ETV Bharat / business

ଅଣାୟତଃ ଅଟୋ ଶିଳ୍ପ, କମିବ ଜିଏସଟି !

author img

By

Published : Sep 3, 2019, 1:58 PM IST

ଚାହିଦା ହ୍ରାସ ଯୋଗୁଁ ଅଟୋମୋବାଇଲ ଶିଳ୍ପ ଅବସ୍ଥା ସଙ୍ଗୀନ । ପାର୍ବଣ ସିଜନରେ ବି ମାନ୍ଦା ବେପାର। ଏଭଳି ସଙ୍କଟରୁ ଅଟୋମୋବାଇଲ ବଜାରକୁ ମୁକୁଳାଇବା ପାଇଁ ସରକାର ଜିଏସଟି ହ୍ରାସ ନେଇ ଯୋଜନା କରୁଛନ୍ତି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅଣାୟତଃ ଅଟୋ ଶିଳ୍ପ । ପାର୍ବଣ ସିଜନରେ ବି ମାନ୍ଦା ବେପାର । ଚାହିଦା ହ୍ରାସ ଯୋଗୁଁ ବଜାର ଖାଁ ଖାଁ । ଫଳରେ ଅଗଷ୍ଟରେ ପାସେଞ୍ଜର ବିକ୍ରି ପରିମାଣ ଭାରୀ ମାତ୍ରାରେ ହ୍ରାସ ପାଇଛି । ଗତମାସରେ ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ବିକ୍ରି 32.7 ପ୍ରତିଶତ ହ୍ରାସ ପାଇ 1,06,413 ୟୁନିଟସରେ ପହଞ୍ଚିଛି । ଏଭଳି ସଙ୍କଟରୁ ଅଟୋମୋବାଇଲ ବଜାରକୁ ମୁକୁଳାଇବା ପାଇଁ ସରକାର ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ଯୋଜନା ।

ଆଗାମୀ ଦିନରେ ଗାଡି ବିକ୍ରି ବୃଦ୍ଧି ପାଇଁ ଜିଏସଟି ହ୍ରାସ କରାଯିବା ନେଇ ସଙ୍କେତ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଶେଷ ନିଷ୍ପତ୍ତି ଜିଏସଟି ପରିଷଦର ହେବ ବୋଲି ସୀତାରମଣ କହିଛନ୍ତି । ଆସନ୍ତା 20ରେ ହେବାକୁ ଥିବା ଜିଏସଟି ପରିଷଦରେ ଏହା ଉପରେ ଆଲୋଚନା କରାଯିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଅଟୋ ଶିଳ୍ପରେ ସେବା କର (ଜିଏସଟି) 28 ପ୍ରତିଶତ ଲାଗୁଛି । ଏହାକୁ ହ୍ରାସ କରି 18 ପ୍ରତିଶତ କରିବାକୁ ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ (ସିଆମ) ପକ୍ଷରୁ ଦାବି ହୋଇଛି । ଏପରିକି ଅଟୋଶିଳ୍ପକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ନିକଟରେ ଅର୍ଥମନ୍ତ୍ରୀ ଯେଉଁସବୁ ଉନ୍ନୟନମୂଳକ ଘୋଷଣା କରିଥିଲେ, ସେସବୁ ଏତେଟା ଫଳପ୍ରଦ ହୋଇନାହିଁ । ଏଣୁ ତୁରନ୍ତ ଜିଏସଟି ହ୍ରାସ କରି ଚାହିଦା ବୃଦ୍ଧି କରାଯାଉ ବୋଲି ସିଆମ ସଭାପତି ରାଜନ ୱାଧେରା ଜଣାଇଛନ୍ତି । ଆଉ କେଇଟା ଦିନ ପରେ ଦଶହରା ଓ ଦିପାବଳୀ । ଏଣୁ ଶୀଘ୍ର ଏ ନେଇ ପଦକ୍ଷେପ ନେବାକୁ ସଂଘ ଅନୁରୋଧ କରିଛି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.