ETV Bharat / business

ସଙ୍କଟରେ କୋପରେଟିଭ ବ୍ୟାଙ୍କ: ଜାଣନ୍ତୁ, କଣ ରହିବ ମୁକୁଳିବାର ବାଟ?

author img

By

Published : Oct 30, 2019, 7:54 PM IST

Updated : Oct 30, 2019, 7:59 PM IST

କିପରି ସଙ୍କଟରୁ ମୁକୁଳିବ କର୍ପୋରେଟିଭ ବ୍ୟାଙ୍କ ?

ସଙ୍କଟରେ ଦେଶର କୋପରେଟିଭ ବ୍ୟାଙ୍କ। କଣ ରହିଛି ବର୍ତ୍ତମାନର ସ୍ଥିତି ଓ ଚ୍ୟାଲେଞ୍ଜ? କିପରି ଏହି ସମସ୍ୟାରୁ ମୁକୁଳିବ ବ୍ୟାଙ୍କ, ଜାଣନ୍ତୁ...


ଏତେ ବଡ ଜନବହୁଳ ରାଷ୍ଟ୍ର । ତା ଭିତରେ ବହୁ ଚ୍ୟାଲେଞ୍ଜ ଓ ସଙ୍କଟ। ଏପରି ସ୍ଥିତିରେ ଋଣ ବିତରଣ ଏକ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । ଅନ୍ୟପଟେ ଅନାଦେୟ ଋଣ ଭାରରେ ବୁଡିବାରେ ଲାଗିଛି ବ୍ୟାଙ୍କ । ବିନା ବୁଝିସୁଝି କୋଟିପତିଙ୍କୁ ଋଣ ଦେଇ ବ୍ୟାଙ୍କ ଯେଉଁ ଭୁଲ କରିଛି ତା’ ଫଳ ଭୋଗୁଛନ୍ତି ସାଧାରଣ ଜମାକର୍ତ୍ତା।

ବଢିବାରେ ଲାଗିଛି ପିଏମସି ଜମାକର୍ତ୍ତାଙ୍କ ଆକ୍ରୋଶ । ଗୋଟିଏ ପଟେ ଆରବିଆଇର କଟକଣା ଅନ୍ୟପଟେ ସରକାରଙ୍କ ଖାମଖିଆଲି ମନୋଭାବ । ଏସବୁ ଯେପରି ଗ୍ରାହକଙ୍କ ଝାଲବୁହା ଟଙ୍କାକୁ ପାଣିରେ ବୁହାଇଦେଇଛି । ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଜମାକର୍ତ୍ତା । ଆନ୍ଦୋଳନ ଓ ନାରାବାଜିରେ କମ୍ପୁଛି ଦେଶର ଆର୍ଥିକ ରାଜଧାନୀ । ଟଙ୍କା ମିଳିବ କି ନାହିଁ ? ଏପରି ଆଶା-ଆଶଙ୍କା ଭିତରେ ହୃଦଘାତ ଓ ଆତ୍ମହତ୍ୟାରେ ଗଲାଣି 4 ଜୀବନ।

କୋଟି କୋଟି ଟଙ୍କାର ଘୋଟାଲା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ନିୟମରେ କଟକଣା ଲଗାଇଥିଲେ । 6 ମାସ ଭିତରେ ସର୍ବାଧିକ ହଜାରେ ଟଙ୍କା ଉଠାଯିବାକୁ ଘୋଷଣା କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ବିରୋଧଭାବ ବଢିବା ଯୋଗୁଁ ଏହି ଟଙ୍କା ଉଠାଣ ଅବଧି 10 ହଜାର ପରେ 40 ହଜାର ଉଠାଣ ନେଇ ସୀକୃତି ମିଳିଛି । ଏହା ବ୍ୟତୀତ ଜରୁରୀ ପରିସ୍ଥିତିରେ 50 ହଜାର ଟଙ୍କା ଆକାଉଣ୍ଟରୁ ଉଠାଯାଇପାରିବ ।

Crisis in Cooperative Banks and way forward
କିପରି ସଙ୍କଟରୁ ମୁକୁଳିବ କର୍ପୋରେଟିଭ ବ୍ୟାଙ୍କ ?

ପିଏମସି ବ୍ୟାଙ୍କରେ ପାଖାପାଖୀ 17 ଲକ୍ଷ ଜମାକର୍ତ୍ତା ରହିଛନ୍ତି । ଏମାନଙ୍କ ପ୍ରାୟ 4,355 କୋଟି ଟଙ୍କା ଏବେ ଦୁର୍ନୀତି ଭିତରେ ବାଜି ଲାଗିଛି । ଏଥିସହ ବହୁ ଗ୍ରାହକଙ୍କ ଲକ୍ଷାଧିକ ଏଫଡି ଓ ଦରମା ଖାତା ଏଠାରେ ରହିଛି । ଟଙ୍କା ହରେଇବା ଭୟରେ ଏବେ ସୁଦ୍ଧା 3 ଜଣଙ୍କ ଜୀବନ ଗଲାଣି । ଏପରି ସ୍ଥିତିରେ ନିରାଶ ଜମାକର୍ତ୍ତା ନାରାବାଜି କରିବା ଛଡା ଆଉ କୌଣସି ଉପାୟ ନାହିଁ । ଯଦି ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବେ ତେବେ ବହୁ ଲୋକ ପ୍ରାଣ ହରାଇପାରନ୍ତି । ଏପରି ସ୍ଥିତିରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ତାର କାର୍ଯ୍ୟପ୍ରଣାଳୀରେ ବିରାଟ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏପଟେ ଆରବିଆଇ ଜନତାଙ୍କୁ ଆଶ୍ବସନା ଦେଇଛି କି, ଭାରତୀୟ ବ୍ୟାଙ୍ଗିଙ୍ଗ ସୁରକ୍ଷିତ ଓ ସ୍ଥିର ରହିଛି । ଏଥିପାଇଁ ଆଦୌ ଟେନସନ ନେବା ଦରକାର ନୁହେଁ । ଏଥିମଧ୍ୟରେ ଲୋକଙ୍କ ବିଶ୍ବାସ ଓ ଆର୍ଥିକ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଏହି ସବୁ ବ୍ୟାଙ୍କର କାର୍ଯ୍ୟପଦ୍ଧତିକୁ ପରଖିବା ଆବଶ୍ୟକ ରହିଛି ।


ବର୍ତ୍ତମାନର ସ୍ଥିତି ଓ ଚ୍ୟାଲେଞ୍ଜ

କେବଳ କୋପରେଟିଭ ବ୍ୟାଙ୍କ ବୃଦ୍ଧି ବ୍ୟାଙ୍କିଙ୍ଗ କ୍ଷେତ୍ରର ସମଗ୍ର ବିକାଶର ପାଇଁ ପର୍ଯ୍ୟାପ୍ତ ନୁହେଁ । 2017ରେ ଅନୁସୂଚୀତ ବାଣିଜ୍ୟିକ ବ୍ୟାଙ୍କ(ଏସସିବି)ର ମୋଟ ସମ୍ପତ୍ତିରେ ତାର ଅଂଶଧନ କେବଳ 11 ପ୍ରତିଶତ ରହିଛି । ଯେତେବେଳେ କି 2004-05ରେ ଏହା 19 ପ୍ରତିଶତ ଥିଲା । ବ୍ୟାଙ୍କିଙ୍ଗର ପ୍ରବୃତ୍ତି ଓ ପ୍ରଗତି ପଥରେ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର 2017-18 ରିପୋର୍ଟ ଏବେକାର ଭାରତୀୟ କୋପରେଟିଭ ବ୍ୟାଙ୍କର ସ୍ଥିତିକୁ ଦର୍ଶାଉଛି।

ଗ୍ରାମୀଣ ସହକାରୀ ସମିତି ଭିତରେ ସମ୍ପତ୍ତିର ଗୁଣବତ୍ତା ଓ ଲାଭପ୍ରଦ ମାମଲାରେ ପ୍ରଦର୍ଶନ ଭିନ୍ନ ରହିଥାଏ। ପ୍ରାୟ 1551ଟି ବ୍ୟାଙ୍କରୁ 26 ନିୟମାବଳୀ ଦିଶା ନିର୍ଦ୍ଦେଶ ଅଧିନରେ ଆସିଥାଏ ଏବଂ 46 ମୁଲ୍ୟ ଗୁଣାତ୍ମକ । ଜଣାପଡିଛି ଯେ ସହରୀ ସହକାରୀ ବ୍ୟାଙ୍କରେ ବହୁ ଘୋଟାଲା ହୋଇଛି । ଉଦାହରଣ ସ୍ବରୁପ, 2001ରେ ଗୁଜୁରାତର ମାଧବପୁରା ସହକାରୀ ବ୍ୟାଙ୍କରେ ଏକ ବହୁତ ବଡ ଘୋଟାଲା ହୋଇଥିଲା । ଏଥିରେ ଷ୍ଟକ ବ୍ରେକର କେତନ ପାରେଖଙ୍କୁ ଦିଆଯାଇଥିବା ଋଣର ଏକ ବଡ ଭାଗ ଥିଲା ।

ନିକଟରେ ହୋଇଥିବା ପିଏମସି ସ୍କାମ , କଣ ଥିଲା 3ଟି ବଡ ସମସ୍ୟା
1. ପ୍ରମୁଖ ଆର୍ଥିକ ଅନିୟମତା
2. ଆନ୍ତରିକ ନିୟନ୍ତ୍ରଣ ଓ ବ୍ୟାଙ୍କର ବ୍ୟବସ୍ଥାରେ ବିଫଳତା
3. ମାମଲାକୁ ସହଜରେ ନେଇଯିବା Wrong/underreporting of its exposures

ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ବ୍ୟାଙ୍କ ଘୋଟାଲା ପ୍ରମୁଖ କାରଣ ସାମ୍ନାକୁ ଆସିସାରିଛି । ପିଏମସି ବ୍ୟାଙ୍କ ତାର ସମ୍ପତ୍ତିର 73 ପ୍ରତିଶତ ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ଦେଇଛି । ଆରବିଆଇ ଠାରୁ ଲୁଚିଛପି ବ୍ୟାଙ୍କରେ 21000ରୁ ଉର୍ଦ୍ଧ୍ବ ଖାତା ଖୋଲାଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସବୁ ଆକାଉଣ୍ଟକୁ ମୃତକଙ୍କ ନାଁରେ ଖୋଲାଯାଇଥିଲା । ଆଉ ଏହି ସବୁ ଜାଲ ଆକାଉଣ୍ଟ ଜରିଆରେ ବ୍ୟାଙ୍କ ଏହି ଏଚଡିଆଇଏଲ ନାମକ ରିଅଲ ଇଷ୍ଟେଟ କମ୍ପାନୀକୁ ମୋଟା ଅଙ୍କର ଋଣ ପ୍ରଦାନ କରିଛି।


ଭାରତୀୟ ରିଜର୍ଭ ବ୍ୟାଙ୍କ 1993-2004 ମଧ୍ୟରେ ସହରୀ କୋପରେଟିଭ ବ୍ୟାଙ୍କ ପାଇଁ ଏକ ସକ୍ରିୟ ଲାଇସେନ୍ସ ନୀତି ଅନୁସରଣ କଲା । ଯେଉଁଥିପାଇଁ ତାର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଲା । ଏପରି ଭାବେ ଏହି କ୍ଷେତ୍ରରେ ସମସ୍ୟ ଓ ଚିନ୍ତା ସ୍ପଷ୍ଟ ହେବାରେ ଲାଗିଲା। ଶେଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଲାଇସେନ୍ସ ଜାରି କରିବା ବନ୍ଦ କରିଦେଲା ଏବଂ ନିଜ ଭିଜନ ଡକ୍ୟୁମେଣ୍ଟରେ ଉଚିତ ନିୟାମବଳୀ ଓ ପର୍ଯ୍ୟବେକ୍ଷକ ନୀତିର ସାମିଲ କଲା । ଏହି ସବୁର ଯାଞ୍ଚ ପରେ ବି ଦୁର୍ବଳ କର୍ପୋରେଟ ପ୍ରଶାସନ, ବ୍ୟବସାୟିକ ପ୍ରଣାଳୀରେ କିଛିଟା ଭୁଲଭଟକା ଓ ଗ୍ରହଣ କରାଯାଇଥିବା ପ୍ରୟୋଗିକ ଅନିଚ୍ଛା ଯୋଗୁଁ ଚିନ୍ତା ଦୂର ହେବାର ନା ଧରୁନି।

କୋପରେଟିଭ ସରଞ୍ଚନାରେ ବଡ ସମସ୍ୟ କି ଏହା ପ୍ରଫେସନାଲ ବୋର୍ଡର ସଦସ୍ୟ ହୋଇପାରିବ ନାହିଁ । ନିର୍ବାଚନ ମାଧ୍ୟରେ ବ୍ୟାଙ୍କ ସଦସ୍ୟଙ୍କ ଦ୍ବାରା କୋପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ ଚୟନ ହୋଇଥାଏ । ଆଉ ବହୁତ ସମୟରେ ଏହି ପ୍ରକ୍ରିୟାରେ ରାଜନେତାଙ୍କ ଦ୍ବାରା ବ୍ୟାଙ୍କ ଉପରେ ନିୟମନ୍ତ୍ରଣ ହାତେଇବାକୁ ଗୋଟି ଚାଳନା କରାଯାଏ। ବହୁ ରାଜ୍ୟରେ ଏପରି ସଂସ୍ଥାନ ଉପରେ ରାଜନୈତିକ ନିୟନ୍ତ୍ରଣ ମାଧ୍ୟାମରେ ହିଁ ଏପରି ପଦବୀରେ ପଭୁତ୍ବ ଜାହିର କରି ରାଜନୈତିକ ସଂରକ୍ଷଣ ଚାଲେ ।


ଆଗକୁ କଣ ରହିବ ସୁଧୁରୁବାର ରାସ୍ତା

ଜମାକର୍ତ୍ତା ଓ ଅନ୍ୟ ହିତାଧାରକଙ୍କ ବିଶ୍ବାସକୁ ଜିତିବାକୁ କୋପରେଟିଭ ବ୍ୟାଙ୍କକୁ ନିୟମ ଓ ପ୍ରଣାଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ। ସମସ୍ୟାରୁ ବାହାରିବା ପାଇଁ ବ୍ୟାଙ୍କ ନିଜ ଭୁଲର ପୁଃନ ମୁଲ୍ୟାୟନ କରନ୍ତୁ ।

ସମସ୍ତେ ଭାବନ୍ତି ଯେ, କୋପରେଟିଭ ବ୍ୟାଙ୍କରେ ଅନୁଶାସନ ନାହିଁ। ଆଉ ଏଥିପାଇଁ ବ୍ୟାଙ୍କ ବୋର୍ଡ ଠାରୁ ବ୍ୟାଙ୍କ ପ୍ରବନ୍ଧନ, ରେଟିଙ୍ଗ ଏଜେନ୍ସି ସମସ୍ତେ ଉତ୍ତରଦାୟୀ । ଏଥିପାଇଁ ଆମକୁ ଭଲ ପ୍ରଶାସନ ସହ ଜମାକର୍ତ୍ତା ଓ ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ବିଶ୍ବାସର ପୁନଃନିର୍ମାଣ କରିବାକୁ ହେବ।

ଯଦିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏନେଇ ବୁଝାମଣା ରହିଛି । ହେଲେ ସମସ୍ତ ନିୟମର ଲାଗୁ ପାଇଁ ରାଜ୍ୟ ସରକାରଙ୍କୁ ଏଥିପାଇଁ ତତ୍ପର ହେବାକୁ ପଡିବ । ଏଥିଲାଗି ଏଚ.ମାଲେଗାମଙ୍କ ଅଧିନରେ ଏକ ସମିତିର ଗଠନ କରାଯାଇଥିଲା। ଯେଉଁଥିରେ ନିର୍ଦ୍ଦେଶକ ମଣ୍ଡଳ ବ୍ୟତିତ ପ୍ରବନ୍ଧନ ବୋର୍ଡରେ ଆବଶ୍ୟକୀୟ ଓ କର୍ମନିଷ୍ଠ ସଦସ୍ୟଙ୍କୁ ସାମିଲ ପାଇଁ ଆବେଦନ କରାଯାଇଛି । ସେହିପରି ନିର୍ଦ୍ଦେଶକଙ୍କ ଚୟନ ପ୍ରଣାଳୀରେ ପରିବର୍ତ୍ତ ଆବଶ୍ୟକ । ଏଥିରେ ବିଶେଷଜ୍ଞ ଓ କୁଶଳୀ ଦକ୍ଷ ସଦସ୍ୟଙ୍କ ଆବଶ୍ୟକତା ରହିଛି ।

2018ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର.ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚଧିକାର ପ୍ରାପ୍ତ ସମିତିର ପରାମର୍ଶରେ ଗୋଟିଏ ଯୋଜନାର ଘୋଷଣା କରିଥିଲା । ଯାହା ଅନୁସାରେ ଯୋଗ୍ୟ ସହରୀ କର୍ପୋରେଟିଭ ବ୍ୟାଙ୍କକୁ ଲକ୍ଷୁ ଆର୍ଥିକ ବ୍ୟାଙ୍କ ସହ ଯୋଡିବା ନେଇ କଥାବାର୍ତ୍ତା ହୋଇଥିଲା । ଏହା ଦ୍ବାରା ଭଲ ଉତ୍ପାଦ ମିଳିବ । ଯାହା ବାଣିଜ୍ୟିକ ବ୍ୟାଙ୍କ ପାଇଁ ସ୍ବୀକାର୍ଯ୍ୟ ହେବା ସହ ଅଖିଳ ଭାରତୀୟ ଉପସ୍ଥିତି ପ୍ରାପ୍ତ କରିବାରେ ସହଯୋଗ କରିବ।

Intro:Body:

BLANK FOR LINK 


Conclusion:
Last Updated :Oct 30, 2019, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.