ETV Bharat / business

78% ପିଏମସି ଜମାକର୍ତ୍ତାଙ୍କୁ ମିଳିବ ସମ୍ପୂର୍ଣ୍ଣ ଟଙ୍କା

author img

By

Published : Dec 2, 2019, 7:10 PM IST

Nearly 78% PMC bank depositors allowed to withdraw entire balance
78% ପିଏମସି ଜମାକର୍ତ୍ତାଙ୍କୁ ମିଳିବ ସମ୍ପୁର୍ଣ୍ଣ ଟଙ୍କା

ପିଏମସି ବ୍ୟାଙ୍କର 78%ରୁ ଊର୍ଦ୍ଧ୍ବ ଜମାକାରୀଙ୍କୁ ସମ୍ପୂର୍ଣ୍ଣ ଉଠାଣ ପାଇଁ ଅନୁମତି ମିଳିଛି। ଏପଟେ ବ୍ୟାଙ୍କର ଜବତ ସମ୍ପତ୍ତି ରିଜର୍ଭ ବ୍ୟାଙ୍କ ନିଲାମ କରି ଅନ୍ୟାନ ବକେୟା ଦେବ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀ: ପିଏମସି ବ୍ୟାଙ୍କର 78 ପ୍ରତିଶତ ଜମାକର୍ତ୍ତା ସେମାନଙ୍କ ସମ୍ପୂର୍ଣ୍ଣ ଟଙ୍କା ଉଠାଣ ଉଠାଇ ପାରିବେ। ଏନେଇ ଅନୁମତି ମିଳିସାରିଛି। ସୋମବାର ଲୋକସଭାରେ ପିଏମସି ସ୍କାମ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି।

ଏପଟେ କିଛି ସର୍ତ୍ତ ଆଧାରରେ ବ୍ୟାଙ୍କର ଜବତ ସମ୍ପତ୍ତିକୁ ବିକ୍ରି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଲାମ କରିବ। ସେହି ଧନରେ ଜମାକର୍ତ୍ତାଙ୍କୁ ସେମାନଙ୍କ ବକେୟା ଫେରସ୍ତ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି।

ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣରେ କଟକଣା ଲଗାଇ ରଖିଛି। ଏହି ଘୋଟାଲାର ତଦନ୍ତ ପାଇଁ ରିଜର୍ଭ ବ୍ୟାଙ୍କ ଦ୍ବାରା ଆର୍ଥିକ ଅପରାଧ ଶାଖା ନିଯୁକ୍ତ ହୋଇଛି।

78% ପିଏମସି ଜମାକର୍ତ୍ତାଙ୍କୁ ମିଳିବ ସମ୍ପୁର୍ଣ୍ଣ ଟଙ୍କା


11,600 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜମା ସହ ପିଏମସି ଦେଶର ଶୀର୍ଷ 10 ସହକାରୀ ବ୍ୟାଙ୍କ ଭିତରୁ ଗୋଟିଏ । ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ପିଏମସି ବ୍ୟାଙ୍କ ନିଜ ମୋଟ ଋଣର ପ୍ରାୟ 73 ପ୍ରତିଶତ ଦେଇଛି । ଯାହାକି ଏବେ ଅନାଦେୟ ଋଣ ଭାବେ ପଡିରହିଛି। ଏହି ଘଟଣା ପ୍ରଘଟ ପରେ ଏବେ ସୁଦ୍ଧା 7ଜଣ ଜମାକର୍ତ୍ତାଙ୍କ ଜୀବନ ମଧ୍ୟ ଯାଇଛି।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.