ETV Bharat / business

ଜିଏସଟି ପରିଷଦ ବୈଠକ: ସମସ୍ତ ରାଜ୍ୟକୁ ମିଳିବ 20 ହଜାର କୋଟି କ୍ଷତିପୂରଣ ସେସ୍

author img

By

Published : Oct 5, 2020, 8:29 PM IST

Updated : Oct 5, 2020, 8:57 PM IST

ଜିଏସଟି ପରିଷଦର ବୈଠକ : ରାଜ୍ୟକୁ ମିଳିବ 20 ହଜାର କୋଟି ଟଙ୍କା କ୍ଷତିପୂରଣ ସେସ
ଜିଏସଟି ପରିଷଦର ବୈଠକ : ରାଜ୍ୟକୁ ମିଳିବ 20 ହଜାର କୋଟି ଟଙ୍କା କ୍ଷତିପୂରଣ ସେସ

ଜିଏସଟି ପରିଷଦର 42 ତମ ବୈଠକ ସରିଛି । ଏଥିରେ ରାଜ୍ୟଗୁଡିକର ବକେୟା ଜିଏସଟି କ୍ଷତିପୂରଣ ଏବଂ ଋଣ ବିକଳ୍ପ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି ।

ନୂଆଦିଲ୍ଲୀ: ଜିଏସଟି ପରିଷଦର 42 ତମ ବୈଠକ ଶେଷ ହୋଇଛି । ଏ ବର୍ଷ ଜିଏସଟି କ୍ଷତିପୂରଣ ବାବଦରେ ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳକୁ 20,000 କୋଟି ଟଙ୍କା ଆଜି ରାତି ସୁଦ୍ଧା ବଣ୍ଟନ କରାଯିବ । ବୈଠକ ପରେ ସାମ୍ବାଦିକ ସମ୍ମଳନୀ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।

ସେହିଭଳି ସବୁ ରାଜ୍ୟକୁ 24,000 କୋଟି ଟଙ୍କା ଆଇଜିଏସଟି ଜାରି କରାଯିବ, ଯେଉଁମାନଙ୍କୁ ପୂର୍ବରୁ କମ ମିଳୁଥିଲା । ତେବେ ଆଗାମୀ ସପ୍ତାହ ଶେଷ ସୁଦ୍ଧା ବିସ୍ତାରିତ କରାଯିବ । ଏଥିସହ ଋଣ ପରିଶୋଧ ଲାଗି କ୍ଷତିପୂରଣ ସେସକୁ 2022 ଜୁନ ପରେ ବି ଜାରି ରଖିବାକୁ ପରିଷଦ ନିଷ୍ପତ୍ତି ନେଇଛି ।

ଜାନୁଆରୀ ପହିଲାରୁ, ବାର୍ଷିକ 5 କୋଟି ଟଙ୍କାରୁ କମ ଟନଓଭର କରୁଥିବା କରଦାତାଙ୍କୁ ମାସିକ ରିଟର୍ଣ୍ଣ ଅର୍ଥାତ ଜିଏସଟିଆର 3ବି ଓ ଜିଏସଟିଆର 1 ଦାଖଲ କରିବା ଆବଶ୍ୟକତା ପଡିବ ନାହିଁ । ସେମାନେ କେବଳ ତ୍ରୟମାସିକ ରିଟର୍ଣ୍ଣ ଦାଖଲ କରିବେ ।

କୋଭିଡ ପ୍ରଭାବ ଲାଗୁ ହେତୁ ଜିଏସଟି ବାବଦରେ ହୋଇଥିବା କ୍ଷତିପୂରଣ ପ୍ରଦାନ ନେଇ କାହାକୁ ପ୍ରତ୍ୟାଖ୍ୟାନ କରାଯିବ ନାହିଁ | ରାଜ୍ୟଗୁଡିକ ସହିତ ଏକ ଆଲୋଚନା ଚାଲିଛି | ପ୍ରାୟ 20 ଟି ରାଜ୍ୟ ଲେଖିଛନ୍ତି ଯେ ସେମାନେ ବିକଳ୍ପ 1 କୁ ଆପଣେଇବେ ।

ତେବେ କିଛି ରାଜ୍ୟ କ୍ଷତିପୂରଣ ଭରଣା ନେଇ କେନ୍ଦ୍ରର ଗୋଟିଏ ବି ବିକଳ୍ପକୁ ବାଛିନାହାନ୍ତି । ଏ ନେଇ ଆସନ୍ତା 12ରେ ପୁଣି ଜିଏସଟି ପରିଷଦର ବୈଠକ ହେବ ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟଗୁଡିକର ଜିଏସଟି ରାଜସ୍ବ ହ୍ରାସ ପରିମାଣ 2.35 ଲକ୍ଷ କୋଟି ଟଙ୍କା ରହିଛି । ଫଳରେ ସେମାନଙ୍କ ଆର୍ଥକ ସ୍ଥିତି ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟଗୁ଼ଡିକୁ 2ଟି ବିକଳ୍ପ ଅଗଷ୍ଟରେ ଦେଇଥିଲେ । ସେଥିରୁ ଗୋଟିଏ ହେଲା ଆରବିଆଇ ଦ୍ବାରା ଉପଲବ୍ଧ ଏକ ସ୍ବତନ୍ତ୍ର ୱିଣ୍ଡୋରୁ 97,000 କୋଟି ଋଣ ଉଠାଇବା , ଅନ୍ୟଟି ହେଉଛି ସିଧାସଳଖ ବଜାରରୁ 2.35 ଲକ୍ଷ କୋଟି ଟଙ୍କା ଋଣ ନେବା ପାଇଁ ।

ଏପ୍ରିଲ ମାସ ତୁଳନାରେ ସେପ୍ଟେମ୍ବରରେ ଦ୍ରବ୍ୟ ଓ ସେବା ସାମଗ୍ରୀ ସଂଗ୍ରହ 3 ଗୁଣା ବୃଦ୍ଧି ହୋଇଛି । ସେପ୍ଟେମ୍ବରରେ ମୋଟ ଜିଏସଟି ସଂଗ୍ରହ 95.48 ହଜାର କୋଟି ଟଙ୍କା ଅଛି । ଯାହାକି ଅଗଷ୍ଟ ତୁଳନାରେ 10.4 ପ୍ରତିଶତ ଅଧିକା ।

Last Updated :Oct 5, 2020, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.