ETV Bharat / business

ରେକର୍ଡ ଭାଙ୍ଗିଲା GST ଆଦାୟ, ଜାନୁଆରୀରେ ୧.୪୦ ଲକ୍ଷ କୋଟି ସଂଗ୍ରହ

author img

By

Published : Feb 1, 2022, 3:08 PM IST

ରେକର୍ଡ ଭାଙ୍ଗିଲା GST ଆଦାୟ, ଜାନୁୟାରୀରେ ୧.୪୦ ଲକ୍ଷ କୋଟି ସଂଗ୍ରହ
ରେକର୍ଡ ଭାଙ୍ଗିଲା GST ଆଦାୟ, ଜାନୁୟାରୀରେ ୧.୪୦ ଲକ୍ଷ କୋଟି ସଂଗ୍ରହ

ଜାନୁୟାରରେ ସଂଗ୍ରହ ହେଲା ସର୍ବାଧିକ ଜିଏସଟି । ଗତ ମାସରେ ୧.୪୦ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଦ୍ରବ୍ୟ ଓ ସେବା ଟିକସ ସଂଗ୍ରହ ହୋଇଥିବା ଘୋଷଣା କଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାନୁୟାରୀରେ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ । ଗତ ମାସରେ ଦ୍ରବ୍ୟ ଓ ସେବା ଟିକସ ସଂଗ୍ରହ ୧.୪୦ ଲକ୍ଷ କୋଟି ପାର୍ କରିଛି । ଜାନୁଆରୀରେ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ମୋଟ ୧,୪୦,୯୮୬ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବଜେଟ୍ ଉପସ୍ଥାପନ ସମୟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଚତୁର୍ଥ ଥର ପାଇଁ ଜିଏସଟି ଆଦାୟ ୧.୩୦ ଲକ୍ଷ କୋଟି ଅତିକ୍ରମ କରିଛି । ଡିସେମ୍ବରରେ ମୋଟ ୧.୨୯ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିଲା । ଗତକାଲି(ସୋମବାର) ଅପରାହ୍ନ ୩ଟା ସୁଦ୍ଧା ମୋଟ ୧,୩୮,୩୯୪ କୋଟି ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରେ କେନ୍ଦ୍ର ଜିଏସଟି(CGST) ବାବଦ ୨୪,୬୭୪ କୋଟି, ଏସଜିଏସଟି(SGST) ୩୨,୦୧୬ କୋଟି, ଆଇଜିଏସଟି(IGST) ୭୨,୦୩୦ କୋଟି, ଏବଂ ସେସ୍(CESS) ପରିମାଣ ୯,୬୭୪ କୋଟି ରହିଛି । ୨୦୨୧ ଏପ୍ରିଲରେ କେନ୍ଦ୍ର ସରକାର ସର୍ବାଧିକ ୧.୩୯ ଲକ୍ଷ କୋଟି ଜିଏସଟି ଆଦାୟ କରିଥିଲେ । ହେଲେ ଜାନୁଆରୀରେ ମୋଟ କଲେକ୍ସନ ଏପ୍ରିଲକୁ ମଧ୍ୟ ଅତିକ୍ରମ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.