ETV Bharat / business

ବଜେଟ-2020: କମିପାରେ ଆୟକର, ସଙ୍କେତ ଦେଲେ ଅନୁରାଗ

author img

By

Published : Dec 28, 2019, 8:20 PM IST

anurag thakur hints at relief for income tax payers
ବଜେଟ 2020: କମିପାରେ ଆୟକର , ସଙ୍କେତ ଦେଲେ ଅନୁରାଗ

ଆସନ୍ତା ବଜେଟରେ ଆୟକର ଟିକସ ହ୍ରାସ ହୋଇପାରେ । ହିମାଞ୍ଚଳ ପ୍ରଦେଶରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି ସଙ୍କେତ ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ।


ନୂଆଦିଲ୍ଲୀ: ଫେବୃଆରୀରେ ଆଗତ ହେବ 2020-21 ବଜେଟ । ଅଭିବୃଦ୍ଧି ବଢାଇବା ପାଇଁ ଏଥର ବଜେଟରୁ ଅଧିକ ଆଶା ରହିଛି । ବିଶେଷ କରି ଆୟକର ଉପରେ ରହିଛି ଫୋକସ । ‘ଇଟିଭି ଭାରତ’କୁ କେନ୍ଦ୍ର ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଅନୁରାଗ ଠାକୁର ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ।

ହିମାଞ୍ଚଳ ପ୍ରଦେଶ ଗସ୍ତ ବେଳେ ଅନୁରାଗ ଠାକୁରଙ୍କୁ ଆମେ ପଚରିଥିଲୁ କି, ଆଗାମୀ ବଜେଟରେ ଆୟକର ରିହାତି ଉପରେ କିଛି ସମ୍ଭାବନା ରହିଛି କି ? ହେଲେ ବଜେଟକୁ ଅପେକ୍ଷା କରିବାକୁ ଜଣାଇଛନ୍ତି ଅନୁରାଗ ।

ଆଗକୁ ଠାକୁର କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ହିଁ ଯିଏ ବ୍ୟକ୍ତିଗତ କରଦାତା ଓ କର୍ପୋରେଟ ଜଗତରେ ଟ୍ୟାକ୍ସ ଆଶ୍ବସ୍ତି ଦେବାକୁ କାମ କରିଛନ୍ତି । 5 ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ହେଉ ଅବା କର୍ପୋରେଟ ଟିକସକୁ 30ରୁ ହ୍ରାସ କରି 22 କରିବା, ସବୁ କ୍ଷେତ୍ରରେ ମୋଦି ସରକାର ଜନତାଙ୍କ ହିତ ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି ଠାକୁର ।

ଏଥିସହ ଟଙ୍କାର ବିନିମୟ ମୁଲ୍ୟ ହ୍ରାସ ପ୍ରଶ୍ନର ଉତ୍ତରରେ ଠାକୁର କହିଲେ ଯେ, ବିଶ୍ବ ଅର୍ଥବ୍ୟବସ୍ଥାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ନିକଟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅଧିନ ନିବେଶ ଆଣିବ, ରୋଜଗାର ସୃଷ୍ଟି କରିବା ସହ 5 ବର୍ଷରେ 5 ଟ୍ରିଲିଅନ ଡଲାର ଅର୍ଥନୀତି ଲକ୍ଷ୍ୟ ପୂରଣ କରିବ ବୋଲି ସେ କହିଛନ୍ତି ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.