ETV Bharat / business

ମାଲ୍ୟାଙ୍କ ଋଣ ପରିଶୋଧ ଅଫରକୁ କୌଣସି ବ୍ୟାଙ୍କ ଗ୍ରହଣ କରିପାରିବ ନାହିଁ : ପ୍ରଭାକର କାଜା

author img

By

Published : Jul 19, 2020, 1:25 AM IST

ମାଲ୍ୟାଙ୍କ ଋଣ ପରିଶୋଧ ଅଫରକୁ କୌଣସି ବ୍ୟାଙ୍କ ଗ୍ରହଣ କରିପାରିବ ନାହିଁ
ମାଲ୍ୟାଙ୍କ ଋଣ ପରିଶୋଧ ଅଫରକୁ କୌଣସି ବ୍ୟାଙ୍କ ଗ୍ରହଣ କରିପାରିବ ନାହିଁ

ବ୍ୟାଙ୍କମାନଙ୍କଠାରୁ ନେଇଥିବା ସବୁ ଋଣ ପରିଶୋଧ କରିବାକୁ ବାରମ୍ବାର ବାରମ୍ବାର ପ୍ରସ୍ତାବ ନେଉଛନ୍ତି ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟ । ଏପରିକି ସେ ଅଭିଯୋଗ କରିଛନ୍ତି କି ବ୍ୟାଙ୍କ ତାଙ୍କର ପ୍ରସ୍ତାବକୁ ସ୍ବୀକାର କରୁନାହାନ୍ତି .. ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ପଳତାତ ଆର୍ଥିକ ଅପରାଧୀ ମଦ ସମ୍ରାଟ ବିଜୟ ମାଲ୍ୟା ଏସବିଆଇ, ଆଇଡିବିଆଇ ଓ ଅନ୍ୟ ବ୍ୟାଙ୍କରୁ ନେଇଥିବା 9,000 କୋଟି ଟଙ୍କାରୁ ଅଧିକ ଟଙ୍କା ପରିଶୋଧ ନେଇ କହିଛନ୍ତି । ହେଲେ ଏହାକୁ କୌଣସି ମଧ୍ୟ ବ୍ୟାଙ୍କ ସ୍ବୀକାର କରିପାରିବେ ନାହିଁ ।

ରାଜ୍ୟସଭାର ପୂର୍ବତନ ସଦସ୍ୟ ତଥା କିଙ୍ଗଫିସର ଏୟାରଲାଇନ ମାଲିକ ବିଜୟ ମାଲ୍ୟା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ଏକ କନ୍ସୋର୍ଟିୟମ୍ ପରେ 2016 ରେ ଭାରତ ଛାଡି ପଳାଇଥିଲେ। ଚାରି ବର୍ଷରୁ ଅଧିକ ସମୟ ଧରି ଫେରାର ରହିଥିବା ମାଲ୍ୟା ଶେଷରେ ଭାରତୀୟ ବ୍ୟାଙ୍କରୁ ନେଇଥିବା ଋଣର ଗୋଟି ଟୋଟି ଟଙ୍କା ପରିଶୋଧ କରିବାକୁ ବାରମ୍ବାର ସର୍ବସାଧାରଣ ଅଫର ଦେଇଛନ୍ତି। ଏପରିକି ସେ ଅଭିଯୋଗ କରିଆସୁଛନ୍ତି କି ତାଙ୍କ ପ୍ରସ୍ତାବକୁ ବ୍ୟାଙ୍କଗୁଡିକ ଗ୍ରହଣ କରିନାହାନ୍ତି ।

ଏସବିଆଇ ୟୁକେର ପୂର୍ବତନ ସିଇଓ ପ୍ରଭାକର କାଜା (Prabhakar Kaza, former CEO of SBI UK) କହିଛନ୍ତି କି, ‘‘ ମାଲ୍ୟା ମାମଲାରେ ସେ ବାରମ୍ବାର କହନ୍ତି ଯେ ତାଙ୍କୁ ପେମେଣ୍ଟ ପାଇଁ ଟଙ୍କା ମିଳିଛି। ମୁଁ ମଧ୍ୟ ଶୁଣିବାକୁ ପାଇଛି କି ସେ ପେମେଣ୍ଟ ପାଇଁ ଟଙ୍କା ପାଇଛନ୍ତି, କିନ୍ତୁ ସେହି ଟଙ୍କା ଏପରି ନୁହେଁ କି ନଗଦରେ ଭର୍ତ୍ତି ଏକ ବଡ କଠୋରୀ ରହିଛି , ଯେଉଁଥିରୁ ସେ ଏହି ଟଙ୍କାକୁ ବାହାର କରି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ପ୍ରଦାନ କରିବେ ଆଉ କ୍ଲିନ ଚିଟ ପାଇଯିବେ । ’’

ପ୍ରଭାକର କାଜା କହିଛନ୍ତି କି, କୌଣସି ମଧ୍ୟ ଅନ୍ୟ ବ୍ୟବସାୟୀ ଭଳି ବିଜୟ ମାଲ୍ୟା ମଧ୍ୟ ନିଜ ଟଙ୍କା ଷ୍ଟକ, ସେୟାର , ବ୍ୟାଙ୍କ ଖାତା ଓ ସମ୍ପତ୍ତି ଏବଂ ଅନ୍ୟ ବ୍ୟବସାୟରେ ନିବେଶ କରିଛନ୍ତି । ପଳାତକ ବ୍ୟବସାୟୀ ମାଲ୍ୟାଙ୍କ ପ୍ରଚାର ଷ୍ଟଣ୍ଟ ବିଷୟରେ ବିସ୍ତାକ କରି କାଜା ରହିଛନ୍ତି କି, ‘‘ ଯେତେବେଳେ ବି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, କନ୍ସୋର୍ଟିୟମର ମୁଖ୍ୟ ଭାବରେ ତାଙ୍କୁ ଫେରସ୍ତ କରିବାକୁ କହିଥାଏ, ପ୍ରତ୍ୟେକ ଥର ସେ ଏକ ସମ୍ପୂର୍ଣ୍ଣ ତାଲିକା ଦେଇଥାଏ ଏବଂ କହିଥାଏ କି ଯଦି ସେ ଏହି ହାରରେ ସମସ୍ତଙ୍କୁ ଲିକ୍ୟୁଡ କରେ ତେବେ ସେ ଦେୟ ଦେବାକୁ ସମର୍ଥ ହେବ ।’’

ବିଜୟ ମାଲ୍ୟା , ଯିଏ 28 ବର୍ଷ ବୟସରେ 1983ରେ ୟୁବି ସ୍ପିରିଟସ ଚେୟାରମ୍ୟାନ ହୋଇଥିଲେ । ସେ 2005ରେ କିଙ୍ଗଫିସର ଏୟାରଲାଇନ ଆରମ୍ଭ କରିଥିଲେ । ତେବେ ଏହାର ଆରମ୍ଭର ପ୍ରାୟ 7 ବର୍ଷ ପରେ କ୍ଷତି ବଢିବା ୟୋଗୁଁ ଏୟାରଲାଇନ ପରିଚାଳନା ବନ୍ଦ କରିବାକୁ ପଡିଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ମାଲ୍ୟା ହଜାର ହଜାର କୋଟି ଟଙ୍କା ଋଣରେ ବୁଡିସାରିଥିଲେ । ସର୍ବସାଧାରଣରେ ଉପଲବ୍ଧ ସୂଚନା ଅନୁଯାୟୀ, ମୋଟ ଋଣ ଭାର ପ୍ରାୟ 9,000 କୋଟି ଟଙ୍କା ରହିଛି ।

ଅଧିକାରୀମାନେ ମାଲ୍ୟା ଓ କିଙ୍ଗଫିସର ଏୟାରଲାଇନ ଉପରେ ମଧ୍ୟ ଧନ ଲିଟିନେଇଥିବାର ଅଭିଯୋଗ ଲଗାଇଛନ୍ତି । ଆଉ ଏଥିଲାଗି 2019 ଜାନୁଆରୀରେ ତାଙ୍କୁ ଅଦାଲତ ଦ୍ବାରା ଆର୍ଥିକ ଅପରାରୀ ଓ ପଳାତକ ଘୋଷଣା କରାଯାଇଥିଲା । ଏହା ପରଠୁ ରାଷ୍ଟ୍ରାୟତ ବ୍ୟାଙ୍କର କୋଟି କୋଟି ଋଣ ଠକେଇ ଓ ଅନାଦେୟ ଋଣ ଭାର ବୃଦ୍ଧି ନେଇ ଏହି ମାମଲା ସାଧାରଣ ଜନତାଙ୍କ ଦୃଷ୍ଟିକୁ ଆସିଥିଲା ।

ଏ ବର୍ଷ ଫେବୃଆରୀରେ ଲୋକସଭାରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ସୂଚନା ଅନୁସାରେ 2019 ସେପ୍ଟେମ୍ବର ଶେଷ ସୁଦ୍ଧା ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କର ଏନପିଏ ବା ବ୍ୟାଡ ଲୋନ 7.27 ଲକ୍ଷ ଟଙ୍କା ରହିଥିଲା । ଯାହାକି 2019-20 ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ 7.67 ଲକ୍ଷ କୋଟି ଟଙ୍କାର ମୋଟ ଆର୍ଥିକ ନିଅଣ୍ଟ ଠାରୁ ସାମାନ୍ୟ କମ ଅଟେ।

ବିଜୟ ମାଲ୍ୟାଙ୍କ ମାମଲା ମଧ୍ୟ ୱିଲଫୁଲ ଡିଫଲ୍ଟ ବିଷୟକୁ ଉଜାଗର କଲା । ଯେଉଁଠି କମ୍ପାନୀ ଓ ଉଦ୍ୟୋଗ ସବୁ ଜାଣିଶୁଣି ଋଣ ପରିଶୋଧର କ୍ଷମତା ଥିଲେ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକରୁ ନେଇଥିବା ଋଣର ପୈଠ କରିନଥିଲେ ।

ୟୁକେରେ ଉଭୟ ଭାରତୀୟ ଏବଂ ବିଦେଶୀ ବ୍ୟାଙ୍କ ସହିତ କାମ କରୁଥିବା ପ୍ରଭାକର କାଜା କହିଛନ୍ତି ଯେ, ପଳାୟନ କରୁଥିବା ବ୍ୟବସାୟୀଙ୍କ ଦ୍ବାରା ଦିଆଯାଇଥିବା ସମ୍ପତ୍ତି ବିକ୍ର କରି ଋଣ ଟଙ୍କା ଆଦାୟ କରିବା କଷ୍ଟକର ।

‘‘ ଆପଣ ଜାଣନ୍ତି କି ଯେବେ ବି ଆପଣ କୌଣସି ସଙ୍କଟ ସ୍ଥିତିରେ କିଛି ବିକ୍ରି କରୁଛନ୍ତି ସେତେବେଳେ , ଆପଣଙ୍କ ସମ୍ପତ୍ତିର ବାସ୍ତବ ମୂଲ୍ୟର 50ରୁ 70 ପ୍ରତିଶତ ବଡ କଷ୍ଟରେ ମିଳିଥାଏ । ଆଉ ଏହା ମାଲ୍ୟା ମାମଲାରେ ମଧ୍ୟ ହେଉଛି । ’’ ଏସବିଆଇର ପୂର୍ବତନ ପ୍ରମୁଖ, ୟୁକେ ମୁମ୍ବାଇ ସ୍ଥିତ ପେମେଣ୍ଟ ପ୍ରଯୁକ୍ତିବିଦ୍ୟା ଓ ଏଟିଏମ ମ୍ୟାନେଜମେଣ୍ଟ ଫାର୍ମ EPS India ଦ୍ବାରା ଆୟୋଜିତ ଏକ ୱେବିନାରରେ କହିଛନ୍ତି ।

ଭାରତୀୟ ଅଧିକାରୀଙ୍କଙ୍କ ପ୍ରତ୍ୟର୍ପଣ ଅନୁରୋଧ ବିରୋଧରେ ଦୀର୍ଘ ଦିନର ଆଇନଗତ ଲଢେଇରେ ହାରିବା ପରେ ବିଜୟ ମାଲ୍ୟ ଗତ ମାସରେ ବ୍ରିଟେନରେ ଆଶ୍ରୟ ପାଇଁ ଆବେଦନ କରିଥିଲା । ଯଦିଓ ମାଲ୍ୟାଙ୍କ ଆଶ୍ରୟ ନେଇ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଏହାକୁ ଯଦି ଟାଳାଯାଏ ତେବେ କେସର ସାମ୍ନା କରିବାକୁ ମାଲ୍ୟାକୁ ଏଠାକୁ (ଭାରତ )ଅଣାଯିବ ।

(ବରିଷ୍ଠ ସମ୍ବାଦଦାତା କ୍ରିଷ୍ଣାନନ୍ଦ ତ୍ରିପାଠୀଙ୍କ ଲେଖା )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.