ETV Bharat / business

କୋଭିଡ ଦ୍ବିତୀୟ ଲହରୀ ପାଇଁ ତୟାର ସରକାର, ବଜେଟରେ ରହିଛି ବନ୍ଦୋବସ୍ତ: ଟିଭି ସୋମନାଥନ

author img

By

Published : Feb 9, 2021, 6:28 PM IST

କୋଭିଡ ଦ୍ବିତୀୟ ଲହରୀ ପାଇଁ ତୟାର ସରକାର , ବଜେଟରେ ରହିଛି ବନ୍ଦୋବସ୍ତ:  ଟିଭି ସୋମନାଥନ
କୋଭିଡ ଦ୍ବିତୀୟ ଲହରୀ ପାଇଁ ତୟାର ସରକାର , ବଜେଟରେ ରହିଛି ବନ୍ଦୋବସ୍ତ: ଟିଭି ସୋମନାଥନ

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବ୍ୟୟ ସଚିବ ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଆଗାମୀ ପ୍ଲାନିଂ ନେଇ ରହିଥିବା ରଣନୀତି ସମ୍ପର୍କରେ କହିଛନ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦେଶରେ କୋଭିଡ-19ର ଦ୍ବିତୀୟ ଲହରୀ ଆସିବ ନାହିଁ । ଆଉ ଯଦି ଦ୍ବିତୀୟ କୋଭିଡ ଲହରୀ ଆସେ ବି ତେବେ ସରକାର ଭିତ୍ତିଭୂମି ସଂରଞ୍ଚନା ନିର୍ମାଣ କାର୍ଯ୍ୟକ୍ରମ ସହ ବିନା ବୁଝାମଣା ପରେ ବି ଏହାର ମୁକାବିଲା କରିପାରିବେ । ଏ ନେଇ ବଜେଟରେ ସମସ୍ତ ବନ୍ଦୋବସ୍ତ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରାଳୟର ବ୍ୟୟ ସଚିବ ଟି ଭି ସୋମନାଥନ କହିଛନ୍ତି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବ୍ୟୟ ସଚିବ ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଆଗାମୀ ପ୍ଲାନିଂ ନେଇ ରହିଥିବା ରଣନୀତି ସମ୍ପର୍କରେ କହିଛନ୍ତି ।

କୋଭିଡ ଦ୍ବିତୀୟ ଲହରୀ ପାଇଁ ତୟାର ସରକାର , ବଜେଟରେ ରହିଛି ବନ୍ଦୋବସ୍ତ: ଟିଭି ସୋମନାଥନ

ସଂଶୋଧିତ ଆକଳନ ଅନୁସାରେ ପିଏମ ଗରିବ କଲ୍ୟାଣ ଓ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି କୋଭିଡ ସମ୍ବନ୍ଧିତ କଲ୍ୟାଣ କାର୍ଯ୍ୟକ୍ରମର ବୋଝ ପରେ ବି , ଚଳିତ ଆଥିକ ବର୍ଷରେ ପୁଞ୍ଜିଗତ ବ୍ୟୟ (capital expenditure ) ରେକର୍ଡ 4.39 ଲକ୍ଷ କୋଟି ଟଙ୍କା ହେବା ନେଇ ନିର୍ଦ୍ଧାରିତ ରହିଛି । କାରଣ ସରକାର ଗତ ବର୍ଷ 3 ମାସର ସମ୍ପୁର୍ଣ୍ଣ ଲକଡାଉନ ପରେ ଆର୍ଥିକ ଗତିବିଧିକୁ ଅନଲକ କରିବା ଭିତ୍ତିଭୂମି ଢାଞ୍ଚାର ଖର୍ଚ୍ଚକୁ ବୃଦ୍ଧି କରାଯାଇ ନାହିଁ । ସେ କହିଛନ୍ତି କି ଆସନ୍ତା ବର୍ଷ ପୁଞ୍ଜିଗତ ବ୍ୟୟ 26 ପ୍ରତିଶତରୁ ଅଧିକ ବଢି 5.54 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବା ଅନୁମାନ ରହିଛି ।

ଇଟିଭି ଭାରତ ସହ ଆଲୋଚନା କରି ବ୍ୟୟ ସଚିବ ଜଣାଇଛନ୍ତି କି, ବଜେଟର ଧାରଣା କୋଭିଜଡ-19ର ପୁନରାବୃତ୍ତି ନ ହେବା ଉପରେ ଆଧାରିତ । ହେଲେ ଯଦି ନୂଆ କୋରୋନା ଯୋଗୁଁ ଯଦି ଏଭଳି ସଙ୍କଟ ସୃଷ୍ଟି ତେବେ ଏହାର ମୁକାବିଲା ପାଇଁ ସରକାର ତୟାର ଅଛନ୍ତି । ‘‘ ଦେଖିବାକୁ ଗଲେ ଗତ ବର୍ଷ ସରକାର ଏହି ସଙ୍କଟକୁ ବଡ ଦୃଢତାର ସହ ପରିଚାଳନା କରିଛନ୍ତି, ଯେତେବେଳେ କି ଏ ନେଇ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ନଥିଲେ । ଏବେ ଆମେ ଆଗାମୀ ସ୍ଥିତି ପାଇଁ ତୟାର । ଯଦି କୋଭିଡ ପୁଣି କମବ୍ୟାକ କରେ ତେବେ ଆମେ ଆମର ପ୍ରାଥମିକତାକୁ ପୁଣି ପୂରଣ କରିବୁ ।

ବାର୍ତ୍ତାଳପ ସମୟରେ ବ୍ୟୟ ସଚିବ ସ୍ବତନ୍ତ୍ର ଭାରତ ଇତିହାସର ସବୁଠୁ ଖରାପ ସଙ୍କଟ ମଧ୍ୟରୁ ଗୋଟିଏର ଉଦାହରଣ ଦେଇ ସେସମୟରେ କିଭଳି ଅର୍ଥମନ୍ତ୍ରାଳୟ ପ୍ରାଥମିକତା ଖର୍ଚ୍ଚର ଉଲ୍ଲେଖ କରିଛନ୍ତି । ସରକାର ଉଦୀୟମାନ ସ୍ଥିତିର ମୁକାବିଲା ପାଇଁ ଏକ ଆବଶ୍ୟକତା ‘ ମୁଭ ମନି’କୁ ବଢାଇବେ । କିନ୍ତୁ ଭିତ୍ତିଭୂମି ସଂରଞ୍ଚନାର ବିକାଶ ଉପରେ କୌଣସି ବୁଝାମଣା କରିବେ ନାହିଁ । ଯାହାକି ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ।

ସୋମନାଥନ ଆଗକୁ କହିଛନ୍ତି କି, ଯଥାସମ୍ଭବ ଆମେ ଭିତ୍ତିଭୂମି ସଂରଞ୍ଚନାର ଖର୍ଚ୍ଚକୁ ବଜାୟ ରଖିବାକୁ ଚେଷ୍ଟା କରିବେ । ତେବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ପ୍ରାଥମିକ ଅନୁମାନ ଅନୁସାରେ , ବିଶ୍ବ ଅର୍ଥବ୍ୟବସ୍ଥାକୁ 9 ଟ୍ରିଲିୟନ ଡଲାରୁ ଅଧିକର କ୍ଷତି ହେବା ଆଶଙ୍କା ଥିଲା । ଭାରତର ଅର୍ଥବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷରେ ପ୍ରାୟ 8 ପ୍ରତିଶତ କମ ହେବା ଅନୁମାନ ରହିଛି ।

ସରକାରଙ୍କ ଅନୁମାନ ଅଛି ଯେ, ଆସନ୍ତା ଆର୍ଥିକ ବର୍ଷରେ ଦେଶର ଇଣ୍ଟ୍ରେଷ୍ଟ ଆଉଟଗୋ ରେକର୍ଡ 8 ଲକ୍ଷ କୋଟି ଟଙ୍କା ପାର କରିବ । ଯାହାକି ସେହି ବର୍ଷର ମୋଟ ବଜେଟ ବ୍ୟୟର 23 ପ୍ରତିଶତ ହେବ । ଯାହାକି 34.83 ଲକ୍ଷ କୋଟି ଟଙ୍କା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବଡ ପରିମାଣରେ ଭିତ୍ତିଭୂମି ସଂରଞ୍ଚନାର ବିକାଶ କାର୍ଯ୍ୟକ୍ରମ ଉପରେ ବ୍ୟାଙ୍କିଙ୍ଗ କରୁଛନ୍ତି । ଯାହା ଦେଶର ଭିତ୍ତିଭୂମି ଢାଞ୍ଚା ଯୋଜନା ଅଧିନରେ ଜାତୀୟ ରାଜପଥ , ରେଳବାଇ , ବିମାନ ବନ୍ଦରର ନିର୍ମାଣ ସହ କୋଭିଡ-19ର ପ୍ରତିକୂଳ ଆର୍ଥିକ ପ୍ରଭାବ ଅର୍ଥନୀତିକୁ ପ୍ରଭାବିତ କରିବା ପାଇଁ ଜାତୀୟ ରାଜପଥ ଢାଞ୍ଚାର ଯୋଜନା ଅଧିନରେ ସାମିଲ ଅଛି ।

କେବଳ ଏତିକି ନୁହେଁ ମହାମାରୀ ମଧ୍ୟରେ ଦେଶର ପୁଞ୍ଜି ବଜେଟ 4.02 ଲକ୍ଷ କୋଟି ଟଙ୍କାର ଥିଲା । କିନ୍ତୁ ଆମର ସଂଶୋଧିନ ଅନୁମାନ 4.39 ଲକ୍ଷ କୋଟି ଟଙ୍କା ଅଛି । ଏହା ସେହି ପ୍ରାଥମିକତାକୁ ଦର୍ଶାଉଛି , ଯାହା ଆମେ ଭିତ୍ତିଭୂମି ସଂରଞ୍ଚନାକୁ ଦେଉଛୁ ।

କେନ୍ଦ୍ର ସରକାର ପୁଞ୍ଜିଗତ ବ୍ୟୟ 2019-20 (ବାସ୍ତବିକ)ରେ 3.35 ଲକ୍ଷ କୋଟି ଟଙ୍କାରୁ ବଢାଇ 2020-21 (ସଂଶୋଧିକ ଅନୁମାନ )ରେ 4.39 ଲକ୍ଷ କୋଟି ଟଙ୍କା ରହିବା ଅନୁମାନ ଅଛି । ଯାହାର ଆବଣ୍ଟନ ଆସନ୍ତା ବର୍ଷ 5.54 ଲକ୍ଷ କୋଟି ଟଙ୍କାରୁ ଅଧିକ ଅଛି । ଏହା 2 ବର୍ଷରେ 60 ପ୍ରତିଶତରୁ ଅଧିକ ବୃଦ୍ଧି । ଆଉ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସୋମନାଥନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.