ETV Bharat / business

RBIର ନୂଆ ଯୋଜନା, ଦୂର ହେବ PMC Bank ଗ୍ରାହକ ସମସ୍ୟା

author img

By

Published : Jun 19, 2021, 10:23 PM IST

RBIର ନୂଆ ଯୋଜନା, ଦୂର ହେବ  PMC Bank ଗ୍ରାହକ ସମସ୍ୟା
RBIର ନୂଆ ଯୋଜନା, ଦୂର ହେବ PMC Bank ଗ୍ରାହକ ସମସ୍ୟା

ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (ପିଏମସି) ଗ୍ରାହକଙ୍କ ସମସ୍ୟା ଶୀଘ୍ର ଦୂର ହେବ । ଏଥିପାଇଁ ଆରବିଆଇ ସ୍ମଲ ଫାଇନାନ୍ସ ବ୍ୟାଙ୍କ ତିଆରି ପାଇଁ ସେଣ୍ଟ୍ରମକୁ ଦେଇଛି ଅନୁମତି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ସମସ୍ୟାରେ ଜୁଝୁଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (ପିଏମସି) ଗ୍ରାହକଙ୍କ ସମସ୍ୟା ଶୀଘ୍ର ଦୂର ହେବ । କାରଣ ଖୋଲିଯାଇଛି ସଙ୍କଟଗ୍ରସ୍ତ ପିଏମସି ବ୍ୟାଙ୍କ ଅଧିଗ୍ରହଣ ରାସ୍ତା । ଭାରତୀୟ ରିଜର୍ଭ ବ୍ୟାଙ୍କ ସେଣ୍ଟ୍ରମ ଫାଇନାନ୍ସିଆଲ ସର୍ଭିସେଜକୁ small finance bank (ଲଘୁ ଆର୍ଥିକ ବ୍ୟାଙ୍କ ) ସ୍ଥାପନ କରିବା ପାଇଁ ଦେଇଛି ଅନୁମତି ।

ପିଏମସି ବ୍ୟାଙ୍କର ଅଧିଗ୍ରହଣ ପାଇଁ ଆବେଦନ କରିଥିବା ସେଣ୍ଟ୍ରମ ଫାଇନାନ୍ସିଆଲ ସର୍ଭିସେଜ ବି ସାମିଲ ରହିଛି । ଭାରତ ପେ ସହ ମିଶି ସେଣ୍ଟ୍ରମ ଫାଇନାନ୍ସିଆଲ ସର୍ଭିସେଜ ସ୍ମଲ ଫାଇନାନ୍ସ ବ୍ୟାଙ୍କ ତିଆରି ପାଇଁ ଦେଇଥିବା ଅଫରକୁ ଗ୍ରୀନ ସିଗନାଲ ଦେଇଛି ଆରବିଆଇ ।

ଏହି ଅନୁମୋଦନର ଅଂଶ ସ୍ବରୂପର ଆରବିଆଇ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ -1949 ର ଧାରା -22(1) ଅଧିନରେ ବ୍ୟାଙ୍କିଙ୍ଗ ବିଜନେସ ଆରମ୍ଭ କରିବା ଲାଇସେନ୍ସ ଦେବା ଉପରେ ବିଚାର କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.