ETV Bharat / business

14 ରାଜ୍ୟକୁ ଶତ ପ୍ରତିଶତ ରାଜସ୍ବ ନିଅଣ୍ଟ ଟଙ୍କା ଜାରି

author img

By

Published : Mar 10, 2021, 10:51 PM IST

14 ରାଜ୍ୟକୁ ଶତ ପ୍ରତିଶତ ରାଜସ୍ବ ନିଅଣ୍ଟ ଟଙ୍କା ଜାରି
14 ରାଜ୍ୟକୁ ଶତ ପ୍ରତିଶତ ରାଜସ୍ବ ନିଅଣ୍ଟ ଟଙ୍କା ଜାରି

ଅର୍ଥ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ରାଜସ୍ବ ନିଅଣ୍ଟ ଅନୁଦାନ ଅଧୀନରେ 6,194 କୋଟି ଟଙ୍କାର ଶେଷ କିସ୍ତି ଜାରି କରିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: କୋରୋନା ଯୋଗୁଁ ବିଭିନ୍ନ ସେକ୍ଟର ବାଧାପ୍ରାପ୍ତ । ଏଥିଯୋଗୁଁ ପ୍ରବଳ ରାଜସ୍ବ କ୍ଷତି ସହିବାକୁ ପଡିଛି । ଏଥିପାଇଁ ରାଜ୍ୟ ପାଇଁ 6,194 କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ଅନୁଦାନର 12 ତମ ତଥା ଅନ୍ତିମ କିସ୍ତି ବୁଧବାର ଜାରି କରିଛି ଅର୍ଥ ମନ୍ତ୍ରାଳୟ ।

14 ରାଜ୍ୟକୁ ଶତ ପ୍ରତିଶତ ରାଜସ୍ବ ନିଅଣ୍ଟ ଟଙ୍କା ଜାରି
14 ରାଜ୍ୟକୁ ଶତ ପ୍ରତିଶତ ରାଜସ୍ବ ନିଅଣ୍ଟ ଟଙ୍କା ଜାରି

ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ଏହି କିସ୍ତି ଜାରି ହେବା ସହ ଯୋଗ୍ୟ ରାଜ୍ୟରୁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ କରରେ ଅଂଶଧନ ପରେ ରାଜସ୍ବ କ୍ଷତି ଅନୁଦାନ (ପିଡିଆରଡି) ରୂପରେ 74,340 କୋଟି ଟଙ୍କା ଜାରି କରାଯାଇସାରିଛି ।

ପଞ୍ଚଦଶ ଅର୍ଥ ଆୟୋଗଦର ସୁପାରିଶ ଆଧାରରେ କେନ୍ଦ୍ରୀୟ କରରେ ଅଂଶଧନ ପରେ ରାଜସ୍ବ ନିଅଣ୍ଟ ଅନୁଦାନ ମାସିକ କିସ୍ତି ଭାବେ ଜାରି କରାଯାଇଥାଏ । ଏହା କେନ୍ଦ୍ରୀୟ କରରେ ଅଂଶଧନ ପରେ ରାଜ୍ୟର ରାଜସ୍ବ ନିଅଣ୍ଟରେ ରହିଥିବା ଅନ୍ତକୁ ପୂରା କରିବାକୁ ଦିଆଯାଏ ।

ମନ୍ତ୍ରଣାଳୟର ସୂଚନାନୁସାରେ, ଆର୍ଥିକ ବର୍ଷ 2020-21 ପାଇଁ କେନ୍ଦ୍ରୀୟ ଟିକସର ଅଂଶଧନକୁ ବିଚାରକୁ ନେଇ ରାଜ୍ୟର ରାଜସ୍ବ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟର ଆକଳନ କରାଯାଏ । ଆଉ ସେହି ଆଧାରରେ ଆୟୋଗ ଏହି ଅନୁଦାନ ପାଇବାକୁ ରାଜ୍ୟର ଯୋଗ୍ୟତା ଏବଂ ପରିମାଣ ନିର୍ଣ୍ଣୟ କରିଛନ୍ତି।

ପଞ୍ଚଦଶ ଅର୍ଥ ଆୟୋଗ ଆର୍ଥିକ ବର୍ଷ 2020-21ରେ 14 ରାଜ୍ୟକୁ ମୋଟ 74,340 କୋଟି ଟଙ୍କାର ବ୍ୟତିକ୍ରମ ପରେ ରାଜସ୍ବ ନିଅଣ୍ଟ ଅନୁଦାନର ସୁପାରିସ କରିଛି । ଏଥିମଧ୍ୟରୁ ଏବେ ସୁଦ୍ଧା ସମସ୍ତ ଧନରାଶି ଦିଆସରିଛି ।

ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ପରେ ଆନ୍ଧ୍ର ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ , ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗକୁ ରାଜସ୍ବ ନିଅଣ୍ଟ ଅନୁଦାନ ପ୍ରଦାନ ହୋଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.