ETV Bharat / business

ଏଣିକି ପିଏମସି ବ୍ୟାଙ୍କରୁ 5୦ ହଜାର ଉଠାଇପାରିବେ ଜମାକର୍ତ୍ତା

author img

By

Published : Oct 24, 2019, 12:49 PM IST

ପ୍ରତିକାତ୍ମକ ଫଟୋ

ପିଏମସି ବ୍ୟାଙ୍କ ଟଙ୍କା ଉଠାଣ ନିୟମରେ କୋହଳ । ଏଣିକି ଜମାକର୍ତ୍ତା ଜରୁରୀକାଳୀନ ସ୍ଥିତିରେ 50 ହଜାର ଟଙ୍କା ଉଠାଇପାରିବେ ।

ନୂଆଦିଲ୍ଲୀ: ପିଏମସି ବ୍ୟାଙ୍କ ଗ୍ରାହକଙ୍କୁ ସାମନ୍ୟ ଆଶ୍ବସ୍ତି । ଏଣିକି ଜମାକର୍ତ୍ତା ଜରୁରୀକାଳୀନ ସ୍ଥିତିରେ 50 ହଜାର ଟଙ୍କା ଉଠାଇପାରିବେ । ଏ ନେଇ ମହାରାଷ୍ଟ୍ର ବିଜେପିର ଭାଇସ ପ୍ରେସିଡେଣ୍ଟ ସୌମ୍ୟ କିର୍ତ୍ତି ଟ୍ବିଟ କରି ସୂଚନା ଦେଇଛନ୍ତି ।

ମେଡିକାଲ ଏମାର୍ଜେନ୍ସି କିମ୍ବା ଶିକ୍ଷା କ୍ଷେତ୍ରରେ ବ୍ୟବହାର ପାଇଁ ଟଙ୍କା ଦରକାର ହେଲେ ଜମାକର୍ତ୍ତା 50 ହଜାର ପର୍ଯ୍ୟନ୍ତ ନଗଦ ଉଠାଇପାରିବେ । ପୂର୍ବରୁ ଏହା 40 ହଜାର ଟଙ୍କାରେ ସୀମିତ ଥିଲା ।

ତେବେ ଏହି ଟଙ୍କା ଉଠାଇବା ସମୟରେ ଗ୍ରାହକଙ୍କୁ ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାକୁ ହେବ । ଯେପରି, ଯଦି କୌଣସି ମେଡିକାଲ କେଶ ହୁଏ, ତାହାହେଲେ ଡାକ୍ତରଙ୍କ ଅନୁମୋଦିତ ଖର୍ଚ୍ଚ ସମ୍ବନ୍ଧୀୟ ପୂରା ତଥ୍ୟ ଜମା କରିବାକୁ ହେବ । ସବୁକିଛିର ପ୍ରମାଣ ଦେଇ ଟଙ୍କା ଉଠାଣ ନେଇ ସର୍ତ୍ତ ଲାଗୁ ହୋଇଛି ।

ପ୍ରକାଶ ଯେ, ପିଏମସି ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ଉଟାଣ ନିୟମରେ କଟକଣା ଲଗାଇଥିଲେ । 6 ମାସ ଭିତରେ ଗ୍ରାହକ କେବଳ 25 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ସମସ୍ୟାକୁ ନଜରର ରଖି ଏହି ପରିମାଣକୁ ବୃଦ୍ଧି କରି 40 ହଜାର କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.