ETV Bharat / business

ଅଗଷ୍ଟରେ ୧ ଲକ୍ଷ କୋଟି ପାର୍ GST ସଂଗ୍ରହ

author img

By

Published : Sep 1, 2021, 4:21 PM IST

ଅଗଷ୍ଟରେ ୧ ଲକ୍ଷ କୋଟି ପାର୍ GST ସଂଗ୍ରହ
ଅଗଷ୍ଟରେ ୧ ଲକ୍ଷ କୋଟି ପାର୍ GST ସଂଗ୍ରହ

ସୁଧୁରୁଛି ଅର୍ଥନୀତି । ପୁଣି ୧ ଲକ୍ଷ କୋଟି ପାର୍ କଲା GST ସଂଗ୍ରହ । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଆଦାୟ ହେଲା GST । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋଭିଡ୍-୧୯ ଦ୍ବିତୀୟ ଲହରର ପ୍ରତିକୂଳ ପ୍ରଭାବରୁ ସୁସ୍ଥ ହେଉଛି ଅର୍ଥନୀତି । ସୁଧୁରୁଛି ଅର୍ଥବ୍ୟବସ୍ଥା । ଜିଏସଟି ସଂଗ୍ରହରେ ରେକର୍ଡ ଅଭିବୃଦ୍ଧି । ଅଗଷ୍ଟ ମାସରେ ଦ୍ରବ୍ୟ ଓ ସେବା କର(GST) ସଂଗ୍ରହ ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଯାହା ଗତ ବର୍ଷ ସମାନ ଅବଧି ତୁଳନାରେ ୩୦ ପ୍ରତିଶତ ଅଧିକ । ତେବେ ଗତ ଦୁଇ ମାସ ହେଲା ଜିଏସଟି ସଂଗ୍ରହର ଏହି ଧାରା ଅବ୍ୟାହତ ରହିଛି । ଏଥିସହ ଅଗଷ୍ଟର ଏହି ଜିଏସଟି ସଂଗ୍ରହ ହାର ଗତ ଦୁଇ ବର୍ଷ ତଳର ସମାନ ସମୟର ହାର ଠାରୁ ମଧ୍ୟ ଭଲ ରହିଛି । ଯେତେବେଳେ କି ମହାମାରୀ ପ୍ରଭାବ ଦେଶରେ ପଡିନଥିଲା ।

ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୦୨୧ ଅଗଷ୍ଟରେ ଆଦାୟ ମୋଟ 1,12,020 କୋଟି GSTରୁ କେନ୍ଦ୍ରୀୟ GST (CGST)ର ପରିମାଣ ୨୦, ୫୨୨ କୋଟି, ରାଜ୍ୟ GST (SGST) ୨୬, ୬୦୫ କୋଟି, ଏକୀକୃତ GST (IGST) 56,247 କୋଟି ଟଙ୍କା ରହିଛି, ଯାହାକି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମାନ ଭାବେ ଭାଗ ହୋଇଛି । ଏଥିସହ ଉପ କରର ପରିମାଣ 8,646 କୋଟି ଟଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟରେ GST ଆଦାୟ ରାଶି ଜୁଲାଇ ତୁଳନାରେ କିଛିଟା କମ୍ ରହିଛି । ଜୁଲାଇରେ GST ଆଦାୟ ୧.୧୬ ଲକ୍ଷ କୋଟି ଥିଲା । ହେଲେ ଅଗଷ୍ଟର GST ରାଜସ୍ବ ୨୦୨୦ ଅଗଷ୍ଟ ତୁଳନାରେ ୩୦ ପ୍ରତିଶତ ଅଧିକ । କାରଣ ଗତ ବର୍ଷ ଅଗଷ୍ଟରେ ମୋଟ 86,449 କୋଟି ଟଙ୍କାର GST ସଂଗ୍ରହ ହୋଇଥିଲା ।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯ ଅଗଷ୍ଟରେ ଦେଶରେ ମୋଟ 98,202 କୋଟି ଟଙ୍କାର GST ରାଜସ୍ବ ଆଦାୟ କରାଯାଇଥିଲା । ଯାହା ଚଳିତ ବର୍ଷ ଅଗଷ୍ଟ ଠାରୁ ଅପେକ୍ଷାକୃତ ୧୪ ପ୍ରତିଶତ କମ୍ । ତେବେ କହିରଖୁଛୁ କି, ଗତ ୯ ମାସ ଧରି ଦେଶର GST ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିଥିଲେ ହେଁ ଗତ ଜୁନ ମାସରେ ଏହା ଏକ ଲକ୍ଷ କୋଟି ଟଙ୍କାରୁ ତଳକୁ ଖସିଥିଲା ।

ତେବେ ଆଗାମୀ ମାସଗୁଡିକରେ ମଧ୍ୟ GST ରାଜସ୍ବ ଆଦାୟ ମଜବୁତ ରହିବ ବୋଲି ଆଶା କରିଛି ଅର୍ଥ ମନ୍ତ୍ରଣାଳୟ । କେନ୍ଦ୍ର ସରକାରଙ୍କ କହିବା କଥା, ଏହି GST ଅଭିବୃଦ୍ଧି ଆର୍ଥିକ ବିକାଶ ଏବଂ GST ସଂଗ୍ରହରେ ଟିକସ ଚୋରି ବିରୋଧୀ ପଦକ୍ଷେପର ପରିମାଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.