ETV Bharat / business

9 ମାସରେ 40% ବଢିଛି ବିଦେଶୀ ପୁଞ୍ଜି ନିବେଶ

author img

By

Published : Mar 4, 2021, 8:20 PM IST

9 ମାସରେ 40% ବଢିଛି ବିଦେଶୀ ପୁଞ୍ଜି ନିବେଶ
9 ମାସରେ 40% ବଢିଛି ବିଦେଶୀ ପୁଞ୍ଜି ନିବେଶ

ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି ଭାରତ । କୋଭିଡକୁ ମାତ ଦେଇଛି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ । ଅଧିକ ପଢନ୍ତୁ..

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କୋରୋନା ସଙ୍କଟ ସତ୍ତ୍ବେ ବି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି ଭାରତ । 2020-21 ଆର୍ଥିକ ବର୍ଷର ପ୍ରଥମ 9 ମାସ ଏପ୍ରିଲ୍-ଡିସେମ୍ବର ମଧ୍ୟରେ ଦେଶର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) 40 ପ୍ରତିଶତ ବୃଦ୍ଧି ହୋଇଛି । ଗୁରୁବାର ପ୍ରକାଶିତ ସଦ୍ୟ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ବାଣିଜ୍ୟ ମନ୍ତ୍ରାଳୟ ଅନୁସାରେ , 2020 ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଏଫଡିଆଇ ପ୍ରବାହ 67.54 ବିଲିୟନ ଡ଼ଲାରକୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା 55.14 ବିଲିୟନ ଡଲାର ରହିଥିଲା । ଗତ ବର୍ଷ ସମାନ ଅବଧିରେ ପ୍ରାପ୍ତ ହୋଇଥିବା ଏଫଡିଆଇ ତୁଳନାରେ ଏଥର 12.4 ବିଲିୟନ ଡ଼ଲାର ବା 22% ବୃଦ୍ଧି ହୋଇଛି ।

ତେବେ, ଏଫଡିଆଇ ଇକ୍ୱିଟି ପ୍ରବାହରେ ଆହୁରି ବଡ ବୃଦ୍ଧି ଘଟିଛି । ଯାହାକି 2019-20 ଆର୍ଥିକ ବର୍ଷର ପ୍ରଥମ 9 ମାସରେ 36.77 ବିଲିୟନ ଡ଼ଲାରରୁ ଚଳିତ ଆର୍ଥିକ ବର୍ଷର ସମାନ ଅବଧିରେ 51.47 ବିଲିୟନ ଡ଼ଲାର ରହିଛି ।

ଏଫଡିଆଇ ପ୍ରବାହରେ ଅଣ ଭାରତୀୟ ନିବେଶକଙ୍କ ଠାରୁ ଋଣ ଉପକରଣର ନିବେଶ ସବୁ ଅନ୍ତର୍ଭୁକ୍ତ । ଅର୍ଥନୀତି ଅଭିବୃଦ୍ଧି ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ । ଏଥିସହ ଏହା ଭାରତର ଆର୍ଥିକ ବିକାଶ ପାଇଁ ମଧ୍ୟ ପ୍ରମୁଖ ମାଧ୍ୟମ ବୋଲି ସରକାର କହିଛନ୍ତି । ଭାରତର ବୈଦେଶିକ ପ୍ରତ୍ୟକ୍ଷ ନିବେଶରେ ବୃଦ୍ଧି ହେଉଛି ବୈଶ୍ବିକ ନିବେଶକଙ୍କ ମଧ୍ୟରେ ଭାରତ ଏକ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳ ଭାବରେ ଉଭା ହୋଇଛି ବୋଲି ସରକାର ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.