ETV Bharat / business

17 ରାଜ୍ୟର ଅଧିକ ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ

author img

By

Published : Dec 12, 2020, 6:35 PM IST

27 ଟି ରାଜ୍ୟର 9,879 କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଅର୍ଥମନ୍ତ୍ରାଳୟ । ଏହା ଦ୍ବାରା କୋରୋନାରେ ପ୍ରଭାବିତ ରାଜ୍ୟ ଅର୍ଥନୀତିକୁ ବୁଷ୍ଟର ମିଳିବ । ଅଧିକ ପଢନ୍ତୁ..

17 ରାଜ୍ୟର ଅଧିକ ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ
17 ରାଜ୍ୟର ଅଧିକ ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ: 27ଟି ରାଜ୍ୟର 9,879.61 କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ( capital expenditure ) ପ୍ରସ୍ତାବକୁ ଅନୁମୋଦନ କଲା ଅର୍ଥ ମନ୍ତ୍ରାଳୟ । ଶନିବାର ଏ ନେଇ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଯୋଜନା ଅଧିନରେ ପ୍ରଥମ କିସ୍ତି ଭାବେ ରାଜ୍ୟକୁ ପୂର୍ବରୁ ହିଁ 4,939.81 କୋଟି ଟଙ୍କାର ରାଶି ଜାରି କରିଦିଆଯାଇଛି । ମନ୍ତ୍ରାଳୟ ବିବୃତ୍ତି ଜାରି କହି କହିଛି କି, ତାମିଲନାଡୁ ବ୍ୟତୀତ ସମସ୍ତ ରାଜ୍ୟଗୁଡିକ ‘‘ପୁଞ୍ଜିଗତ ବ୍ୟୟ ପାଇଁ ରାଜ୍ୟକୁ ବିଶେଷ ସହାୟତା’’ ନେଇ ନିକଟରେ ଘୋଷିତ ଯୋଜନାର ଲାଭ ଉଠାଇ ନେଇଛନ୍ତି । ଚଳିତ ବର୍ଷ ଅକ୍ଟୋବର 12 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶ ଏହି ଯୋଜନା ।

ଏ ବର୍ଷ କୋଭିଡ-19 ମହାମାରୀ ଯୋଗୁଁ ବହୁ ରାଜ୍ୟର ରାଜସ୍ବ ହ୍ରାସ ହୋଇଛି । ଏଥିଯୋଗୁଁ ଆର୍ଥିକ ସଙ୍କଟରେ ବହୁ ରାଜ୍ୟ ଯୁଝୁଛନ୍ତି । ଏଣୁ ଏସବୁ ରାଜ୍ୟକୁ ସରକାରଙ୍କ ଦ୍ବାରା ପୁଞ୍ଜିଗତ ବ୍ୟୟ ବଢାଇବାକୁ ଦେବା, ଏହି ଯୋଜନାର ଲକ୍ଷ୍ୟ ।

ପୁଞ୍ଜିଗତ ବ୍ୟୟର ଏକ ଅଧିକ ଗୁଣକର୍ତ୍ତା ପ୍ରଭାବ ରହିଛି । ଯାହା ଅର୍ଥନୀତିର ଭବିଷ୍ୟତ ଉତ୍ପାଦନ କ୍ଷମତାକୁ ବଢାଇଥାଏ ଏବଂ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବଢାଇଥାଏ । ଏଣୁ କେନ୍ଦ୍ର ସରକାରଙ୍କ ପ୍ରତିକୂଳ ଆର୍ଥିତ ସ୍ଥିତି ପରେ ବି ଆର୍ଥିକ ବର୍ଷ 2020-21ରେ ପୁଞ୍ଜିଗତ ବ୍ୟୟ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ବିଶିଷ୍ଟ ସହାୟତା ପ୍ରଦାନର ନିର୍ଣ୍ଣୟ ନିଆଯାଇଛି ।

ପୁଞ୍ଜିଗତ ବ୍ୟୟ ପ୍ରକଳ୍ପକୁ ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ , ଜଳଯୋଗାଣ , ଜଳସେଚନ , ବିଦ୍ୟୁତ , ପରିବହନ , ଶିକ୍ଷା , ସହରୀ ବିକାଶ ଭଳି ଅର୍ଥବ୍ୟବସ୍ଥାର ବିବିଧ କ୍ଷେତ୍ର ପାଇଁ ମଞ୍ଜୁରୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.