ETV Bharat / business

ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ

author img

By

Published : Feb 17, 2022, 9:32 AM IST

ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ
ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ମିଳିଲା ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ । ଅଧିକ ପଢନ୍ତୁ

ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ(Ratan Tata Honoured With Assam's Highest Civilian Award) । ବୁଧବାର ମୁମ୍ବାଇ କୋଲୋବା ଠାରେ ଆୟୋଜିତ ଏକ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ 'ଆସାମ ବୈଭବ'(Assam Baibhav)ରେ ସମ୍ମାନିତ କରିଛନ୍ତି ।

ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ
ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ

ଗତ ଜାନୁଆରୀ ୨୪ ତାରିଖ ଦିନ ଗୌହାଟୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ଏକ ଆୱାର୍ଡ ସମାରୋହରେ ରତନ ଟାଟାଙ୍କୁ 'ଆସାମ ବୈଭବ' ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ବ୍ୟକ୍ତିଗତ କାରଣ ଯୋଗୁଁ ସେ ସେଦିନ ସମାରୋହରେ ଯୋଗ ଦେଇପାରି ନଥିଲେ । ବୁଧବାର ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ବିଶ୍ବଶର୍ମା କହିଛନ୍ତି, ଜଣେ ଶିଳ୍ପପତି ଏବଂ ପରୋପକାରୀ ମଣିଷ ଭାବେ ରତନ ଟାଟା ଆସାମ କ୍ୟାନ୍ସର କେୟାରକୁ ଆଗକୁ ବଢାଇବାରେ ମହତ୍ ଯୋଗଦାନ ଦେଇଛନ୍ତି । କହିରଖୁଛୁ କି, ଆସାମ ବୈଭବ ପୁରସ୍କାରରେ ଏକ ମାନପତ୍ର, ଗୋଟିଏ ପଦକ ଏବଂ ୫ ଲକ୍ଷ ରାଶି ପ୍ରଦାନ କରାଯାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.