ETV Bharat / business

ବଜାର ହେଲା ଶସ୍ତା, କମିଲା ସୁନାରୂପା ଦର

author img

By

Published : Aug 9, 2021, 6:45 PM IST

ବଜାର ହେଲା ଶସ୍ତା, ଖସିଲା ରୂପା ସୁନା ଦର
ବଜାର ହେଲା ଶସ୍ତା, ଖସିଲା ରୂପା ସୁନା ଦର

ଅଳଙ୍କାର ବଜାର ହୋଇଛି ସାମାନ୍ୟ ଶସ୍ତା । ସୁନା ଓ ରୂପା ଦର ଖସିଥିବା ସୂଚନା ମିଳିଛି । ଜାଣନ୍ତୁ ବର୍ତ୍ତମାନ ଜାତୀୟ ବଜାରରେ ସୁନା ଓ ରୂପା ଦର କେତେ ରହିଛି....

ନୂଆଦିଲ୍ଲୀ: ଆଜି(ସୋମବାର) ଅଳଙ୍କାର ବଜାର ହୋଇଛି ସାମାନ୍ୟ ଶସ୍ତା । ସୁନା ଦର ପ୍ରତି ୧୦ ଗ୍ରାମ ହିସାବରେ ୩୧୭ ଟଙ୍କା ଖସି ୪୫ ହଜାର ୩୯୧ ଟଙ୍କାରେ ପହଞ୍ଚିଥିବା ବେଳେ ରୂପା ଦର କେଜି ହିସାବରେ ୧୧୨୮ ଟଙ୍କା ଖସି ୬୨ ହଜାର ୫୭୨ ଟଙ୍କାରେ ପହଞ୍ଚିଛି ।

ପୂର୍ବରୁ ସୁନା ୧୦ ଗ୍ରାମ ପ୍ରତି ୪୫ ହଜାର ୭୦୮ ଟଙ୍କା ଥିବାବେଳେ ଏହା ୩୧୭ ଟଙ୍କା ଖସି ୪୫ ହଜାର ୩୯୧ରେ ପହଞ୍ଚିଛି । ସେହିପରି ରୂପା ଦର ପୂର୍ବରୁ ୧ କେଜି ପ୍ରତି ୬୩ ହଜାର ୭୦୦ ଟଙ୍କା ଥିବା ବେଳେ ଏହା ୧୧୨୮ ଟଙ୍କା ଖସି ୬୨ ହଜାର ୫୭୨ରେ ପହଞ୍ଚିଛି । ତେବେ ଏ ସମ୍ପର୍କରେ HDFC ସିକ୍ୟୁରିଟିର ସିନିଅର ଆନାଲିଷ୍ଟ ତପନ ପଟେଲ ସୂଚନା ଦେଇଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.