ETV Bharat / business

ହୋଲି ପୂର୍ବରୁ ୩% ବଢିବ ମହଙ୍ଗା ଭତ୍ତା !

author img

By

Published : Feb 20, 2022, 6:47 AM IST

ମହଙ୍ଗା ଭତ୍ତା
ମହଙ୍ଗା ଭତ୍ତା

ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଭେଟି ଦେଇପାରନ୍ତି ମୋଦି ସରକାର । ୩ ପ୍ରତିଶତ ବଢିପାରେ ମହଙ୍ଗା ଭତ୍ତା ।

ନୂଆଦିଲ୍ଲୀ: ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ ଭେଟି ଦେଇପାରନ୍ତି ମୋଦି ସରକାର । ବଢିପାରେ ମହଙ୍ଗା ଭତ୍ତା(Dearness Allowance) । ହୋଲି ପୂର୍ବରୁ ବା ମାର୍ଚ୍ଚ ମାସ ବେତନରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ସହ ବକେୟା ଅର୍ଥ ମିଳିପାରେ(DA hike likely before Holi) । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି । ଏହା ଆଉ ୩ ପ୍ରତିଶତ ବଢିପାରେ । ଅର୍ଥାତ୍ କର୍ମଚାରୀମାନେ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଇବେ । ତେବେ ଗତ ଜାନୁୟାରୀ ୧ରୁ ସେମାନେ ଏହି ବର୍ଦ୍ଧିତ DA ପାଇବା ପାଇଁ ଯୋଗ୍ୟ ହୋଇଥିବା କୁହାଯାଉଛି ।

ଏହାଦ୍ବାରା ମାର୍ଚ୍ଚ ମାସରେ ସେମାନଙ୍କୁ ପିଛିଲା ଭାବେ ବା ଜାନୁୟାରୀ ଓ ଫେବୃୟାରୀ ମାସର ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବା ସମ୍ଭାବନା ରହିଛି । ମହଙ୍ଗା ଭତ୍ତା ବୃଦ୍ଧି ହେଲେ ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଗତ ଅକ୍ଟୋବରେର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ରୁ ୩୧ ପ୍ରତିଶତ ବୃଦ୍ଧି କରିଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.