ETV Bharat / business

2020-21 ରେ 12% ବଢିଛି ପରୋକ୍ଷ କର ସଂଗ୍ରହ

author img

By

Published : Apr 13, 2021, 10:18 PM IST

2020-21 ରେ   12% ବଢିଛି ପରୋକ୍ଷ କର ସଂଗ୍ରହ
2020-21 ରେ 12% ବଢିଛି ପରୋକ୍ଷ କର ସଂଗ୍ରହ

ଗତବର୍ଷ ତୁଳନାରେ ପରୋକ୍ଷ କର ସଂଗ୍ରହ ବୃଦ୍ଧି ହୋଇ 10.71 ଲକ୍ଷ କୋଟି ଟଙ୍କା ହୋଇଛି । ଯାହାକି ସଂଶୋଧିତ ଅନୁମାନ ତୁଳନାରେ ଅଧିକ । ଅଧିକ ପଢନ୍ତୁ:

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2020-21 ରେ ନିଟ୍ ପରୋକ୍ଷ ଟିକସ ସଂଗ୍ରହ 12.3 ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ କର ସଂଗ୍ରହ ବୃଦ୍ଧି ହୋଇ 10.71 ଲକ୍ଷ କୋଟି ଟଙ୍କା ହୋଇଛି । ଯାହାକି ସଂଶୋଧିତ ଅନୁମାନ ତୁଳନାରେ ଅଧିକ । ଅର୍ଥମନ୍ତ୍ରାଳୟ ମଙ୍ଗଳବାର ଏ ନେଇ କହିଛି ।

ଆର୍ଥିକ ବର୍ଷ 2019-20 ରେ ପରୋକ୍ଷ କର ସଂଗ୍ର 9.54 ଲକ୍ଷ କୋଟି ଟଙ୍କା ଥିଲା । ଯେଉଁଥିରେ ଜିଏସଟି , ସୀମା ଶୁଳ୍କ ଓ ଉତ୍ପାଦ ଶୁଳ୍କ ସାମିଲ ରହିଛି । ଆର୍ଥିକ ବର୍ଷ 2020-21ର ସଂଶୋଧନ ଅନୁମାନରେ 9.89 ଲକ୍ଷ କୋଟି ଟଙ୍କା କର ସଂଗ୍ରହ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିଲା ।

2020-21 ରେ କେନ୍ଦ୍ରର ନିଟ ଜିଏସଟି ସଂଗ୍ରହ 5.48 ଲକ୍ଷ କୋଟି ଟଙ୍କା ରହିଲା । ଯେତେବେଳେ କି ସୀମା ଶୁଳ୍କରୁ 1.32 ଲକ୍ଷ କୋଟି ଟଙ୍କା ମିଳିଛି । ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ସେବା କର (ବକେୟା) ଦୃଷ୍ଟିରୁ ନିଟ କର ସଂଗ୍ରହ 3.91 ଲକ୍ଷ କୋଟି ଟଙ୍କା ରହିଲା । ଯାହା ଏହା ପୂର୍ବ ଆର୍ଥିକ ବର୍ଷ ସମୟରେ 2.45 ଲକ୍ଷ କୋଟି ଟଙ୍କା ଥିଲା । ଏଥିରେ 59.2 ପ୍ରତିଶତର ବୃଦ୍ଧି ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.