ETV Bharat / business

ପିଏମସି ବ୍ୟାଙ୍କ ପାଇଁ ମିଳିଛି 3 ଅଫର : ଆରବିଆଇ ଗଭର୍ଣ୍ଣର

author img

By

Published : Feb 5, 2021, 4:32 PM IST

ପିଏମସି ବ୍ୟାଙ୍କ ପାଇଁ ମିଳିଛି 3 ଅଫର : ଆରବିଆଇ ଗଭର୍ଣ୍ଣର
ପିଏମସି ବ୍ୟାଙ୍କ ପାଇଁ ମିଳିଛି 3 ଅଫର : ଆରବିଆଇ ଗଭର୍ଣ୍ଣର

ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ (ପିଏମସି) ବ୍ୟାଙ୍କର ପୁନଃସଂରଞ୍ଚନା ( reconstruction) ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି 3 ନିବେଶକ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟଗ୍ରସ୍ତ ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ (ପିଏମସି) ବ୍ୟାଙ୍କର ପୁନଃସଂରଞ୍ଚନା ( reconstruction) ପାଇଁ ପ୍ରସ୍ତାବ ଦାଖଲ କରିଛନ୍ତି 3 ନିବେଶକ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ।

ଦାସ କହିଛନ୍ତି କି ଏହି ପ୍ରସ୍ତାବର ମୂଲ୍ୟାଙ୍କନ ଚାଲିଛି । ଗତ ମାସ ପିଏମସି ବ୍ୟାଙ୍କର ପ୍ରଶାସକ ଏ କେ ଦୀକ୍ଷିତ କହିଥିଲେ କି , 3 ସମ୍ଭାବିତ ନିବେଶକଙ୍କୁ ସେମାନଙ୍କ ଚୁଡାନ୍ତ ପ୍ରସ୍ତାବ ଦାଖଲ ପାଇଁ 2021 ଫେବୃଆରୀ ପହିଲା ଯାଏଁ ସମୟ ଦିଆଯାଇଥିଲା ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତି ଘୋଷଣା ପରେ ଗଣମାଧ୍ୟମକୁ କହିଛନ୍ତି , ‘‘ମତେ ସୂଚନା ଦିଆଯାଇଛି କି 3 ଅନ୍ତିମ ଅଫର ମିଳିଛି । ପିଏମସି ବ୍ୟାଙ୍କ ସ୍ବଂୟ ଏହି ପ୍ରସ୍ତାବର ମୂଲ୍ୟାଙ୍କନ କରୁଛି । ତେବେ ଇଭ୍ୟୁଲେସନ ପରେ ବ୍ୟାଙ୍କ ଆରବିଆଇର ସମ୍ପର୍କ କରିବ ।

ପ୍ରକାଶ ଯେ, 3 ଦିନ ଧରି ଚାଲିଥିବା ଆରବିଆଇର ମୁଦ୍ରାନୀତି ବୈଠକର ନିଷ୍ପତ୍ତି ଆଜି ଘୋଷଣା ହୋଇଛି । ଅନୁମାନ ମୁତାବକ ଆଜି ଘୋଷଣାରେ ରେପୋରେଟ ଅପରିବର୍ତ୍ତିତ ରହିବା ନେଇ ଘୋଷଣା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହାକୁ ମିଶାଇ ଲଗାତାର 4 ଥର ଧରି ମୁଦ୍ରାନୀତି ବୈଠକ ପରେ ସୁଧ ହାର ସ୍ଥିର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.