ETV Bharat / business

୧ ଲକ୍ଷ କୋଟି ପାର୍ କଲା ଜୋମାଟୋ ମାର୍କେଟ କ୍ୟାପ, ସେୟାରରୁ ବଞ୍ଚିତ ଲୋକେ ଏବେ ବି ହୋଇପାରିବେ ମାଲାମାଲ

author img

By

Published : Jul 23, 2021, 6:41 PM IST

୧ ଲକ୍ଷ କୋଟି ପାର୍ କଲା ଜୋମାଟୋ ମାର୍କେଟ କ୍ୟାପ
୧ ଲକ୍ଷ କୋଟି ପାର୍ କଲା ଜୋମାଟୋ ମାର୍କେଟ କ୍ୟାପ

ସେୟାର ବଜାରରେ ଦମଦାର ଲିଷ୍ଟିଙ୍ଗ ସହ ୧ ଲକ୍ଷ କୋଟି ପାର କଲା ଜୋମାଟୋର ମାର୍କେଟ କ୍ୟାପ । ତେବେ ଯେଉଁମାନେ ଜୋମାଟୋ ଆଇପିଓରେ ସେୟାର ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ମଧ୍ୟ ଜୋମାଟୋ ସେୟାରରେ ପୁଞ୍ଜି ଲଗାଣ କରି ମାଲାମାଲ ହେବାର ରହିଛି ସୁଯୋଗ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋର ସେୟାର ବଜାରରେ ଦମଦାର ଲିଷ୍ଟିଙ୍ଗ । ଯେଉଁ ଲୋକେ ଜୋମାଟୋ IPOରେ ନିବେଶ କରିଛନ୍ତି ତାଙ୍କୁ ପ୍ରଥମ ଦିନରେ ହିଁ ୫୦ ପ୍ରତିଶତରୁ ଅଧିର ରିଟର୍ଣ୍ଣ ମିଳିଛି ।

ସୂଚନାଥାଉ କି, ଜୋମାଟୋ ଆଇପିଓର ଇସୁ ପ୍ରାଇସ ପ୍ରତି ସେୟାର ପିଛା ମାତ୍ର ୭୬ ଟଙ୍କା ଥିଲା । କିନ୍ତୁ ଆଜି ଏହାର ଲିଷ୍ଟିଙ୍ଗ ବିଏସଇରେ ୧୧୫ ଟଙ୍କା ଏବଂ ଏନଏସଇରେ ୧୧୬ ଟଙ୍କାରେ ପହଞ୍ଚିଛି । ଏହି ଦମଦାର ଲିଷ୍ଟିଙ୍ଗ ସହ ଜୋମାଟୋର ମାର୍କେଟ କ୍ୟାପ(ବଜାର ପୁଞ୍ଜିକରଣ) ୧ ଲକ୍ଷ କୋଟି ପାର୍ କରିଛି । ଫଳରେ ଟାଟା ମୋଟର୍ସ, ଶ୍ରୀ ସିମେଣ୍ଟ, ଇଣ୍ଡିଆନ ଅଏଲ ଓ ଟାଟା କଞ୍ଜ୍ୟୁମର ଭଳି ବଡ ବଡ କମ୍ପାନୀଙ୍କୁ ପଛରେ ପକାଇ ରେକର୍ଡ ସ୍ତର ଛୁଇଁଛି ଜୋମାଟୋ ।

ତେବେ ଯେଉଁମାନେ IPOରେ ସେୟାର ପାଇ ନାହାନ୍ତି ସେମାନଙ୍କୁ ନିରାଶ ହେବାକୁ ପଡିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଜୋମାଟୋର ସେୟାରରେ ଆଗକୁ ମଧ୍ୟ ମାଲାମାଲ ହେବାର ଯଥେଷ୍ଟ ସୁଯୋଗ ମିଳିବ ।

ହାତଛଡା ହୋଇନି ସୁଯୋଗ:

ଅଧିକାଂଶ ଲୋକେ ଜୋମାଟୋ ଆଇପିଓରେ ସେୟାର ପାଇବାରୁ ବଞ୍ଚିତ ଅଛନ୍ତି । ହେଲେ ଜୋମାଟୋରେ ନିବେଶର ସୁଯୋଗ ଏବେ ବି ଟଳି ନାହିଁ । ସୂତ୍ରରୁ ଜଣାପଡିଛି କି ବର୍ତ୍ତମାନ ବଜାରରେ ଅନେକ ଥର ଏଭଳି ସୁଯୋଗ ଆସିବ । ଯେତେବେଳେ ଆପଣ ଜୋମାଟୋ ସେୟାରରେ ନିବେଶ କରି ମାଲାମାଲ ହୋଇପାରିବେ ।

ଏକ୍ସପର୍ଟଙ୍କ ପରାମର୍ଶ ଅନୁଯାୟୀ ଆଗରୁ ଯେବେ ବି ଜୋମାଟୋ ସେୟାର ମୂଲ୍ୟରେ ହ୍ରାସ ଦେଖାଯିବ ତତକ୍ଷଣାତ୍ ଏହାକୁ କିଣି ନେବା ହିଁ ବୁଦ୍ଧିମାନର କାମ ହେବ । କାରଣ ଜୋମାଟୋର ଭବିଷ୍ୟତ କାରବାର ସମ୍ଭାବନା ବହୁତ ଅଧିକ ରହିଛି ।

କେବେ ଲଗାଇବେ ପଇସା:

କମ୍ପାନୀ ପାଇଁ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ବର୍ତ୍ତମାନ କମ୍ପାନୀର ସେୟାର ମୂଲ୍ୟ ଓଭର ପ୍ରାଇସ୍ଡ ବା ଦରକାରରୁ ଅଧିକ ରହିଛି । ହେଲେ ନିକଟ ଭବିଷ୍ୟତରେ ଏହାର ସେୟାର ମୂଲ୍ୟରେ ହ୍ରାସ ଘଟିବ । ସେହି ସମୟରେ ଏଥିରେ ପୁଞ୍ଜି ଲଗାଣ କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.