ETV Bharat / business

ଫିକ୍ସ ଡିପୋଜିଟ୍ ଉପରେ ସୁଧହାର ବଢାଇଲା ଏହି ବ୍ୟାଙ୍କ

author img

By

Published : Jan 16, 2022, 8:27 AM IST

ଫିକ୍ସ ଡିପୋଜିଟ୍ ଉପରେ ସୁଧହାର ବଢାଇଲା ଏହି ବ୍ୟାଙ୍କ
ଫିକ୍ସ ଡିପୋଜିଟ୍ ଉପରେ ସୁଧହାର ବଢାଇଲା ଏହି ବ୍ୟାଙ୍କ

ଏଫଡି ଉପରେ ସୁଧ ବଢାଇଲା ଏଚଡିଏଫସି ବ୍ୟାଙ୍କ (HDFC Bank hikes FD interest rates) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏଫଡି ଉପରେ ସୁଧ ବଢାଇଲା ଦେଶର ପ୍ରମୁଖ ବ୍ୟାଙ୍କ । ନିର୍ଦ୍ଧିଷ୍ଟ କାଳର ଫିକ୍ସ ଡିପୋଜିଟ ଉପରେ ଏଚଡିଏଫସି ବ୍ୟାଙ୍କ ସୁଧହାର ବଢାଇଛି(HDFC Bank hikes FD interest rates) । ବ୍ୟାଙ୍କ ୱେବସାଇଟ୍ ଅନୁଯାୟୀ, ୨ କୋଟିରୁ କୋଟି ଟଙ୍କାରୁ କମ୍ ମୂଲ୍ୟର ଦୁଇ ବର୍ଷରୁ ଊର୍ଦ୍ଧ୍ବ ଏଫଡି ଉପରେ ପାଞ୍ଚଟି ମୌଳିକ ପଏଣ୍ଟକୁ ଆଧାର କରି ସୁଧ ବୃଦ୍ଧି କରାଯାଇଛି । ଲୋକେ ଦୁଇ ବର୍ଷରୁ ୩ ବର୍ଷ ଏଫଡି(FD) ଉପରେ ୫.୨ ପ୍ରତିଶତ ଏବଂ ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୫.୪ ପ୍ରତିଶତ ସୁଧ ପାଇପାରିବେ । ସେହିପରି ୫ ବର୍ଷରୁ ୧୦ ବର୍ଷର ଫିକ୍ସ ଡିପୋଜିଟ୍ ଉପରେ ସୁଧହାର ୫.୬ ପ୍ରତିଶତକୁ ବଢାଇଛି ବ୍ୟାଙ୍କ।

ପ୍ରଥମେ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚଡିଏଫସି ସୁଧ ବୃଦ୍ଧି କରିବା ପରେ ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟବ୍ୟାଙ୍କ ମଧ୍ୟ ସୁଧହାର ବଢାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବୃଦ୍ଧି ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ କୋଟି ଟଙ୍କାରୁ କମ୍ ମୂଲ୍ୟର ବର୍ଷିକିଆ ଏଫଡିରେ ସୁଧହାରକୁ ୫.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୫ ପ୍ରତିଶତ ଥିଲା । ନୂତନ ସୁଧହାର ଫେବୃୟାରୀରୁ ଲାଗୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.