ETV Bharat / business

2022ରେ ସୁନା ଛୁଇଁବ ୫୫ ହଜାର

author img

By

Published : Dec 31, 2021, 8:26 AM IST

2022ରେ ସୁନା ୫୫ ହଜାର ଛୁଇଁବ
2022ରେ ସୁନା ୫୫ ହଜାର ଛୁଇଁବ

୨୦୨୧ ଦ୍ବିତୀୟ ଭାଗରେ କିଛିଟା ଫିକା ପଡିଥିବା ସୁନା ବ୍ୟବସାୟ ନୂଆବର୍ଷରୁ ପୁଣି ଚମକିବ (Gold price may cross Rs 55k per 10 gm in 2022) । ମହାମାରୀ, ମୁଦ୍ରାସ୍ପୀତି ଆଶଙ୍କା ଯୋଗୁଁ ସୁନା 55 ହଜାର ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁନା କିଣିବାରେ ସଉକ ରଖୁଥିବା ଲୋକଙ୍କୁ ଭାରି ବାଧିବ । ଦୀର୍ଘ ଦିନ ପରେ ପୁଣି ସୁନା ଦର ବୃଦ୍ଧି ହେବା ନେଇ ଚର୍ଚ୍ଚା ହେଉଛି । ୨୦୨୧ ଦ୍ବିତୀୟ ଭାଗରେ କିଛିଟା ଫିକା ପଡିଥିବା ସୁନା ବ୍ୟବସାୟ ନୂଆବର୍ଷରୁ ପୁଣି ଚମକିବ (Gold price may cross Rs 55k per 10 gm in 2022) । ମହାମାରୀ, ମୁଦ୍ରାସ୍ପୀତି ଆଶଙ୍କା ଯୋଗୁଁ ସୁନା 55 ହଜାର ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଏଥିରୁ ବ୍ୟବସାୟୀଙ୍କ ବ୍ୟବସାୟ ତ ଚାଲିବ ହେଲେ ଗ୍ରାହକଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ ।

ବଜାରର ଦୋଳାୟମାନ ସ୍ଥିତିରେ ସୁନା ନିବେଶର ଏକ ନିରାପଦ ମାଧ୍ୟମ ଭାବେ ବିବେଚିତ ହୋଇଥାଏ । ହେଲେ ସମ୍ଭାବ୍ୟ ଆଶଙ୍କାଗୁଡିକ ମଧ୍ୟରେ ଆଗକୁ ପୁଣି ଥରେ ଏହାର ଚାହିଦା ବଢିଚାଲିବ । ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୪୮ ହଜାର ଟଙ୍କା ରହିଛି । ୨୦୨୨ରେ ଏହା ଉର୍ଦ୍ଧ୍ବମୁଖୀ ହେବ ବୋଲି ଅନୁମାନ କରାଯାଉଛି । ୨୦୨୦ରେ କୋଭିଡ ଯୋଗୁଁ ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ସୁନା ଚାହିଦା ପ୍ରବଳ ମାତ୍ରାରେ ବଢିଥିଲା ।

ଅଗଷ୍ଟରେ ଏମସିଏକ୍ସରେ (Multi Commodity Exchange) 56 ହଜାର ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ ରହିଥିବା ସୁନା ଦର ରେକର୍ଡ ତୁଳନାରେ ୧୪% କମ ଏବଂ ୨୦୨୧ ଜାନୁଆରୀ ତୁଳନରେ ୪% କମ୍ । ହେଲେ ଅନ୍ତର୍ଜାତୀୟ ତୁଳନାରେ ଏହି ଦର ୩% କମ ରହିଛି । ବର୍ତ୍ତମାନ ବିଶ୍ବରେ ଓମିକ୍ରନ ଭୟର ବାତାବରଣ ସୃଷ୍ଟି କଲାଣି । ବିଭିନ୍ନ ସ୍ଥାନରେ ନୂଆ କଟକଣା ଲାଗିବା ଆରମ୍ଭ ହେଲାଣି । ଯାହାର ପରିଣାମ ବଜାରରେ ଆଗକୁ ଅସ୍ଥିରତା ଦେଖା ଦେବା ନେଇ ଆଶଙ୍କା କରାଯାଉଛି । ତେଣୁ ଆଗକୁ ସୁନା ମହଙ୍ଗା ହୋଇପାରେ ବୋଲି କହିଛନ୍ତି କମଟ୍ରେଣ୍ଡକ ସହ ପ୍ରତିଷ୍ଠାତା ତଥା ସିଇଓ ଜ୍ଞାନଶେଖର ଥ୍ୟାଗରାଜନ କହିଛନ୍ତି ।

ପ୍ରକାଶ ଥାଉ କି, ଭାରତରେ ଏମସିଏକ୍ସରେ (Multi Commodity Exchange) ୧୦ ଗ୍ରାମ ପିଛା ୪୭, ୭୪୦ ଟଙ୍କାରେ କାରବାର କରୁଛି । ୨୦୨୨ ଦ୍ବିତୀୟାର୍ଦ୍ଧରେ ଏହା ୨,୦୦୦ ଡଲାର ଅତିକ୍ରମ କରିପାରେ । ନୂଆବର୍ଷ ପ୍ରଥମାର୍ଦ୍ଧରେ ଏହା ୪୫ରୁ ୫୦ ହଜାର ଭିତରେ ରହିପାରେ ହେଲେ ଦ୍ବିତୀୟାର୍ଦ୍ଧରେ ଏହା ୫୫ ହାଜର ଛୁଇଁବା ନେଇ ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.