ETV Bharat / business

ଜୁଲାଇରୁ DA ଓ DR ପାଇବେ କି କର୍ମଚାରୀ ? ଜାଣନ୍ତୁ ସତ ...

author img

By

Published : Jun 26, 2021, 10:46 PM IST

ଜୁଲାଇରୁ DA ଓ  DR  ପାଇବେ କି କର୍ମଚାରୀ ?  ଜାଣନ୍ତୁ ସତ ...
ଜୁଲାଇରୁ DA ଓ DR ପାଇବେ କି କର୍ମଚାରୀ ? ଜାଣନ୍ତୁ ସତ ...

ଜୁଲାଇରୁ ଡିଏ ମିଳିବା ନେଇ ସୋସିଆଲ ମିଡିଆରେ ଘୁରୁଛି ଅର୍ଥସଚିବଙ୍କ ହସ୍ତାକ୍ଷର ଥିବା ଚିଠି । ତେବେ ଏହି ଖବର ପଛର ସତ କଣ , ଜାଣନ୍ତୁ..

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ 52 ଲକ୍ଷ କର୍ମଚାରୀ ଓ 60 ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ସୂଚନା । ଜୁଲାଇ ମାସରେ ମହଙ୍ଗା ଭତ୍ତା / DA (Dearness Allowance) ଓ DR (Dearness Relief) ମିଳିବା ନେଇ କେନ୍ଦ୍ର ସରକାର କୌଣସି ବିଜ୍ଞପ୍ତି ଘୋଷଣା କରିନାହାନ୍ତି । ଏ ନେଇ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏକ ଡକ୍ୟୁମେଣ୍ଟ ମିଛ ବୋଲି ସ୍ପଷ୍ଟ କରିଛି ଅର୍ଥମନ୍ତ୍ରାଳୟ ।

ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଡକ୍ୟୁମେଣ୍ଟରେ ଅର୍ଥ ସଚିବ ଟିଭି ସୋମନାଥନଙ୍କ ହସ୍ତାକ୍ଷର ରହିଛି । ତେବେ ଏହା ଏକ ମିଛ ଡକ୍ୟୁମେଣ୍ଟ ବୋଲି ଜଣାପଡିଛି । ଏ ନେଇ ଭାରତ ସରକାରଙ୍କ ପ୍ରେସ ଏବଂ ଇନଫରମେସନ ବ୍ୟୁରୋ (PIB) କହିଛି କି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିଠି ସମ୍ପୁର୍ଣ୍ଣ ଫେକ । ଆଉ ଏହା ପଛର ସତ୍ୟତାର ସନ୍ଧାନ କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚିଠିରେ କୁହାଯାଇଛି କି , କେନ୍ଦ୍ର ସରକାରଙ୍କ ଷ୍ଟାଫ ଡିଏ ଓ ଡିଆର ରିଲିଫ 2021 ଜୁଲାଇରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପତ୍ରରେ ଲେଖାଯାଇଛି କି କୋରୋନା ସଂକ୍ରମଣ ଯୋଗୁଁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଡିଓ ଓ ଡିଆର ଜୁଲାଇ ପହିଲାରୁ ଲାଗୁ କରାଯିବ । ତେବେ ଏହା ମିଥ୍ୟା ବୋଲି ସ୍ପଷ୍ଟ କରିଛି ପିଆଇବି ।

କୋରୋନା ଯୋଗୁଁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ଡିଏର ତିନୋଟି କିସ୍ତି ଏ ଯାଏଁ ମିଳିବା ବାକି ରହିଛି । 3 କିସ୍ତି ମିଳିବା ପରେ ମୋଟ ଡିଏ ବଢି 28 ପ୍ରତିଶତ ହୋଇଯିବ । ଯେଉଁଥିରେ 2020 ଜାନୁଆରୀରୁ 1ରୁ 2021 , 2020 ଜୁଲାଇ 1 ଏବଂ 2021 ଜାନୁଆରୀ 1 ପର୍ଯ୍ୟନ୍ତର DA ଓ DR ବୃଦ୍ଧି ସାମିଲ ଅଛି । ଏହା ଦ୍ବାରା 50 ଲକ୍ଷରୁ ଅଧିକ କର୍ମଚାରୀ ଓ 61 ଲକ୍ଷ ବେତନଭୋଗୀଙ୍କୁ ଫାଇଦା ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.