ETV Bharat / business

ବଜେଟ 2021: ପ୍ରବାସୀ ଶ୍ରମିକଙ୍କୁ ଭୁଲିଲେନି ଅର୍ଥମନ୍ତ୍ରୀ

author img

By

Published : Feb 1, 2021, 10:30 PM IST

ବଜେଟ 2021:  ପ୍ରବାସୀ ଶ୍ରମିକଙ୍କୁ ଭୁଲିଲେନି ଅର୍ଥମନ୍ତ୍ରୀ
ବଜେଟ 2021: ପ୍ରବାସୀ ଶ୍ରମିକଙ୍କୁ ଭୁଲିଲେନି ଅର୍ଥମନ୍ତ୍ରୀ

ଲାଗୁ ହେବ ଲେବର କୋଡ । ସବୁ ପ୍ରକାର ଶ୍ରମିକ ଶ୍ରେଣୀ ପାଇଁ ସୁନିଶ୍ଚିତ ହେବ ସର୍ବନିମ୍ନ ମଜୁରୀ । ପ୍ରବାସୀଙ୍କୁ ମିଳିବ ବିଶେଷ ସୁବିଧା । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଲକଡାଉନରୁ ମିଳିଛି ଶିକ୍ଷା । ପ୍ରବାସୀ ଶ୍ରମିକଙ୍କ ପାଇଁ ଫୁଡ ସିକ୍ୟୁରିଟିଜ ପ୍ରୋଜେକ୍ଟ ଲାଗୁ । ସରକାର ସେମାନଙ୍କ ପାଇଁ ଆରମ୍ଭ କରିବେ ଏକ ପୋର୍ଟାଲ । ଏହା ଜରିଆରେ ସମସ୍ତଙ୍କ ସୂଚନା ଏକତ୍ର କରାଯିବ । ଏଥିରେ ବିଲ୍ଡିଂ ୱାର୍କର୍ସ ଓ ମ୍ୟାନୁଫେକ୍ଚରିଂ ୱାର୍କର ସମେତ ସମସ୍ତ ଶ୍ରେଣୀର ଶ୍ରମିକ ରହିବେ ।

ଏଥିସହ ସରକାର ଘୋଷଣା କରିଛନ୍ତି ଯେ, ଲେବର କୋଡକୁ ଲାଗୁ କରିବା ଚେଷ୍ଟା ଜାରି ରହିବ । ଯେଉଁଥିରେ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରାଯିବ ।

ପ୍ରବାସୀ ଶ୍ରମିକଙ୍କ ପରିବାର ମଧ୍ୟ ୱାନ ନେସନ ୱାନ ରାସନ କାର୍ଡ ଅଧୀନରେ ସାମିଲ ହେବାକୁ ମିଳିଛି ଅନୁମତି ।

ସର୍ବନିମ୍ନ ମଜୁରୀ ସବୁ ବର୍ଗ ପାଇଁ ହେବ ଲାଗୁ । ମହିଳା ମଧ୍ୟ ଏହି ଶ୍ରେଣୀରେ ରହିବେ ସାମିଲ ।

କୋରୋନା କାଳରେ ମୋଦି ସରକାର କଡା ଲକଡାଉନ ଲାଗୁ କରିଥିଲେ । ଯେଉଁଥିପାଇଁ ବହୁତ ଲୋକ ନିଯୁକ୍ତି ହରାଇଥିଲା ବେଳେ ପ୍ରବାସୀ ଶ୍ରମିକ ବିଭିନ୍ନ ଉପାୟରେ ଘର ବାହୁଡା ହେଲେ । ସ୍ଥିତି ସୁଧୁରିବା ପରେ ଅନେକ କାମକୁ ଫେରିଥିଲା ବେଳେ ଅଧିକାଂଶ ଏବେ ବି ନିଜ ଗାଁରେ ଫସିଛନ୍ତ ।

ସେପଟେ ଚା’ ଶ୍ରମିକଙ୍କ ପାଇଁ 1 ହଜାର କୋଟି ବଣ୍ଟନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.