ୍ରାସ ହୋଇଛି ।

ଘରୋଇ ଫ୍ୟୁଚର ବଜାରରେ ସୁନା ଦାମ 10 ଗ୍ରାମ ପିଛା 2,300 ଟଙ୍କା ଖସିଥିବା ବେଳେ ପୂରା କିଲୋ 6000 ଟଙ୍କାରୁ ଅଧିକ କମିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଙ୍ଗଳବାର ଦ୍ବିପ୍ରହରରେ ସୁନା ଅକ୍ଟୋବର ଫ୍ୟୁଚର ଅନୁବନ୍ଧରେ ଗତ କାରବାର ତୁଳନାରେ 10 ଗ୍ରାମ ପିଛା 1,043 ଟଙ୍କା କମି 53,903 ଟଙ୍କାରେ କାରବାର କରୁଥିଲା ।

ଶୁକ୍ରବାର ଦିନ, ସୁନା MCX ରେ 10 ଗ୍ରାମ ପ୍ରତି ରେକର୍ଡ 56,191 ଟଙ୍କାକୁ ବୃଦ୍ଧି ପାଇଛି । ସେହି ସମୟରୁ ବର୍ତ୍ତମାନ କାରବାର ବନ୍ଦ ସୁଦ୍ଧା ସୁନା ଦାମ 23000 ଟଙ୍କା ହ୍ରାସ ପାଇଛି । ସେହିପରି ଏମସିଏକ୍ସରେ ରୂପା ସେପ୍ଟେମ୍ବର ଏକ୍ସପାଏରୀ ଅନୁବନ୍ଧରେ ଗତ କାରବାର ତୁଳନାରେ 2,649 ଟଙ୍କା ହ୍ରାସ ହୋଇ କିଲୋ ପ୍ରତି 72,745 ଟଙ୍କାରେ କାରବାର କରୁଥିଲା । ଯେତେବେଳେ କି କାରବାର ମଧ୍ୟରେ ରୂପା କିଲୋ ପ୍ରତି 71,791 ଟଙ୍କାରୁ ଖସିଛି । ଗତ ଶୁକ୍ରବାର ଏମସିଏକ୍ସରେ ରୂପା ଦାମ କିଲୋ ପିଛା 77949 ଟଙ୍କାକୁ ବୃଦ୍ଧି ପାଇଥିଲା । ସେହି ସ୍ତରକୁ ଦେଖିବାକୁ ଗଲେ ବର୍ତ୍ତମାନ ରୂପା ଦାମ 6000 ଟଙ୍କା କମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.