ETV Bharat / business

ବଜେଟରେ ନୂଆ ସକାଳର ସମ୍ଭାବନା, ସଂକ୍ଷିପ୍ତରେ ସାରାଂଶ

author img

By

Published : Feb 22, 2021, 10:02 PM IST

Updated : Feb 23, 2021, 6:16 AM IST

ବଜେଟରେ ନୂଆ ସକାଳର ସମ୍ଭାବନା, ସଂକ୍ଷିପ୍ତରେ ସାରାଂଶ ...
ବଜେଟରେ ନୂଆ ସକାଳର ସମ୍ଭାବନା, ସଂକ୍ଷିପ୍ତରେ ସାରାଂଶ ...

କୋଭିଡରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ପୁଣି ଯୋଡିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ରୋଡମ୍ୟାପ ପ୍ରସ୍ତୁତ । କୃଷି ଠାରୁ ଶିଳ୍ପ, ସ୍ବାସ୍ଥ୍ୟ ଠାରି ଶିକ୍ଷା , ପର୍ଯ୍ୟଟନ , ନିଯୁକ୍ତି ସବୁ ସେକ୍ଟରକୁ ବଳ ଦେବାକୁ 1 ଲକ୍ଷ 70 ହଜାର କୋଟିର ଆବଣ୍ଟନ ହୋଇଛି । କୋରୋନା କାଳର ଏହି ବଜେଟ ଅଭିବୃଦ୍ଧିକୁ ଦେବ କି ଗତି...

ଭୁବନେଶ୍ବର: ହେଲାଣି ହେଲାଣି ନବ ସୂର୍ଯୋଦୟ । ଆଉ କି ଲଜ୍ଜା , ଆଉ କି ଭୟ ... ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଏହି ଉତ୍ସାହଜନ ପଂକ୍ତିରୁ ନୂତନ ସୂର୍ଯ୍ୟଦୋୟ ସମ୍ଭାବନା ଓ ନୂଆ ସକାଳର ଆରମ୍ଭ ସହ କୋରୋନା କାଳର ପ୍ରଥମ ବଜେଟ ଆଣିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । 2021-22 ଆର୍ଥିକ ବର୍ଷ ପାଇଁ 1 ଲକ୍ଷ 70 ହଜାରର ଏହି ଇ-ବଜେଟରେ ସ୍ବାସ୍ଥ୍ୟ , କୃଷି , ଶିକ୍ଷା , ଜୀବିକା , ଭିତ୍ତିଭୂମି ତଥା ଶିଳ୍ପ କ୍ଷେତ୍ରରେ ବିକାଶର ଧାରାକୁ ଆଗେଇ ନେବାକୁ ରହିଛି ରୋଡମ୍ୟାପ । ଏଥିସହ ରାଜ୍ୟ ତଥା ଦେଶରେ ମୁଣ୍ଡ ଟେକିଥିବା ବଡ ସମସ୍ୟା ବେକାରୀ ହଟାଇବାକୁ କର୍ମନିଯୁକ୍ତି ଲକ୍ଷ୍ୟରେ ସହରୀ ଶ୍ରମ ନିଯୁକ୍ତି ଯୋଜନା ‘ମୁକ୍ତା’ (MUKTA) ର ହେଲା ଆରମ୍ଭ ।

ବଜେଟରେ ନୂଆ ସକାଳର ସମ୍ଭାବନା, ସଂକ୍ଷିପ୍ତରେ ସାରାଂଶ
ଏ ବର୍ଷ 18ଶହ କୋଟିକୁ ଖସିଛି କାଳିଆ ବଜେଟ । କିନ୍ତୁ କାଳିଆ ଯୋଜନାରେ ସାମିଲ ହିତାଧିକାରୀଙ୍କ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ମିଳିବ କାଳିଆ ମେଧାବୃତ୍ତି । ସ୍ବତନ୍ତ୍ର କୃଷି ବଜେଟକୁ ୧୭ ହଜାର ୪୬୯ କୋଟି ବ୍ୟୟ ବରାଦ ହୋଇଛି । ଯାହାକି ଚଳିତ ଆର୍ଥିକ ବର୍ଷ ଠାରୁ 10 ପ୍ରତିଶତ କମ । ଚାଷୀଙ୍କୁ ସୁଧ ରିହାତି ଲାଗି ୮୧୯ କୋଟି ବ୍ୟୟବରାଦ କରାଯାାଇଛି । ଚାଷୀଙ୍କୁ ଆଗୁଆ ବିହନ ଯୋଗାଇବା ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ରିଭଲଭିଂ ଫଣ୍ଡ ରହିବ । ଏକ ଟଙ୍କାରେ ଚାଉଳ ଯୋଗାଣ ପାଇଁ 969 କୋଟି ହେବ ଖର୍ଚ୍ଚ । ଅନ୍ୟପଟେ ଜଳ ଯୋଗାଣ, ପରିମଳ ଓ ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେଇ ସରକାର ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ଖର୍ଚ୍ଚ କରିବେ । ସ୍ଵଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ 2 ଶହ କୋଟି ଏବଂ ସହରାଞ୍ଚଳ ପାଇଁ 2 ଶହ 15 କୋଟି ଟଙ୍କା ଘୋଷଣା ହୋଇଛି ।ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ ହେବ । ସେପଟେ କୋରୋନାରେ ଭୁଶୁଡିପଡିଥିବା ସ୍ବାସ୍ଥ୍ୟ ଓ ଶିକ୍ଷାକୁ ମଧ୍ୟ ଦିଆଯାଇଛି ଫୋକସ । ଉତ୍କୃଷ୍ଟ ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ 9 ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ସଡକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଦେବାକୁ 40 କୋଟି ଟଙ୍କା ବ୍ୟୟରେ FreeTreatment For Trauma Fund” ପ୍ରଚଳନ ହେବ । ବିଶ୍ବ ସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କଟକ ଏସସିବିକୁ ‘‘ଏମ୍ସ ପ୍ଲସ ପ୍ରତିଷ୍ଠାନରେ ରୁପାନ୍ତରିତ ପାଇଁ ଆବଣ୍ଟନ ହେଲା 35ଶହ କୋଟି ଟଙ୍କା । ଅନ୍ୟପଟେ ଆଦର୍ଶ ସ୍କୁଲ ପାଇଁ 280କୋଟି ଟଙ୍କା ଏବଂ ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମଧୁବାବୁ ପେନସନ୍‌ ଯୋଜନାରେ ୧ ହଜାର ୫ ଶହ ୯ କୋଟି ଟଙ୍କା ବ୍ୟୟବରାଦ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ 90କୋଟି ଟଙ୍କା ବରାଦ ହୋଇଛି ।ମହିଳା ଓ ଶିଶୁ ବିକାଶ ପାଇଁ 3 ହଜାର 9ଶହ 6 କୋଟି ବ୍ୟୟ ବରାଦ ହୋଇଥିଲା ବେଳେ ମିଶନ ଶକ୍ତି ପାଇଁ 316 କୋଟି ଆବଣ୍ଟିତ । ବିପର୍ଯ୍ୟୟ ପ୍ରଶମନ ପାଇଁ 3 ହଜାର 50 କୋଟି ବ୍ୟୟ ବରାଦ ।ଏଥର ଫୋସରେ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳର ବିକାଶ ରହିଛି । ପୁରୀକୁ ବିଶ୍ବ ଐତିହ୍ୟରେ ସ୍ଥାନ ଦେବା ପାଇଁ ଅବଢା ଯୋଜନାରେ 542 କୋଟି ବଣ୍ଟନ ପାଇଁ ଘୋଷଣା ହୋଇଛି । ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେପେଟ ରେଳ ଭିତ୍ତିଭୂମି ପାଇଁ 396 କୋଟି ଟଙ୍କା ରହିଛି । କଟକ, ବରମୁଣ୍ଡା ବସ ଟର୍ମିନାଲ ପାଇଁ ୧୦୦ କୋଟି ଲେଖାଏଁ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୩୫ କୋଟି ଟଙ୍କା ହେବ ଖର୍ଚ୍ଚ ।ରାଜ୍ୟରେ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ଲାଗି 50 କୋଟି ଟଙ୍କା ଓ ସେଥିରୁ 20 କୋଟି ଟଙ୍କା ଓଡିଶା ଇକୋନୋମିକ କରିଡର ବିକାଶ ପାଇଁ ଉଦ୍ଦିଷ୍ଟ । କୋଭିଡ କାଳରେ ଏମଏସଏମଇ ସେକ୍ଟରକୁ ସହାୟତ୍ତା ପାଇଁ 2 ଶହ 89 କୋଟିର ସ୍ବତନ୍ତ୍ର କୋଭିଡ ପ୍ୟାକେଜ ହେଲା ଘୋଷଣା । ଓଡିଶା ଭାଷା , ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ 1 ଶହ 35 ହଜାର କୋଟି ହେବ ବ୍ୟୟ ।ବିଗତ 20 ବର୍ଷ ମଧ୍ୟରେ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ବଜେଟ ଆକାର, GSDP 16 ରୁ ବଢି 26 ପ୍ରତିଶତରେ ପହଞ୍ଚିଛି । ତେବେ କୋଭିଡ କାଳରେ ରାଜସ୍ବ ହ୍ରାସ , ଆୟ କମ ମଧ୍ୟରେ ଏବର୍ଷ ବ୍ୟୟ ବଢିଥିବାରୁ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୪ ହଜାର କୋଟିର ଋଣ କରିବେ ରାଜ୍ୟ ସରକାର ।ଏଥର ପେପରଲେସ ବଜେଟ ଆଗତ କରି ଓଡିଶା 2000 ବଡ ଗଛ ସୁରକ୍ଷା କରିପାରିଛି । ଏଥିସହ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ ସହ ସବୁଜିମା ପରିବେଶର ନୂଆ ଦିଗନ୍ତ ଦେଖାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated :Feb 23, 2021, 6:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.