ETV Bharat / business

ଆରବିଆଇ ସମ୍ମୁଖରେ ପିଏମସି ଜମାକର୍ତ୍ତାଙ୍କ ଆନ୍ଦୋଳନ

author img

By

Published : Nov 5, 2019, 4:56 PM IST

ଆରବିଆଇ ସମ୍ମୁଖରେ ପିଏମସି ଜମାକର୍ତ୍ତାଙ୍କ ଆନ୍ଦୋଳନ

‘ଆମକୁ ବଞ୍ଚାଓ, ନଚେତ ମାରିଦିଅ।’ ହାତରେ ଏଭଳି ପ୍ଲାକାର୍ଡ ଧରି ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ନାରା ଦେଉଛନ୍ତି ପିଏମସି ଜମାକର୍ତ୍ତା ।

ମୁମ୍ବାଇ: ‘ଆମକୁ ବଞ୍ଚାଓ, ନଚେତ ମାରିଦିଅ। ’ ହାତରେ ଏଭଳି ପ୍ଲାକାର୍ଡ ଧରି ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ନାରା ଦେଉଛନ୍ତି ପିଏମସି ଜମାକର୍ତ୍ତା । ମଙ୍ଗଳବାର ସକାଳୁ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ (ପିଏମସି) ବ୍ୟାଙ୍କର ବହୁ ଜମାକର୍ତ୍ତା ନିଜର ପରିବାର ସହ ଆରବିଆଇ ପରିସର ବାହାରେ ଧାରଣ ଦେଇଛନ୍ତି।


ଅନ୍ୟର ଭୁଲ ପାଇଁ ସରଳ ନୀରିହ ଜୀବନକୁ ମାରିଦିଆନଯାଉ ବୋଲି ଅନୁରୋଧ କରୁଛନ୍ତି ଶହ ଶହ ଜମାକର୍ତ୍ତା। ଆମକୁ ଆମ ଟଙ୍କା ତୁରନ୍ତ ଫେରାଇବା ପାଇଁ ଦାବି କରିଛନ୍ତି ଜମାକର୍ତ୍ତା।


ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ନିୟମରେ କଟକଣା ଲଗାଇଥିଲା । 6 ମାସ ଭିତରେ ଗ୍ରାହକ କେବଳ 25 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ସମସ୍ୟାକୁ ନଜରର ରଖି ଏହି ପରିମାଣକୁ ବୃଦ୍ଧି କରି 40 ହଜାର କରାଯାଇଛି।

ଟଙ୍କା ମିଳିବ କି ନାହିଁ? ସେହି ଆଶା, ଆଶଙ୍କାରେ ହୃଦଘାତ ଓ ଆତ୍ମହତ୍ୟାରେ 4 ଜୀବନ ମଧ୍ୟ ଗଲାଣି। ଏହା ସହ ଜମାକର୍ତ୍ତା ରାସ୍ତାରେ ଧାରଣା ମଧ୍ୟ ଦେଉଛନ୍ତି। ଯେଉଁଥିପାଇଁ 15ଲକ୍ଷରୁ ଉର୍ଦ୍ଧ୍ବ ଜମାକର୍ତ୍ତା ଏବେ ଚିନ୍ତାରେ।

Intro:Body:

BHAKTI


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.