ETV Bharat / business

ଫେବୃୟାରୀରେ ୧.୩୩ ଲକ୍ଷ କୋଟି GST ସଂଗ୍ରହ

author img

By

Published : Mar 1, 2022, 2:14 PM IST

Updated : Mar 1, 2022, 2:27 PM IST

ଫେବୃୟାରୀରେ ଆଦାୟ ହେଲା 1.33 ଲକ୍ଷ କୋଟି GST
ଫେବୃୟାରୀରେ ଆଦାୟ ହେଲା 1.33 ଲକ୍ଷ କୋଟି GST

ଫେବୃୟାରୀ ମାସରେ ଦ୍ରବ୍ୟ ଓ ସେବା କର(GST) ସଂଗ୍ରହ 1.33 ଲକ୍ଷ କୋଟି ପାର୍ କରିଛି । ଗତବର୍ଷ ସମାନ ଅବଧି ତୁଳନାରେ ଏହା ୧୮ ପ୍ରତିଶତ ଅଧିକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଫେବୃୟାରରେ 1.33 ଲକ୍ଷ କୋଟି GST ଆଦାୟ ହୋଇଛି (GST revenue collection for February) । ପଞ୍ଚମ ଥର ପାଇଁ ଦେଶରେ ଜିଏସଟି(GST) ଆଦାୟ ୧.୩୦ ଲକ୍ଷ କୋଟି ଅତିକ୍ରମ କରିଛି । ଗତମାସରେ ମୋଟ 1,33,026 କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ କରାଯାଇଛି । ଏହା ୨୦୨୧ ଫେବୃୟାରୀ ମାସ ଠାରୁ ୧୮ ପ୍ରତିଶତ ଅଧିକ । ସେହିପରି ୨୦୨୦ ଫେବୃୟାରୀ ତୁଳନାରେ ୨୬ ପ୍ରତିଶତ ଅଧିକ ଆଦାୟ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃୟାରୀରେ ସଂଗ୍ରହ ମୋଟ 1,33,026 କୋଟି ଜିଏସଟି(GST) ମଧ୍ୟରେ କେନ୍ଦ୍ର ଜିଏସଟି(CGST) ବାବଦ 24,435 କୋଟି, ଏସଜିଏସଟି(SGST) 30,779 କୋଟି, ଆଇଜିଏସଟି(IGST) 67,471 କୋଟି, ଏବଂ ସେସ୍(CESS) ପରିମାଣ 10,340 କୋଟି ରହିଛି । କହିରଖୁଛୁ କି, ଜାନୁୟାରୀରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଥିଲା । ମୋଟ ୧,୪୦,୯୮୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ଅର୍ଥମନ୍ତ୍ରୀ ଜଣାଇଥିଲେ ।

ଏଥର ପ୍ରଥମଥର ପାଇଁ GST cess(ଉପକର) ସଂଗ୍ରହ ୧୦ ହଜାର କୋଟି ଅତିକ୍ରମ କରିଛି । କୋଭିଡ୍-୧୯ ଦ୍ବିତୀୟ ଲହରର ପ୍ରତିକୂଳ ପ୍ରଭାବରୁ ଅର୍ଥନୀତି ସୁସ୍ଥ ହେଉଛି । ବିଶେଷକରି ଅଟୋ ମାବୋଇଲ ସେକ୍ଟରରେ ଦ୍ରୁତ ପୁନରୁଦ୍ଧାର ହୋଇଛି । ଯେଉଁ କାରଣରୁ ଦ୍ରବ୍ୟ ଓ ସେବା ଟିକସ ସଂଗ୍ରହ ବଢିଛି ବୋଲି କହିଛି ମନ୍ତ୍ରଣାଳୟ ।

Last Updated :Mar 1, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.