ETV Bharat / business

ରପ୍ତାନୀ ବଜାରର ଫାଇଦା ନେବାକୁ ଏମଏସଏମଇକୁ ଲୋଡା ସରକାରୀ ପ୍ରୋତ୍ସାହନ

author img

By

Published : May 7, 2020, 10:45 PM IST

MSMEs need govt push
ରପ୍ତାନୀ ବଜାରର ଫାଇଦା ନେବାକୁ ଏମଏସଏମଇକୁ ଲୋଡା ସରକାରୀ ପ୍ରୋତ୍ସାହନ

2020ରେ ଯଦିଓ କୋରୋନା ଭାଇରସ କାରଣରୁ କିଛି ଫାଇଦା ହେବ ନାହିଁ, ହେଲେ ବ୍ୟାପର କଥା ଦେଖିବାକୁ ଗଲେ ଭାରତ ଦୀର୍ଘକାଳୀନ କାରବାରକୁ ଧ୍ୟାନରେ ରଖିବା ଦରକାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୋରୋନା ସଙ୍କଟ ପରେ ଦୁର୍ବଳ ଚୀନ ବଜାରର ଫାଇଦା ନେଇ ଭାରତୀୟ ଉତ୍ପାଦର ରପ୍ତନୀ ବଢାଇବା ପାଇଁ ଏମଏସଏମଇ ସେକ୍ଚରକୁ ଦରକାର ସରକାରୀ ପ୍ରୋତ୍ସାହନ । ଏଥିପାଇଁ ପ୍ରତ୍ୟକ୍ଷ ଭାବେ ସହଯୋଗ ଲୋଡା ରହିଛି । ଏକ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଗୁରୁବାର ପ୍ରକାଶିତ ଏସବିଆଇର ଇକୋରେପ ରିପୋର୍ଟ ଅନୁସାରେ, ଯଦି ଭାରତ ନିଜ କ୍ଷମତା ଅନଯାୟୀ ନିର୍ମାଣ ନିର୍ମାଣ କରେ ତେବେ ଚୀନର ବଜାରରେ କବଜା କରିବାରିବ । ଫଳରେ ସର୍ବନିମ୍ନ ଅନୁକୂଳ ସ୍ଥିତିରେ ରପ୍ତାନିରେ 20ରୁ 193 ଅରବ ଡଲାର ପର୍ଯ୍ୟନ୍ତ ଉଲ୍ଲେଖନୀୟ ବୃଦ୍ଧି ହାସଲ କରାଯାଇପାରିବ ।

ରିପୋର୍ଟ ଅନୁସାରେ, ଯେଉଁଠି ପୁଞ୍ଜିଗତ ବସ୍ତୁର ରପ୍ତାନୀ କଥା ଉଠେ, ସେଠାରେ ଏହି ମାମଲାରେ ଭାରତର ଲାଭ ଚୀନ ତୁଳନାରେ କମ ରହିଛି । ହେଲେ ଏହା ପରେ ବି ଭାରତ ଏହି ଅବସରର ସୁଯୋଗ ନେଇ ନିଜ ପୁଞ୍ଜିଗତ ବସ୍ତୁଗୁଡିକର ରପ୍ତାନୀକୁ ବଢାଇପାରିବ ।

ସେହିପରି କୁହାଯାଇଛି ଯେ, 2020ରେ ଯଦିଓ କୋରୋନା ଭାଇରସ କାରଣରୁ କିଛି ଫାଇଦା ହେବ ନାହିଁ, ହେଲେ ବ୍ୟାପର କଥା ଦେଖିବାକୁ ଗଲେ ଭାରତ ଦୀର୍ଘକାଳୀନ କାରବାରକୁ ଧ୍ୟାନରେ ରଖିବା ଦରକାର । ଏଥିସହ ଭଲ ସମ୍ବନ୍ଧ କାୟମ ରଖିବା ପାଇଁ ଦରକାର । ଯେପରି ସେ ଚୀନ ହରେଇଥିବା ବଜାରରେ ନିଜ କବଜା ଜମେଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.