ETV Bharat / business

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର, 45 ହଜାର ତଳକୁ ଖସିଲା ସୁନା

author img

By

Published : Mar 2, 2021, 9:42 PM IST

ଗ୍ରହଣା ପ୍ରେମୀଙ୍କ ପାଇଁ ଖୁସି ଖବର , 45 ହଜାର ତଳକୁ ଖସିଲା ସୁନା
ଗ୍ରହଣା ପ୍ରେମୀଙ୍କ ପାଇଁ ଖୁସି ଖବର , 45 ହଜାର ତଳକୁ ଖସିଲା ସୁନା

ଆଗକୁ ପାର୍ବଣ ସହ ରହିଛି ବିବାହ ସିଜନ । ଏଭଳି ସମୟରେ ଖସିଚାଲିଛି ସୁନା ଦାମ । କେବେ 50 ହଜାର ନିକଟତର ରହିଥିବା ସୁନା ଆଜି 45 ହଜାର ତଳକୁ ଖସିଛି । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ପୁଣି ହ୍ରାସ ହେଲା ସୁନା ଦାମ । ମଙ୍ଗଳବାର ସୁନା ଦାମ 45 ହଜାର ତଳକୁ ଖସିଛି । ସେପଟେ ରୂପା ଦାମ ମଧ୍ୟ କିଲୋ ପ୍ରତି 1,847 ଟଙ୍କା କମିଛି ।

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 679 ଟଙ୍କା ହ୍ରାସ ହୋଇ 44,760 ଟଙ୍କା ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ସକରାତ୍ମକ କାରବାର ଓ ଟଙ୍କାକୁ ସମର୍ଥନ ମିଳିବା ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି ।

ପୂର୍ବ କାରବାରରେ ବହୁମୂଲ୍ୟ ଧାତୁ ଦାମ 10 ଗ୍ରାମ ପ୍ରତି ସୁନା ଦାମ 45,439 ଟଙ୍କାରେ ବନ୍ଦ ହୋଇଥିଲା । ସେପଟେ ଆଜି ରୂପା ଦାମ କିଲୋ ପିଛା 1,847 ଟଙ୍କା କମି 67,073 ଟଙ୍କା ରହିଛି । ଯାହାକି ପୂର୍ବ କାରବାର ଦିବସରେ କିଲୋ ପ୍ରତି68,920 ଟଙ୍କା ଥିଲା ।

ସେହିଭଳି ମଙ୍ଗଳବାର ଘରୋଇ ବଜାରରେ ସେନସେକ୍ସ 50 ହଜାର ଉପରକୁ ଉଛୁଳିଥିବା ବେଳେ ନିଫ୍ଟି 15 ହଜାର ନିକଟତର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.