ETV Bharat / business

୧୮ ଅଗଷ୍ଟ ସୁନା ଦର: 152 କମିଲା ସୁନା, ରୂପାରେ 286 ଟଙ୍କା ହ୍ରାସ

author img

By

Published : Aug 18, 2021, 10:16 PM IST

୧୮ ଅଗଷ୍ଟ ସୁନା ଦର: 152 କମିଲା ସୁନା, ରୂପାରେ 286 ଟଙ୍କା ହ୍ରାସ
୧୮ ଅଗଷ୍ଟ ସୁନା ଦର: 152 କମିଲା ସୁନା, ରୂପାରେ 286 ଟଙ୍କା ହ୍ରାସ

ଜାତୀୟ ରାଜଧାନୀ ଦିଲ୍ଲୀରେ ୧୫୨ ଟଙ୍କା ଖସିଲା ସୁନା ଦର । HDFC ସିକ୍ୟୁରିଟିଜ ପକ୍ଷରୁ ଏନେଇ ସୂଚନା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଖସିଲା ସୁନା ଦର । ବୁଧବାର ଦିଲ୍ଲୀରେ ସୁନା ଦର ୧୫୨ ଟଙ୍କା କମିଛି । ଯାହାପରେ ବର୍ତ୍ତମାନ ଏଠାରେ ସୁନା ୧୦ ଗ୍ରାମ ପିଛା 46,328 ଟଙ୍କା ରହିଛି । ପୂର୍ବ କାରବାର ସମୟରେ ଏହି ବହୁମୂଲ୍ୟ ଧାତୁର ଦର ପାଖାପାଖି 46,480 ଟଙ୍କା ଥିଲା । ସେପଟେ ରୂପା ଦର ମଧ୍ୟ 286 ଟଙ୍କା ହ୍ରାସ ହୋଇଛି । ଏହି ଧାତୁ ଦର 62,417 ଟଙ୍କାରୁ ଖସି କେଜି ପିଛା 62,131ଟଙ୍କା ହୋଇଯାଇଛି । HDFC ସିକ୍ୟୁରିଟିଜ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପିଛା 1,787 ଡଲାରରେ କାରବାର ହୋଇଥିଲା ଏବଂ ରୂପା 23.74 ଡଲାରରେ ଫ୍ଲାଟ ହୋଇଥିଲା । ମିଶ୍ରିତ ବିଶ୍ବସ୍ତରୀୟ ସୂଚକରେ ଅପର ଟ୍ରେଡିଂ ରେଞ୍ଜରେ ସୁନାରୂପା ଦରରେ ଅସ୍ଥିରତା ଦେଖାଯାଇଛି । HDFC ସିକ୍ୟୁରିଟିଜର ସିନିଅର ଆନାଲିଷ୍ଟ ଏହା ପ୍ରକାଶ କରିଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.