ETV Bharat / business

ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବେ ସରକାର

author img

By

Published : Feb 1, 2021, 4:42 PM IST

ସରକାର
ସରକାର

ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବେ ସରକାର । ଏ ନେଇ ବଜେଟ ଆଗତ ସମୟରେ ସଂସଦରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଜେଟ ଆଗତ ସମୟରେ ସରକାର ଏକକ ବ୍ୟକ୍ତି କମ୍ପାନୀ(ଓପିସି)କୁ ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି । ଏହା ଷ୍ଟାର୍ଟଅପ ୟୁନିଟ୍‌ ତଥା ଅଭିନବ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଲାଭ ଦେବ ବୋଲି ସରକାର କହିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରି କହିଛନ୍ତି, ଏପରି କମ୍ପାନୀ ଗଠନକୁ ପ୍ରୋତ୍ସାହିତ କରାଯିବ । ଦେୟଯୁକ୍ତ ପୁଞ୍ଜି ଏବଂ କାରବାର ଉପରେ କୌଣସି ପ୍ରତିବନ୍ଧକ ବିନା, ସେମାନଙ୍କୁ ଆଗକୁ ବଢିବାକୁ ଅନୁମତି ଦିଆଯିବ |

ଏହା ବ୍ୟତୀତ ଯେକୌଣସି ସମୟରେ ଯେକୌଣସି ବର୍ଗର କମ୍ପାନୀର ସ୍ଥିତି ବଦଳାଇବା, ଭାରତୀୟ ନାଗରିକଙ୍କ ପାଇଁ ଓପିସି ତିଆରି କରିବା, ରହିବାର ସମୟ ସୀମାକୁ 182 ଦିନରୁ 120 ଦିନକୁ ହ୍ରାସ କରିବା ତଥା ଏନଆରଆଇଙ୍କୁ ଦେଶରେ ଓପିସି ତିଆରି କରିବା ଭଳି ବ୍ୟବସ୍ଥା ମଧ୍ୟ ରହିବ। ଏହାସହ ଏହା ଷ୍ଟାର୍ଟଅପ୍‌ ପାଇଁ ଅଧିକ ପ୍ରତ୍ସାହିତ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.