ETV Bharat / business

ପିଏମସି ସ୍କାମ: ମିଳୁନି 10.5 କୋଟି ଟଙ୍କାର ହିସାବ

author img

By

Published : Oct 18, 2019, 11:31 AM IST

Updated : Oct 18, 2019, 11:43 AM IST

ଫାଇଲ ଫଟୋ

ପଞ୍ଜାବ ଓ ମହାରାଷ୍ଟ୍ର ବ୍ୟାଙ୍କ ଘୋଟାଲା ମାମଲାର ଯାଞ୍ଚ । 6500 କୋଟି ଟଙ୍କାର ଦୁର୍ନୀତି ହୋଇଥିବାବେଳେ ସାଢେ 10 କୋଟି ଟଙ୍କା ପତ୍ତା ମିଳୁନି ।

ନୂଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ର ବ୍ୟାଙ୍କ ଘୋଟାଲା ମାମଲାରେ ଆଶ୍ଚର୍ଯ୍ୟ କଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ମାମଲାର ଯାଞ୍ଚ କରୁଥିବା ଟିମ ପକ୍ଷରୁ ଏନେଇ ସୂଚନା ମିଳିଛି । ଯାଞ୍ଚ ସମୟରେ ସାଢେ 10 କୋଟି ଟଙ୍କା ଗାୟବ ହେବା ସହ ଘୋଟାଲା 4355 ନୁହେଁ 6500 କୋଟିର ବୋଲି ଜଣାପଡିଛି ।

ଯେଉଁଥିରେ ଏଚଡିଆଇଏଲ(HDIL) ସହ ସମ୍ପୃକ୍ତ ଥିବା ଅନ୍ୟ କମ୍ପାନୀଗୁଡିକର ଚେକ ମିଳିଛି । ଯେଉଁ ଚେକଗୁଡିକ ବ୍ୟାଙ୍କରେ ଜମା ହୋଇନଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ଟଙ୍କା ଦିଆଯାଇଛି । ପିଏମସି ବ୍ୟାଙ୍କ ଯାଞ୍ଚ କରୁଥିବା ଟିମକୁ ମିଳିଥିବା ଚେକ ଅନୁଯାୟୀ, 10 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଘୋଟଲା କରାଯାଇଛି । ଯେଉଁଥିରେ 50 ଲକ୍ଷ ଟଙ୍କାର କୌଣସି ହିସାବ ମିଳୁନାହିଁ । ଏହା ସ୍ପଷ୍ଟ କରିଦେଇଛି ପିଏମସି ବ୍ୟାଙ୍କରେ 4355 ନୁହେଁ 6500 କୋଟିର ଦୁର୍ନୀତି ହୋଇଛି ।

ଗତ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କର ପୂର୍ବ ମ୍ୟାନେଜିଂ ଡାଇରେକ୍ଟର ଜୟ ଥୋମାସ ଚେକ ବଦଳରେ କ୍ୟାଶ ଦେଇଥିଲେ । କିନ୍ତୁ ବ୍ୟାଙ୍କରେ କୌଣସି ଚେକ ଜମା କରିଥିବା ନେଇ ରେକର୍ଡ ଏଣ୍ଟ୍ରିରେ ତଥ୍ୟ ନାହିଁ । ଯାହାର ଅର୍ଥ ଯେଉଁ 50 ଲକ୍ଷ ଟଙ୍କାର ସୂଚନା ତଥ୍ୟ ମିଳିପାରିନାହିଁ ତାହା ଥୋମାସଙ୍କ ନିକଟରେ ଥିବା ଜଣାପଡିଛି । ଯାହାକୁ ନେଇ ଗତ 14ତାରିଖରେ ତାଙ୍କୁ ଜେଲ ପଠାଯାଇଛି ।

Intro:Body:

BLANK FOR LINK 


Conclusion:
Last Updated :Oct 18, 2019, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.