ETV Bharat / business

ଇସ୍ତଫା ଦେଲେ Zomato co-founder

author img

By

Published : Sep 14, 2021, 8:20 PM IST

ଇସ୍ତଫା ଦେଲେ ଜୋମାଟୋର ସହ-ସଂସ୍ଥାପକ
ଇସ୍ତଫା ଦେଲେ ଜୋମାଟୋର ସହ-ସଂସ୍ଥାପକ

ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସହ-ସଂସ୍ଥାପକ ପଦରୁ ଇସ୍ତଫା ଦେଲେ ଗୌରବ ଗୁପ୍ତା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପଦ ଛାଡିଲେ ଜୋମାଟୋର ସହ-ସଂସ୍ଥାପକ । ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସହ ସଂସ୍ଥାପକ ଗୌରବ ଗୁପ୍ତା ଛଅ ବର୍ଷର କାର୍ଯ୍ୟକାଳ ପରେ ପଦରୁ ଇସ୍ତଫା ଦେଇଛନ୍ତି । ଗୁପ୍ତା କମ୍ପାନୀରେ ହେଡ୍ ଅଫ ସପ୍ଲାଏ ଥିଲେ ।

ଗୌରବ ଗୁପ୍ତା ଇ-ମେଲ୍ ଜରିଆରେ କମ୍ପାନୀର ସମସ୍ତ ସଦସ୍ୟଙ୍କୁ ନିଜ ଇସ୍ତଫା ସମ୍ପର୍କରେ ଜଣାଇ କହିଛନ୍ତି, ମୋର ଜୀବନ ଏକ ନୂଆ ମୋଡ ନେବାକୁ ଯାଉଛି । ଜୋମାଟୋରେ ଦୀର୍ଘ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୁଁ ପାଇଥିବା ଅନେକ ଅଭିଜ୍ଞତା ସହ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବି । ବର୍ତ୍ତମାନ ଆମ ପାଖରେ ଏକ ଭଲ ଟିମ୍ ଅଛନ୍ତି ଯିଏ ଜୋମାଟୋକୁ ଆହୁରି ଆଗକୁ ନେବ । ମୋ ଜୀବନ ଯାତ୍ରାରେ ଏବେ ଏକ ବିକଳ୍ପ ରାସ୍ତାରେ ଚାଲିବାର ସମୟ ଆସିଛି । ଏସବୁ ଲେଖିବା ସମୟରେ ମୁଁ କ'ଣ ଅନୁଭବ କରୁଛି ତାହା ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ ।

ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ଗୌରବ ଗୁପ୍ତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, କିଛି ବର୍ଷ ମଧ୍ୟରେ କମ୍ପାନୀ ଯାହା କିଛି ହାସଲ କରିଛି ସେଥିରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆମେ ଅନେକ ଦୁର୍ଦ୍ଦିନ ଦେଖିଛୁ ଏବଂ ଏକାଠି ଜୋମାଟୋକୁ ଆଜି ଏ ଜାଗାକୁ ଆଣିପାରିଛୁ ବୋଲି ସିଇଓ ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, କମ୍ପାନୀ ଗ୍ରୋସରୀ ଡେଲିଭରି ଏବଂ ପୁଷ୍ଟିକର କାରବାର ବନ୍ଦ କରିବା ନେଇ ନିଷ୍ପତ୍ତି ନେବାର କିଛି ଦିନ ମଧ୍ୟରେ ଗୌରବ ଗୁପ୍ତା ପଦରୁ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.