ETV Bharat / business

ଡିସେମ୍ବରରେ ୧.୨୯ ଲକ୍ଷ କୋଟି GST ଆଦାୟ

author img

By

Published : Jan 2, 2022, 6:58 AM IST

୨୦୨୧ ଡିସେମ୍ବରରେ ଦେଶରେ ଆଦାୟ ହେଲା ୧.୨୯ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଜିଏସଟି । ଅଧିକ ପଢନ୍ତୁ

ଡିସେମ୍ବରରେ ୧.୨୯ ଲକ୍ଷ କୋଟି GST ଆଦାୟ
ଡିସେମ୍ବରରେ ୧.୨୯ ଲକ୍ଷ କୋଟି GST ଆଦାୟ

ନୂଆଦିଲ୍ଲୀ: ୨୦୨୧ ଡିସେମ୍ବରରେ ଦେଶରେ ଆଦାୟ ହେଲା ୧.୨୯ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଜିଏସଟି(GST) । ଗତମାସରେ ମୋଟ ୧,୨୯,୭୮୦ କୋଟି ଜିଏସଟି(GST) ସଂଗ୍ରହ ହୋଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ ସଂଗ୍ରହ GST ପରିମାଣ ୨୦୨୦ ଡିସେମ୍ବର ମାସ ତୁଳନାରେ ୧୩ ପ୍ରତିଶତ ଅଧିକ । GST ରାଶି ସଂଗ୍ରହରେ ବୃଦ୍ଧି ହୋଇଥିଲେ ହେଁ ୨୦୨୧ ନଭେମ୍ବର ତୁଳନାରେ ଏହା କମ୍ । କାରଣ ନଭେମ୍ବରରେ ୧.୩୧ ଲକ୍ଷ କୋଟି ରାଶି ଆଦାୟ ହୋଇଥିଲା ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଡିସେମ୍ବରରେ ସଂଗ୍ରହ ମୋଟ ୧.୨୯ ଲକ୍ଷ କୋଟି GST ରାଶି ମଧ୍ୟରୁ ସିଜିଏସଟି(CGST ) ପରିମାଣ ୨୨,୫୭୮ କୋଟି, ଏସଜିଏସଟି(SGST) ୨୮,୬୫୮ କୋଟି, ଆଇଜିଏସଟି(IGST) ୬୯,୧୫୫ କୋଟି ଏବଂ ଉପକର(cess) ପରିମାଣ ୯,୩୮୯ କୋଟି ରହିଛି । ଅର୍ଥନୈତିକ ପୁନରୁଦ୍ଧାର ସହ ଆଣ୍ଟି ଇଭାଜନ(Anti Evasion) ଗତିବିଧି ଏବଂ ନକଲି ବିଲର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବର୍ଦ୍ଧିତ ଜିଏସଟି ସଂଗ୍ରହର କାରଣ ବୋଲି ମନ୍ତ୍ରଣାଳୟ କହିଛି ।

ବିଗତ ପାଞ୍ଚ ଛଅ ମାସ ଧରି ଜିଏସଟି ସଂଗ୍ରହରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଜିଏସଟି ଆଦାୟ ୧ ଲକ୍ଷ କୋଟିରୁ ଅଧିକ ରହୁଛି । ବିଶେଷକରି ଅଟୋ ମୋବାଇଲ, ମାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରୀ ଏବଂ ମାଇନିଂ ସେକ୍ଟର ସ୍ବାଭାବିକ ହେବା ପରେ ଏହି କ୍ଷେତ୍ରରୁ ଜିଏସଟି ସଂଗ୍ରହ ଅଧିକ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.