ETV Bharat / business

ସଂଶୋଧନ ହେଲା ସିଏସଆର ନିୟମ, କୋରୋନା ଲଢେଇରେ ମିଳିବ ସହଯୋଗ

author img

By

Published : Aug 26, 2020, 5:30 PM IST

ସାଧାରଣ ବ୍ୟବସାୟ କାର୍ଯ୍ୟକଳାପର ଜରିଆରେ ନୂଆ ଟିକା, ଫାର୍ମାସ୍ୟୁଟିକାଲ୍ ଏବଂ ମେଡିକାଲ୍ ଉପକରଣର ଅନୁସନ୍ଧାନ ଏବଂ ବିକାଶରେ ନିୟୋଜିତ କମ୍ପାନୀଗୁଡିକ, ନୂଆ ସଂଶୋଧନ ପରେ, ସେମାନଙ୍କର ଅନୁସନ୍ଧାନ ଏବଂ ବିକାଶ ଦିଗରେ କରିଥିବା ବ୍ୟୟକୁ CSR ଖର୍ଚ୍ଚରେ ଦର୍ଶାଇ ପାରିବେ । ଅଧିକ ପଢନ୍ତୁ..

CSR
CSR

ନୂଆଦିଲ୍ଲୀ: ସରକାର କମ୍ପାନୀ ଅଧିନିୟମ ଅଧିନରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ନିୟମରେ ସଂଶୋଧିତ କରିଛନ୍ତି । କୋଭିଡ-19ର ନୂଆ ଟିକା , ଔଷଧର ବିକାଶ ଓ ଚିକିତ୍ସା ଉପକରଣ ଉତ୍ପାଦନ ବଢାଇବାକୁ ଅଧିକ ପାଣ୍ଠି ଉପଲବ୍ଧ ପାଇଁ ଏଭଳି କରାଯାଇଛି ।

ସାଧାରଣ ବ୍ୟବସାୟ କାର୍ଯ୍ୟକଳାପର ଜରିଆରେ ନୂଆ ଟିକା, ଫାର୍ମାସ୍ୟୁଟିକାଲ୍ ଏବଂ ମେଡିକାଲ୍ ଉପକରଣର ଅନୁସନ୍ଧାନ ଏବଂ ବିକାଶରେ ନିୟୋଜିତ କମ୍ପାନୀଗୁଡିକ, ନୂଆ ସଂଶୋଧନ ପରେ, ସେମାନଙ୍କର ଅନୁସନ୍ଧାନ ଏବଂ ବିକାଶ ଦିଗରେ କରିଥିବା ବ୍ୟୟକୁ CSR ଖର୍ଚ୍ଚରେ ଦର୍ଶାଇ ପାରିବେ ।

କମ୍ପାନୀଗୁଡିକର CSR ଖର୍ଚ୍ଚରେ ସଂଶୋଧନ ସର୍ତ୍ତମୂଳକ । ଏହା 2020-21, 2021-22 ଏବଂ 2022-23 ଆର୍ଥିକ ବର୍ଷ ପାଇଁ ବୈଧ ଅଟେ ।

ସୂଚନାଯୋଗ୍ୟ ଯେ କମ୍ପାନୀ ଅଧିନିୟମ ଅନୁଯାୟୀ, କମ୍ପାନୀ ଗତ ତିନି ବର୍ଷରେ ନିଜର ହାରାହାରୀ ନିଟ୍ ଲାଭର ଦୁଇ ପ୍ରତିଶତ ସିଏସଆରରେ ଖର୍ଚ୍ଚ କରିବାକୁ ପଡିବ।

ଅଗଷ୍ଟ 24 ରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ CSR ନିୟମରେ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.