ETV Bharat / business

ଭାରତର ଇଞ୍ଜିନିୟରିଂ ରପ୍ତାନୀକୁ ଅଟକାଇପାରିନି କୋରୋନାର ଦ୍ବିତୀୟ ଲହର

author img

By

Published : May 22, 2021, 10:42 PM IST

ଭାରତର ଇଞ୍ଜିନିୟରିଂ  ରପ୍ତାନୀକୁ ଅଟକାଇପାରିନି କୋରୋନାର ଦ୍ବିତୀୟ ଲହର
ଭାରତର ଇଞ୍ଜିନିୟରିଂ ରପ୍ତାନୀକୁ ଅଟକାଇପାରିନି କୋରୋନାର ଦ୍ବିତୀୟ ଲହର

କୋଭିଡ ମଧ୍ୟରେ ବି ଭାରତୀୟ ରପ୍ତାନୀ ପ୍ରଦର୍ଶନ ଭଲ ରହିଛି । ଏପରିକି ଭାରତର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀରେ ବାଧା ଉପୁଜାଇପାରିନି ଦ୍ବିତୀୟ କୋଭିଡ ଲହର । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ଚାହିଦାରେ ପୁନରୁଦ୍ଧାର ଯୋଗୁଁ ଏପ୍ରିଲ ମାସରେ ଭାରତର ରପ୍ତାନୀରେ ବୃଦ୍ଧି ରେକର୍ଡ ହୋଇଛି । ବିଶେଷ କରି ଭାରତର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନିରେ ଏପ୍ରିଲରେ ବୃଦ୍ଧି ହୋଇଛି । ଆମେରିକା, ଚୀନ, ଜର୍ମାନୀ ଏବଂ ଇଟାଲୀ ସମେତ ଅଧିକାଂଶ ପ୍ରମୁଖ ବଜାରରେ ଏହାର ସକରାତ୍ମକ ଅଭିବୃଦ୍ଧି ଦେଖାଦେଇଛି । ଏଥିମଧ୍ୟରେ ଯନ୍ତ୍ରପାତି, ଶିଳ୍ପ ସାମଗ୍ରୀ, ଅଟୋମୋବାଇଲ୍ ଏବଂ ଅଟୋ ଉପାଦାନ ସାମିଲ ଅଛି । ଏକ ସରକାରୀ ବ୍ୟବସାୟ ତଥ୍ୟର ବିଶ୍ଳେଷଣରେ ଏ ନେଇ ଜଣାପଡିଛି ।

ଭାରତୀୟ ଇଞ୍ଜିନିୟରିଂ ସାମଗ୍ରୀ ପାଇଁ ଶୀର୍ଷ 25 ରପ୍ତାନୀ ଗନ୍ତବ୍ୟ ରହିଛି । କେବଳ ମାଲେସିଆ ଓ ସିଙ୍ଗାପୁର ମାମଲାରେ ନକରାତ୍ମକ ବୃଦ୍ଧି ଦେଖିବାକୁ ମିଳିଛି ।

ଦୁନିଆର ସବୁଠୁ ବଡ ଅର୍ଥବ୍ୟବସ୍ଥା , ଯୁକ୍ତରାଷ୍ଟ୍ର ଆମେରିକା , ଭାରତୀୟ ଇଞ୍ଜିନିୟରିଂ ସାମଗ୍ରୀ ପାଇଁ ସବୁଠୁ ବଡ ବଜାର ରହିଛି । ଏହା ପରେ ଚୀନ ଦ୍ବିତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ରହିଛି ।

ବାର୍ଷିକ ଭିତ୍ତିରେ ଆମେରିକାକୁ ରପ୍ତାନି 400% ରୁ ଅଧିକ ଉଛୁଳିଛି । ସେହିଭଳି ଭାରତର ଦ୍ବିତୀୟ ବୃହତ୍ତମ ରପ୍ତାନି ଗନ୍ତବ୍ୟସ୍ଥଳ ଚୀନକୁ ଏପ୍ରିଲ ମାସରେ 143% ରୁ ଅଧିକ ସିପମେଣ୍ଟ ହୋଇଛି ।

ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଅଫ ଇଣ୍ଡିଆର ଚେୟାରମ୍ୟାନ ମହେଶ ଦେଶାଇ କହିଛନ୍ତି ଯେ ‘ଜାହାଜ, ଡଙ୍ଗା ଏବଂ ଭାସମାନ ସଂରଚନା ବ୍ୟତୀତ' ଅନ୍ୟ ସମସ୍ତ ଉତ୍ପାଦ ସମୂହ ଏହି ସମୟ ମଧ୍ୟରେ ସକରାତ୍ମକ ଅଭିବୃଦ୍ଧି ପଞ୍ଜିକୃତ କରିଥିଲେ । ଗତ କିଛି ମାସ ଧରି ବିକାଶର ଗତି ଜାରି ରହିଛି । ’

ଦେଶାଇ କହିଛନ୍ତି ଯେ ଆଉଟବାଉଣ୍ଡ ପରିବହନରେ ଉଚ୍ଚ ଅଭିବୃଦ୍ଧି ହାର ମୁଖ୍ୟତ ଆର୍ଥିକ ବର୍ଷ 2020-21 ର ନିମ୍ନ ଆଧାର ଯୋଗୁଁ ହୋଇଛି । ସେ ଇଟିଭି ଭାରତକୁ କହିଛନ୍ତି କି, ପୁନରୁଦ୍ଧାର ପ୍ରକୃତରେ ପ୍ରଭାବଶାଳୀ । ଏହା ବୈଶ୍ବିକ ଧାରାକୁ ପ୍ରତିଫଳିତ କରେ ।

32 ଟି ଇଞ୍ଜିନିୟରିଂ ସାମଗ୍ରୀ ବର୍ଗ ମଧ୍ୟରେ ସକରାତ୍ମକ ଅଭିବୃଦ୍ଧି ପଞ୍ଜିକୃତ ହୋଇଥିବା ବେଳେ ଲୁହା ଏବଂ ଇସ୍ପାତ ରପ୍ତାନି ଗତ ବର୍ଷ ସମାନ ମାସ ତୁଳନାରେ 2021 ଏପ୍ରିଲରେ 210 ପ୍ରତିଶତ ବୃଦ୍ଧି ଘଟିଛି । non-ferrous ସେଗମେଣ୍ଟରେ ଆଲୁମିନିୟମ, ଜିଙ୍କ, ନିକେଲ, ସୀସା, ଟିଣ ଏବଂ ଅନ୍ୟାନ୍ୟ ଉତ୍ପାଦକୁ ସାମିଲ କରିବା ଏହି ଅବଧିରେ ରପ୍ତାନିରେ 110.5% ବୃଦ୍ଧି ଦେଖିବାକୁ ମିଳିଛି ।

ଔଦ୍ୟୋଗିକ ମେସିନ ବିଭାଗ ମଧ୍ୟରେ, ମୋଟ ମାସିକ ରପ୍ତାନି 703% ବୃଦ୍ଧି ପାଇଛି । ଯାହାକି ଏପ୍ରିଲ 2020 ରେ 146.21 ମିଲିୟନ ଡଲାରରୁ ବଢି 2021 ଏପ୍ରିଲରେ 1,174.23 ମିଲିୟନ ଡ଼ଲାରରେ ପହଞ୍ଚିଛି ।

ସେହିଭଳି ଇଲେକ୍ଟ୍ରିକାଲ ମେସିନାରୀ ସେଗମେଣ୍ଟର ରପ୍ତାନୀ ଏପ୍ରିଲ 2020 ରେ 245.43 ମିଲିୟନ ଡ଼ଲାରରୁ ବଢି 2021 ଏପ୍ରିଲରେ 853.1 ମିଲିୟନ ଡ଼ଲାର ରହିଛି । ଯାହା ପୂର୍ବ ମାସରେ ଦେଖାଯାଇଥିବା ପାର୍ଟନ ତୁଳନାରେ 247% ରୁ ଅଧିକ ବୃଦ୍ଧି ଘଟିଛି ।

ବିମାନ, ମହାକାଶଯାନ ଏବଂ ଯନ୍ତ୍ର ଉପତରଣ ରପ୍ତାନିରେ ଏପ୍ରିଲ 2021 ରେ 200% ରୁ ଅଧିକ ମାସିକ ବୃଦ୍ଧି ଘଟିଛି । ଏହା ଏପ୍ରିଲ 2020 ରେ 24.1 ମିଲିୟନ ଡ଼ଲାରରୁ ବଢି ଏପ୍ରିଲ 2021 ରେ 74.5 ମିଲିୟନ ଡ଼ଲାରରେ ପହଞ୍ଚିଛି।

ଜାହାଜ, ଡଙ୍ଗା ଏବଂ ଭାସମାନ ସଂରଚନା ରପ୍ତାନି ହେଉଛି ଏକମାତ୍ର ଇଞ୍ଜିନିୟରିଂ ସେଗମେଣ୍ଟ । ଯାହା ଏପ୍ରିଲ୍ 2020 ରେ 677.4 ମିଲିୟନ ଡ଼ଲାରରୁ ଏପ୍ରିଲ୍ 2021 ରେ 455.4 ମିଲିୟନ ଡ଼ଲାର ପର୍ଯ୍ୟନ୍ତ 32.8% ର ନକାରାତ୍ମକ ଅଭିବୃଦ୍ଧି ପଞ୍ଜିକରଣ କରିଛି ।

ଗତ ବର୍ଷ ଆର୍ଥିକ ବର୍ଷର ଅର୍ଥନୈତିକ କାର୍ଯ୍ୟକଳାପ ଏବେ ପୁଣି ଚଳଚଞ୍ଚଳ ହେବା ସହ ଦେଶରେ ରପ୍ତାନୀ ଗତି ଧରିଛି । ଯାହାକି ବୈଶ୍ବିର ଧାରା ସହିତ ମେଳ ଖାଉଛି । ସରକାର ଆଶା କରୁଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ବାଣିଜ୍ୟ ରପ୍ତାନି 400 ବିଲିୟନ ଡ଼ଲାରରେ ପହଞ୍ଚିବ ।

EEPC ଅଧ୍ୟକ୍ଷ ମହେଶ ଦେଶାଇ କହିଛନ୍ତି କି , ‘ ଲକଡାଉନ ପରିଣାମ ସୂରୁପ ଆର୍ଥିକ ଗତିବିଧି ପ୍ରଭାବିତ ଯେପରି ନ ହେବ ସେଥିପାଇଁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ସମ୍ପୁର୍ଣ୍ଣ ଚେଷ୍ଟା କରୁଛନ୍ତି । କିନ୍ତୁ ବ୍ୟବସାୟ ଏବଂ ବୃତ୍ତି ସଂପୂର୍ଣ୍ଣ ଭାବେ ଏଥିରୁ ବାଦ ପଡିନି । ଏଣୁ ଏହା ଗୁରୁତ୍ବପୂର୍ଣ୍ଣ କି ରପ୍ତାନୀକାରୀଙ୍କୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସମର୍ଥନ ମିଳୁ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.