ETV Bharat / business

ପିଏମସି ଦୁର୍ନୀତି ନେଲାଣି 3 ଜୀବନ, ଅନ୍ଧାରରେ 51 ହଜାର ଜମାକର୍ତ୍ତା

author img

By

Published : Oct 17, 2019, 7:14 AM IST

ଫଟୋ ସୌଜନ୍ୟ-ଏଏନଆଇ

ପୁଣି ପିଏମସି ଘୋଟାଲା ନେଲା ଆଉ ଏକ ଜୀବନ । ଗତ 2 ଦିନ ଭିତରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର 3 ଜମାକର୍ତ୍ତାଙ୍କ ମୃତ୍ୟୁ ଘଟିଲାଣି।

ନୂଆଦିଲ୍ଲୀ: ପୁଣି ପିଏମସି ଘୋଟାଲା ନେଲା ଆଉ ଏକ ଜୀବନ । ଗତ 2 ଦିନ ଭିତରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କର 3 ଜମାକର୍ତ୍ତାଙ୍କ ମୃତ୍ୟୁ ହେଲାଣି । ମୁମ୍ବାଇର ସଞ୍ଜୟ ଗୁଲାଟୀଙ୍କ ପରେ ପିଏମସିର ଅନ୍ୟ ଜଣେ ଜମାକର୍ତ୍ତା ଫତ୍ତେମଲ (59)ପଞ୍ଜାବୀ ମଙ୍ଗଳବାର ହୃଦଘାତରେ ପ୍ରାଣ ହରାଇଛନ୍ତି । ସେପଟେ ସଂନ୍ଧ୍ୟାରେ ମଧ୍ୟ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି ।

Third PMC Bank Depositor Dies Within Two Days
ଫଟୋ ସୌଜନ୍ୟ-ଏଏନଆଇ


ଆରବିଆଇର ପ୍ରତିବନ୍ଧକ ପରେ ପିଏମସି ଜମାକର୍ତ୍ତାଙ୍କ ମୁଣ୍ଡରେ ଚଡକ । ଟଙ୍କା ଫେରିବା ନେଇ ଅନିଶ୍ଚିତତା ଆଘାତ ସହିନପରି ଜଣେ ପରେ ଜଣେ ଜମାକର୍ତ୍ତା ପ୍ରାଣ ହରାଉଛନ୍ତି । 35 ବର୍ଷର ଏହି ପୁରୁଣା ବ୍ୟାଙ୍କରେ 51 ହଜାର ଜମାକର୍ତ୍ତାଙ୍କ 11ହଜାର 617 କୋଟି ଟଙ୍କା ଫସି ରହିଛି ।


ପ୍ରକାଶ ଯେ, 1100 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜମା ରଖିଥିବା ପିଏମସି ବ୍ୟାଙ୍କର 4000 କୋଟି ଟଙ୍କାର ଦୁର୍ନୀତି ଖବର ଆଗକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ନେଇ କଟକଣା ଲଗାଇଥିଲା । ଦିନରୁ ଜଣେ ଗ୍ରାହକ କେବଳ 1000 ଟଙ୍କା ଉଠାଇପାରବେ ବୋଲି କୁହାଯାଇଥିଲା । ଏନେଇ ଜମାକର୍ତ୍ତା ଆନ୍ଦୋଳନ ମଧ୍ୟ କରିଥିଲେ । ଏଥିରେ ସଞ୍ଜୟ ଗୁଲାଟୀ ମଧ୍ୟ ସାମିଲ ହୋଇଥିଲେ । ଏଠାରୁ ଘରକୁ ଫେରିବାର କେଇ ଘଣ୍ଟା ଭିତରେ ତାଙ୍କର ହୃଦଘାତରେ ଜୀବନ ଯାଇଥିଲା । ଏହି ଦିନ ହିଁ ଆରବିଆଇ ଟଙ୍କା ଉଠାଣ ସୀମାକୁ 40, 000କୁ ବୃଦ୍ଧି କରିଥିଲା । ତେବେ ଏତେ ବଡ ସମସ୍ୟା ଯୋଗୁଁ ପ୍ରାଣ ହରାଉଥିବା ଗ୍ରାହକଙ୍କୁ ନ୍ୟାୟ ପାଇଁ ସରକାର ଘଟଣାର ଯାଞ୍ଚ କରନ୍ତୁ ବୋଲି କୁହାଯାଇଛି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.